ETV Bharat / bharat

G20 Summit: ଚାଣକ୍ୟପୁରୀରେ ହେବ ଜି-20 ଦେଶକୁ ସମର୍ପିତ ପାର୍କ

author img

By

Published : Dec 29, 2022, 12:46 PM IST

ଦିଲ୍ଲୀ ନଗରପାଳିକା ପରିଷଦର ଆଗାମୀ ଆର୍ଥିକ ବର୍ଷ 2023-24 ଅଧିକ ମହତ୍ତ୍ବପୂର୍ଣ୍ଣ ହେବ । କାରଣ ଏହି ଆର୍ଥିକ ବର୍ଷରେ ଜି-20 ସମ୍ମିଳନୀ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଚାଣକ୍ୟପୁରୀରେ ଜି-20 ଦେଶକୁ ସମର୍ପିତ ପାର୍କ ହେବାକୁ ଯାଉଛି । ଅଧିକ ପଢନ୍ତୁ

Park dedicated to G 20 countries
ଚାଣକ୍ୟପୁରୀରେ ହେବ ଜି-20 ଦେଶକୁ ସମର୍ପିତ ପାର୍କ

ନୂଆଦିଲ୍ଲୀ: ଜି-20 ଅନ୍ତର୍ଜାତୀୟ ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ଦିଲ୍ଲୀ ନଗରପାଳିକା ପରିଷଦ ଚାଣକ୍ୟପୁରୀରେ ଏକ ସ୍ବତନ୍ତ୍ର ପାର୍କ ନିର୍ମାଣ କରିବାକୁ ଯାଉଛି । ଏହି ପାର୍କ ସମ୍ପୂର୍ଣ୍ଣ ରୂପରେ ଜି-20 ଦେଶକୁ ସମର୍ପିତ ହେବ । ଏହାକୁ ୱେଷ୍ଟ ଟୁ ଓଣ୍ଡର ବିଷୟବସ୍ତୁ ଆଧାରରେ (West To Wonder Theme) ସଜା ଯିବ । ସୋଲାର ଲାଇଟ ଜରିଆରେ ପାର୍କକୁ ଏକ ନୂଆ ରୂପ ଦିଆଯିବ ।

ଜି-20 ଦେଶକୁ ସମ୍ମାନ ଜଣାଇ ପାର୍କରେ ସମସ୍ତ ଦେଶର ଜାତୀୟ ପତାକା ରହିବ । ଏହା ସହି ଜାତୀୟ ପଶୁଙ୍କ ଆକୃତି ପ୍ରଦର୍ଶିତ ହେବ । ତା ସହିତ ଏକ ସ୍ବତନ୍ତ୍ର ଫୁଡ ଫେଷ୍ଟିଭାଲ ଜି-20 ଦେଶକୁ ସମ୍ମାନରେ ଆୟୋଜିତ ହେବ । ଏନେଇ ଏନଡିଏମସି ବଜେଟ ପ୍ରସ୍ତୁତ କରିଛି । ଆର୍ଥିକ ବର୍ଷ 2023-24 ବିଶେଷ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । କାରଣ ଏହି ଆର୍ଥିକ ବର୍ଷ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଜି-20 ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସମସ୍ତ ଫ୍ଲାଏ ଓଭର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କ୍ଷେତ୍ରରେ ଆସୁଥିବା ସମସ୍ତ ସ୍ଥାନରେ ପ୍ରଖ୍ୟାତ କଳାକାରଙ୍କ ମୂର୍ତ୍ତି ସହିତ ରାଜଧାନୀ ଦିଲ୍ଲୀର କଳା ଚେତନାକୁ ଦର୍ଶାଯିବ ।

ଏନଡିଏମସି ବିଶେଷ ଭାବରେ ଚାଣକ୍ୟପୁରୀରେ ଜି-20 ପାର୍କ ବିକଶିତ କରିବ । ପାର୍କରେ ସୋଲାର ଲାଇଟ ଖଞ୍ଜା ଯିବ ଯାହା ରାତିରେ ପାର୍କର ସୁନ୍ଦରତାକୁ ଦ୍ବିଗୁଣିତ କରିବ । ଜି-20 ଦେଶର ଜାତୀୟ ଧ୍ବଜା ସହିତ ପଶୁଙ୍କ ଆକୃତି ରହିବ । ଏହି ପାର୍କଟି ଜି-20 ଦେଶକୁ ସମ୍ପୂର୍ଣ୍ଣ ସମର୍ପିତ ହେବ । ଉଦାହରଣ ସୂରୁପ ଅଷ୍ଟ୍ରେଲିଆର ଜାତୀୟ ପଶୁ କଙ୍ଗାରୁ, ଜର୍ମାନୀ, ବ୍ରାଜିଲ, ୟୁନାଇଟେଡ ଷ୍ଟେଟ ଅଫ ଆମେରିକା , ଆର୍ଜେଣ୍ଟିନା ଜାତୀୟ ପଶୁ, ଆମେରିକା ଓ ଗ୍ରେଟ ବ୍ରିଟେନ ଜାତୀୟ ପଶୁ ସହ ଭାରତର ଜାତୀୟ ପଶୁ ବାଘ ଆଦି ପଶୁଙ୍କ ଆକୃତି ରହିବ । ଏହା ସହ ଏକ ଫୁଡ ଫେଷ୍ଟିଭାଲର ମଧ୍ୟ ଆୟୋଜିତ ହେବ ।

ଏହା ବି ପଢନ୍ତୁ...ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ବିଧାନସଭାରେ ଲୋକାୟୁକ୍ତ ବିଲ-2022 ପାରିତ

2023 ବର୍ଷ ପାଇଁ ଏହି ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବ । ଏହି ସମ୍ମିଳନୀ ପାଇଁ ଭାରତ ପକ୍ଷରୁ 'ବସୁଧୈବ କୁଟୁମ୍ବୁକମ' ପରିକଳ୍ପନାର ସ୍ଲୋଗାନ ଦିଆଯାଇଛି । ବର୍ତ୍ତମାନ ୟୁକ୍ରେନ-ଋଷ ଯୁଦ୍ଧ ସମେତ ଚୀନ-ତାଇୱାନ ବିବାଦ, ଉତ୍ତର କୋରିଆ ସମସ୍ୟା ଭଳି ବିଭିନ୍ନ କାରଣକୁ ସମସ୍ୟା ରହିଛି । ଏହି ସବୁ ପ୍ରସଙ୍ଗରେ ଆଲୋଚନା ହେବ । ନିକଟରେ ନଭେମ୍ବର 8 ତାରିଖରେ ଜି-20 ସମ୍ମିଳନୀ ପାଇଁ ଲୋଗୋ ଓ ଥିମ ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ବର 16 ତାରିଖରେ ଇଣ୍ଡୋନେସିଆଠୁ ଜି-20 ଅଧକ୍ଷତା ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.