ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓପନଏଆଇ ସିଇଓ, ଭାରତରେ AI ସୁଯୋଗ ଉପରେ କଲେ ଆଲୋଚନା

author img

By

Published : Jun 9, 2023, 10:31 AM IST

Updated : Jun 9, 2023, 10:52 AM IST

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓପନଏଆଇ ସିଇଓ ସାମ ଅଲ୍ଟମାନ । ଅଧିକ ପଢନ୍ତୁ

OpenAI CEO Sam Altman Meets PM Modi
OpenAI CEO Sam Altman Meets PM Modi

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ପ୍ଲାଟଫର୍ମ ଓପନଏଆଇ ସିଇଓ ସାମ ଅଲ୍ଟମାନ ଭାରତ ଗସ୍ତରେ ଆସିଛନ୍ତି । ସେ ବୁଧବାର ଦିନ ଭାରତରେ ପହଞ୍ଚିଥିବା ବେଳେ ଗତକାଲି(ଗୁରୁବାର) ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହୋଇଥିବା ଆଲୋଚନାକୁ ସେ ସକରାତ୍ମକ ଦର୍ଶାଇଛନ୍ତି । ସେ କହିଛନ୍ତି ମୋଦିଙ୍କ ସହ ବୈଠକ ବହୁତ ଭଲ ରହିଥିଲା ଏବଂ ମୋଦି ଏଆଇକୁ ନେଇ ବହୁତ ଉତ୍ସାହିତ ରହିଛନ୍ତି ।

ଏହି ବୈଠକ ଏପରି ଏକ ରୋଚକ ସମୟରେ ହୋଇଛି ଯେତେବେଳେ ଭାରତ ସରକାର ଡିଜିଟାଲ ଇଣ୍ଡିଆ ବିଲରେ AIକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ଏହି ବିଲ୍ ଆଇଟି ଆକ୍ଟ ଦ୍ୱାରା ବଦଳାଇ ଦିଆଯିବ ବୋଲି ସୂଚନା ମିଳିଛି । ଡିଜିଟାଲ୍ ଇଣ୍ଡିଆ ସଂଳାପରେ ପ୍ରଶ୍ନର ଉତ୍ତର ଦେଇ ଅଲ୍ଟମାନ କହିଛନ୍ତି, "ବୈଠକ ବହୁତ ଭଲ ଥିଲା । ଏହା ପ୍ରକୃତରେ ମଜାଦାର ଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ବହୁତ ଉତ୍ସାହିତ ରହିଥିଲେ ଏବଂ ସେ ପ୍ରକୃତରେ AI ଏବଂ ଏହାର ଉପକାରିତା ବିଷୟରେ ଚିନ୍ତା କରୁଥିଲେ । ତେବେ ମୁଁ ଜାଣିବାକୁ ଚାହୁଁଛି ଯେ ଭାରତ ଏତେ ଶୀଘ୍ର ChatGPTକୁ କିପରି ଆପଣାଇଲା । ଏହି ଉତ୍ତର ଜାଣିବା ପାଇଁ ଆମେ ଉତ୍ସାହିତ ରହିଛୁ ।"

ସେ କହିଛନ୍ତି ଯେ ଭାରତ କିପରି AI ପାଇଁ ସୁଯୋଗ ଉପସ୍ଥାପନ କରିପାରିବ ଏବଂ ଏହାର ନିୟମାବଳୀ ବିଷୟରେ ସେ କଣ ଭାବୁଛନ୍ତି ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଅଲ୍ଟମାନ କହିଛନ୍ତି, "ଆମେ ଦେଶ ସ୍ଥିତି ବିଷୟରେ ଆଲୋଚନା କରିଥିଲୁ, ଦେଶକୁ କଣ କରିବା ଉଚିତ୍, ବିଶ୍ୱସ୍ତରୀୟ ନିୟମାବଳୀ ବିଷୟରେ ଚିନ୍ତା କରିବା ଆବଶ୍ୟକ ଯେ ଆମେ ନିଶ୍ଚିତ ଭାବରେ କିଛି ଡାଉନସାଇଡ ହେବାକୁ ରୋକିପାରିବା । "

ତେବେ ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା ହେବା ବେଳେ ସେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏଆଇ ବିକାଶ ପାଇଁ ଖର୍ଚ୍ଚ ହେଉଥିବା ବିଦ୍ୟୁତ ପାଇଁ ପରିବେଶ ଉପରେ ପଡୁଥିବା ପ୍ରଭାବର ମୁକାବିଲା ଲାଗି ସେ ଯୋଜନା ରଖିଥିବା କଥା କହିଛନ୍ତି ।

