ତିନୋଟି ରାଷ୍ଟ୍ର ଗସ୍ତ ସାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : May 25, 2023, 8:11 AM IST

ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ଜାପାନ, ପପୁଆ ନିଉ ଗିନି, ଅଷ୍ଟ୍ରେଲିଆ ଗସ୍ତ ସାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଦେଶ ଗସ୍ତ ସାରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ସପ୍ତାହରେ ଜାପାନ, ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଗସ୍ତ କରିବା ପରେ ଆଜି ସକାଳେ ମୋଦି ଦିଲ୍ଲୀ ପାଲାମ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଦଳୀୟ କର୍ମୀମାନେ ଏୟାରପୋର୍ଟରେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଛନ୍ତି । ନଡ୍ଡାଙ୍କ ସହ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ, ଦିଲ୍ଲୀ ସାଂସଦ ରମେଶ ବିଧୁରି, ହଂସରାଜ ହଂସ, ଦିଲ୍ଲୀ ବିରୋଧି ଦଳ ନେତା ରାମବୀର ସିଂହ ବିଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ବାଜା ବଜାଇ ନୃତ୍ୟ ଗୀତ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ବଡି ଭୋରରୁ ନଡ୍ଡା ପାମାଲ ବିମାନ ବନ୍ଦରରେ ପହଞ୍ଚିଥିଲେ । ବହୁସଂଖ୍ୟକ ବିଜେପି କର୍ମୀ ଓ ସମର୍ଥକମାନେ ମଧ୍ୟ ହାତରେ ପ୍ଲାକାର୍ଡ ଓ ଜାତୀୟ ପତାକା ଧରି ବିମାନ ବନ୍ଦର ବାହାରରେ ରୁଣ୍ଡ ହୋଇଥିଲେ । ଏହି ସମୟରେ ଜଣେ ବିଜେପି କର୍ମକର୍ତ୍ତା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶକୁ ଗୌରବାନ୍ବିତ କରିଛନ୍ତି । ତେଣୁ ତାଙ୍କୁ ସ୍ବାଗତ ପାଇଁ ଲୋକେ ଏଠାକୁ ଆସିଛନ୍ତି । ଗତ ୧୯ରୁ ମୋଦି ୬ ଦିନିଆ ବିଦେଶ ଗସ୍ତରେ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଜି-୭ ଶିଖର ସମ୍ମିଳନୀରେ ସାମିଲ ହେବାକୁ ପ୍ରଥମେ ଜାପାନ ହିରୋସୀମାରେ ପହଞ୍ଚିଥିଲେ । ସମ୍ମିଳନୀରେ ସେ ବିଶ୍ବନେତାଙ୍କତ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ଜାପାନରୁ ସେ ପପୁଆ ନିଉ ଗିନି ଗସ୍ତ କରିଥିଲେ । ଏଠାରେ ତାଙ୍କୁ ପପୁଆ ନିଉ ଗିନି ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଫିଜି ପକ୍ଷରୁ ମଧ୍ୟ ମୋଦିଙ୍କୁ ସାଥୀ ଅଫ୍ ଦି ଅର୍ଡର ଅଫ୍ ଫିଜିରେ ସମ୍ମାନ ପ୍ରଦାନ କରାଯାଇଥିଲା । ପପୁଆ ନିଉ ଗିନିରେ ମୋଦି ପ୍ରଧାନମନ୍ତ୍ରୀ ଜେମ୍ସ ମାରପେଙ୍କ ସହ ମିଳିତ ଭାବେ ଫୋରମ ଫର ଇଣ୍ଡିଆ-ପାସିଫିକ ଆଇସଲ୍ୟାଣ୍ଡ କୋଅପରେସନ(FIPIC)ର ତୃତୀୟ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।

ଗସ୍ତର ଶେଷ ପର୍ଯ୍ୟାୟରେ ମୋଦି ଅଷ୍ଟ୍ରେଲିଆ ସିଡନୀ ଗସ୍ତ କରିଥିଲେ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ସହ ଦ୍ବିପାକ୍ଷିକ ବୈଠକ କରିଥିଲେ । ସିଡନୀ ଏରିନା ଷ୍ଟାଡିୟମରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ସେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦବୋଧନ ଦେଇଥିଲେ । ପ୍ରତିପକ୍ଷ ଆଲବାନିଜଙ୍କ ସହ ଫଳପ୍ରଦ ଆଲୋଚନା ହୋଇଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କ ସୁଦୃଢ ହେଉଥିବା ମୋଦି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.