ETV Bharat / bharat

ଟ୍ରାଫିକ ନିୟମ ଭାଙ୍ଗିଲେ କରିବାକୁ ହେବ ଗୋଟିଏ ୟୁନିଟ ରକ୍ତଦାନ

author img

By

Published : Jul 17, 2022, 10:22 PM IST

ପଞ୍ଜାବ ସରକାରଙ୍କ କଡ଼ା ନିୟମ । ନୂଆ ଟ୍ରାଫିକ ନିୟମ ମୁତାବକ ନିୟମ ଉଲ୍ଲଙ୍ଘନ କଲେ ଜୋରିମାନା ଦେବାକୁ ପଡିବ ଏବଂ ଦ୍ବିତୀୟ ଥର ସେହି ନିୟମ ଭଙ୍ଗିଲେ ଫାଇନ ହେବ ଦୁଇଗୁଣା । ଏଥିସହିତ ଗୋଟିଏ ୟୁନିଟ ରକ୍ତ ଦେବାକୁ ପଡିବ । ଅଧିକ ପଢନ୍ତୁ

ଟ୍ରାଫିକ ନିୟମ ଭାଙ୍ଗିଲେ ଦେବାକୁ ପଡିବ ଗୋଟିଏ ୟୁନିଟ ରକ୍ତ
ଟ୍ରାଫିକ ନିୟମ ଭାଙ୍ଗିଲେ ଦେବାକୁ ପଡିବ ଗୋଟିଏ ୟୁନିଟ ରକ୍ତ

ଚଣ୍ଡିଗଡ: ପଞ୍ଜାବ ସରକାର ପରିବହନ ଏବଂ ଗମନାଗମନ ନିୟମକୁ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି । ନିୟମ ଉଲ୍ଲଙ୍ଘନ କଲେ ନା କେବଳ ଜୋରିମାନା କରାଯିବ । ଦ୍ବିତୀୟ ଥର ଭୁଲ କଲେ ଜୋରିମାନା ଦ୍ବିଗୁଣା ହେବା ସହ ଡ୍ରାଇଭିଂ ଲାସେନ୍ସ ମଧ୍ୟ ରଦ୍ଦ କରାଯିବ । ଏଥିସହିତ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଏକ ୟୁନିଟ ରକ୍ତଦାନ କରିବାକୁ ପଡିବ ।

ଟ୍ରାଫିକ ନିୟମ ଭାଙ୍ଗିଲେ ଯେଉଁ ଦଣ୍ଡର ବ୍ୟବସ୍ଥା କରାଯାଇଛି ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି କେହି ଟ୍ରାଫିକ ନିୟମ ଭାଙ୍ଗେ ତେବେ ତାକୁ ଏକ ରିଫ୍ରେସର କୋର୍ସକୁ ସମ୍ପୂର୍ଣ୍ଣ କରିବାକୁ ପଡିବ । ଏହା ବ୍ୟତିତ ପରିବହନ ପ୍ରାଧିକରଣରୁ ପ୍ରମାଣପତ୍ର ମଧ୍ୟ ନେବାକୁ ପଡିବ । କେବଳ ଏତିକି ନୁହେଁ, ଅତି କମରେ ୨୦ ସ୍କୁଲ ଛାତ୍ରଙ୍କୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଯାତାୟତ ନିୟମ ଶିଖାଇବାକୁ ପଡିବ ।

ଜାରି ହୋଇଥିବା ନୋଟିଫିକେଶନରେ କୁହାଯାଛି, ଯାତାୟତ ନିୟମର ଉଲ୍ଲଙ୍ଘନ କଲେ ସାମାନ୍ୟ ଦଣ୍ଡ ଭାବରେ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ । ଏଥିରେ ଓଭର ସ୍ପିଡିଂ, ଗାଡ଼ି ଚଳାଉଥିବା ସମୟରେ ମୋବାଇଲ ବ୍ୟବହାର, ମଦ ପିଇ ଗାଡି ଚାଳନା, ଟ୍ରିପଲ ରାଇଡିଂ ଏବଂ ରେଡ୍‌ ଲାଇଟ୍‌ ଜମ୍ପ୍‌ ଆଦି ସାମିଲ ରହିଛି ।

ପଞ୍ଜାବରେ ଏବେ ଓଭର ସ୍ପିଡ୍‌ ପାଇଁ ପ୍ରଥମେ ୧୦୦୦ ଟଙ୍କା ଜୋରିମାନା ଲଗାଯିବ । ଯଦି କେହି ବାରମ୍ବାର ଏହି ନିୟନର ଉଲ୍ଲଙ୍ଘନ କରୁଥବା ଜଣାପଡିବ ତେବେ ଜୋରିମାନା ଦୁଇଗୁଣା ହୋଇଯିବ । ସେହିପରି ମଦ ପିଇ ଗାଡି ଚଳାଇବା ଏବଂ ଫୋନ ବ୍ୟବହାର ପାଇଁ ୫୦୦୦ ଟଙ୍କାର ଜୋରିମାନା ରହିଛି । ଯଦି ଦ୍ବିତୀୟ ଥର ନିୟମର ଉଲ୍ଲଙ୍ଘନ ହୁଏ ତେବେ ଏହି ଜରିମାନା ରାଶି ଦୁଇଗୁଣା ହୋଇଯିବ । ଓଭରଲୋଡ ବାହାନ ଉପରେ ପ୍ରଥମ ଥର ୨୦,୦୦୦ ଟଙ୍କାର ଜରିମାନା ଲଗାଯିବ । ଦ୍ବିତୀୟ ଥର ଧରାପଡିଲେ ଏହା ଦୁଇଗୁଣା ହୋଇଯିବ ।

ପ୍ରଥମ ଥର ରେଡ ଲାଇଟ ଜମ୍ପ କିମ୍ବା ଟ୍ରିପଲ ରାଇଡିଂରେ ୧୦୦୦ ଟଙ୍କାର ଜରିମାନା ଭରିବାକୁ ପଡିବ । ଦ୍ବିତୀୟ ଥର ନିୟମ ଉଲ୍ଲଙ୍ଘନ କଲେ ଦୁଇଗୁଣା ଜରିମାନା ଦେବାକୁ ପଡିବ । ପଞ୍ଜାବ ପୋଲିସ ଯାତାୟତ ନିୟମ ଉଲ୍ଲଙ୍ଘନକୁ ରୋକିବା ପାଇଁ ଖୁବଶୀଘ୍ର ନୂଆ ନିର୍ଦ୍ଦେଶନାମା ଲାଗୁ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.