  • Thank you for the insightful conversation @sama. The potential of AI in enhancing India’s tech ecosystem is indeed vast and that too among the youth in particular. We welcome all collaborations that can accelerate our digital transformation for empowering our citizens. https://t.co/OGXNEJcA0i

    — Narendra Modi (@narendramodi) June 9, 2023 " class="align-text-top noRightClick twitterSection" data=" ">

ତେବେ ଓପନଏଆଇ ସିଇଓ ସାମ ଅଲ୍ଟମାନ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, "ଗୁରୁତ୍ବପୂର୍ଣ୍ଣ ବାର୍ତ୍ତାଳପ ପାଇଁ ଅଲ୍ଟମ୍ୟାନ ଆପଣଙ୍କୁ ଧନ୍ୟବାଦ। ଭାରତର ବୈଷୟିକ ଇକୋସିଷ୍ଟମକୁ ବୃଦ୍ଧି କରିବାରେ AI ର ସମ୍ଭାବନା ବାସ୍ତବରେ ଯୁବପିଢିଙ୍କ ପାଇଁ ବେଶ ସହାୟକ ଅଟେ। ଆମେ ସମସ୍ତ ସହଯୋଗକୁ ସ୍ୱାଗତ କରୁଛୁ। ଏହା ଆମର ନାଗରିକମାନଙ୍କୁ ସଶକ୍ତ କରିବା ସହ ଆମର ଡିଜିଟାଲ୍ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିପାରିବ।"

ଓପନଏଆଇ ଦ୍ବାରା ବିକଶିତ ଚାଟଜିପିଟି: ଗତ ବର୍ଷ ଠାରୁ OpenAI ସର୍ବସାଧାରଣରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି । OpenAI ଏହାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ ChatGPT ଲଞ୍ଚ କଲା ପରେ ଚର୍ଚ୍ଚା ଜୋର ଧରିଛି । କହିବାକୁ ଗଲେ ଚାଟଜିପିଟି ଏକ ପ୍ରକାର ଟାର୍ଟବିଟ । ଏହା ଦ୍ବାରା ଚାର୍ଟ କରିପାରିବେ । ଆଇ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚାର୍ଟଜିପିଟିରେ ଆଉ ଯେ କୌଣସି ପ୍ରଶ୍ନ ପଚାରିବେ ସଙ୍ଗେସଙ୍ଗେ ଆପଣ ଉତ୍ତର ପାଇଯିବେ । ଚାଟ ଜେନେରେଟିଭ ପ୍ରିଟେଣ୍ଡ ଟ୍ରାନ୍ସଫର୍ମର । ଓପନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ଚାର୍ଟଜିପିଟିକୁ ତିଆରି କରାଯାଇଛି । ଏହାକୁ ଏକ ପ୍ରକାର ସର୍ଚ୍ଚ ଇଞ୍ଜିନ ମଧ୍ୟ କହିପାରିବା । ଆପଣ ଏହାକୁ ବ୍ୟବହାର କରି ଯେକୌଣସି ପ୍ରଶ୍ନର ଉତ୍ତର ମଧ୍ୟ ଫଟାଫଟ ପାଇପାରିବେ । ୨୦୨୨ ନଭେମ୍ବର ୩୦ରେ ଏହାକୁ ଲଞ୍ଚ କରାଯାଇଥିଲା ।

ତେବେ ଚାର୍ଟଜିପିଟି ଏବଂ ଗୁଗଲ ମଧ୍ୟରେ ପାର୍ଥକ୍ୟ କଣ: ସବୁ ପ୍ରଶ୍ନର ଉତ୍ତର ଆପଣ ଏହି ଦୁଇଟି ମାଧ୍ୟମରେ ପାଇପାରିବେ। ଯେତେବେଳ ଆପଣ କିଛି ଗୁଗଲରେ ସର୍ଚ୍ଚ କରୁଛନ୍ତି ତାହାଲେ ଗୁଗଲ ସଂକ୍ଷିପ୍ତ ଉତ୍ତର ସହ କିଛି ଓ୍ବେବସାଇଟର ଲିଙ୍କ ଦେଇଥାଏ । ଯଦି ଆପଣ ଚାର୍ଟଜିପିଟରେ କିଛି ସର୍ଚ୍ଚ କରିବା ତାହାଲେ କିଛି କ୍ଷଣ ମଧ୍ୟରେ ପୁରା ଉତ୍ତର ବିସ୍ତୃତ ଭାବେ ମିଳିଥାଏ । ତେଣୁ ଏହାର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ବରେ ବ୍ୟବହାରକାରୀଙ୍କ ସଂଖ୍ୟା 100 ମିଲିୟନରୁ ଅଧିକ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 9, 2023, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.