ETV Bharat / bharat

Cyclone Biparjoy: ବାତ୍ୟା ମୁକାବିଲାରେ ସଫଳ ଗୁଜୁରାଟ, ଯାଇନି ଜଣଙ୍କ ବି ଜୀବନ

author img

By

Published : Jun 16, 2023, 8:57 PM IST

Updated : Jun 16, 2023, 9:46 PM IST

ଭୀଷଣ ବାତ୍ୟା ବିପର୍ଯ୍ୟୟର ସଫଳତାର ସାମ୍ନା କରିଛି ଗୁଜୁରାଟ । ବାତ୍ୟାରେ ଜଣଙ୍କର ବି ମୃତ୍ୟୁ ଘଟିନଥିବା ସୂଚନା ଦେଇଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ଅଧିକ ପଢନ୍ତୁ

Cyclone Biparjoy
Cyclone Biparjoy

ଗାନ୍ଧୀନଗର: ଭୀଷଣ ବାତ୍ୟା ବିପର୍ଯ୍ୟୟ ଆଗକୁ ବଢିବା ସହ ପଛରେ ଛାଡ଼ିଯାଇଛି ଧ୍ବଂସ ଲୀଳାର ଛାପ । ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟାକୁ ଦୀର୍ଘସ୍ଥାୟୀ ଘୂର୍ଣ୍ଣିବଳୟ କୁହାଯାଉଥିବା ବେଳେ ଗୁରୁବାରଠାରୁ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଏହି ଭୀଷଣ ବାତ୍ୟାରେ କେହି ମୃତାହତ ହୋଇନଥିବା ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଭୟାବହ ରୂପ ନେଇ ତାଣ୍ଡବ ରଚିଥିବା ବାତ୍ୟାକୁ ସାମ୍ନା କରିବାରେ ପ୍ରଶାସନ ସଫଳ ହୋଇଥିବା କୁହାଯାଇଛି ।

ଏହି ବାତ୍ୟା ଆରବ ସାଗରରେ ଦୀର୍ଘ 9 ଦିନ ରହିଥିବାରୁ ଏହାକୁ ଦୀର୍ଘସ୍ଥାୟୀ ବାତ୍ୟା ବୋଲି କୁହାଯାଇଛି । ଗତ ଗୁରୁବାର ଏହା ଗୁଜୁରାଟ ଉପକୂଳ ଛୁଇଁବା ପରେ ତାଣ୍ଡବ ରଚିଥିଲା । ଅନେକ ଜିଲ୍ଲାରେ ଗଛ ଉପୁଡି ପଡ଼ିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଛି। ହେଲେ ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦେଇ ଉପକୂଳ ବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଫଳରେ କେହି ମୃତାହତ ହୋଇନଥିବା ଗୁଜୁରାଟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସାଇକ୍ଲୋନ ନେଇ ଖବର ପାଇବା ପରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ଗୁଜୁରାଟ ସରକାର ପ୍ରସ୍ତୁତ ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ ଭୂପେଶ ପଟେଲ କହିଛନ୍ତି।

ଏହା ବି ପଢନ୍ତୁ- Train Mishap: 21ରେ ବାଲେଶ୍ବର ଆସିବେ ଅଶ୍ବିନୀ, ସ୍ଥାନୀୟ ବାସିନ୍ଦାଙ୍କୁ ଜଣାଇବେ କୃତଜ୍ଞତା

ସେପଟେ ଆସନ୍ତାକାଲି (ଶନିବାର) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାତ୍ୟା ପ୍ରଭାବିତ କଚ୍ଛ ଓ ସୌରାଷ୍ଟ୍ର ଅଞ୍ଚଳକୁ ଆକାଶ ମାର୍ଗରୁ ସ୍ଥିତି ପରଖିବେ। ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ ପଟେଲ ମଧ୍ୟ ରହିବେ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ପଟେଲ କହିଛନ୍ତି, "ରାଜ୍ୟ ସରକାରଙ୍କୁ ଆଗୁଆ ସତର୍କତା ଯୋଗୁଁ କେହି ମୃତାହତ ହୋଇନାହାନ୍ତି। ବାତ୍ୟା ସୂଚନା ପାଇବା ପରେ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଫଳରେ ଭୀଷଣ ବାତ୍ୟାକୁ ସାମ୍ନା କରିବା ପାରିଛନ୍ତି ଉଦ୍ଧାରକାରୀ ଟିମ ଓ ରାଜ୍ୟବାସୀ ।"

ସୂଚନା ଥାଉ କି ଗତକାଲି (ଜୁନ 15 ତାରିଖ) ସନ୍ଧ୍ୟା 6.30ରେ କଚ୍ଛ ଜିଲ୍ଲାର ଜଖାଉ ବନ୍ଦର ଛୁଇଁଥିଲା ବାତ୍ୟା ବିପର୍ଯ୍ୟୟ। ମଧ୍ୟରାତ୍ରି 12ଟା 30 ପର୍ଯ୍ୟନ୍ତ ଜାରି ରହିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ସାଇକ୍ଲୋନରେ କଚ୍ଛ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । କଚ୍ଛ ଅତିକ୍ରମ କରିବା ପରେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥଲା । ଏହାସହିତ 140 କିମି ବେଗରେ ପବନ ବହିଥିଲା । ବାତ୍ୟା ବିପର୍ଯ୍ୟୟ ଲାଗି ରାଜ୍ୟରେ ସମସ୍ତ ସ୍କୁଲ, କଲେଜ, ଦୋକାନବଜାର, ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ଅନୁଷ୍ଠାନକୁ ମଧ୍ୟ ବନ୍ଦ ରଖାଯାଇଥିଲା।

ରିଲିଫ କମିଶନର ଆଲୋକ ପାଣ୍ଡେଙ୍କ କହିବା ଅନୁସାରେ ବାତ୍ୟା ପ୍ରଭାବରେ 4629 ଗ୍ରାମରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିବା ବେଳେ ଏଯାବତ 3580 ଗ୍ରାମରେ ପୁନଃ ବିଦ୍ୟୁତ ସଂଯୋଗ ହୋଇସାରିଛି । ଏବେ ବି 1000 ଗ୍ରାମାଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ରହିଛି । ରିଷ୍ଟୋର କାମ ଜାରି ରହିଥିବା ସେ କହିଛନ୍ତି। ସେହିପରି କଚ୍ଛ ଜିଲ୍ଲାରେ 71ଟି ଗୋରୁଗାଈଙ୍କର ମୃତ୍ୟୁ ଘଟିଛି। 3275 ବୃକ୍ଷ ମଧ୍ୟ ଉପୁଡି ପଡ଼ିଛି। ଗଛଗୁଡ଼ିକ ଉପୁଡିଯିବା ପରେ ରାସ୍ତା ଅବରୋଧ ହୋଇଥିବାରୁ ଏହାକୁ କାଟି ରାସ୍ତା ସଫା କରିଛନ୍ତି NDRF ଟିମ।

Last Updated : Jun 16, 2023, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.