ETV Bharat / bharat

ଅମୃତ କାଳ ସମୟରେ ବିକାଶର ଅଗ୍ରଦୂତ ନାରୀ ଶକ୍ତି: କେନ୍ଦ୍ର ଅର୍ଥମନ୍ତ୍ରୀ

author img

By

Published : Feb 1, 2022, 11:01 PM IST

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାରମନ୍ତ୍ରୀ ନିର୍ମଳା ସୀତାରମଣ ଆଜି(ମଙ୍ଗଳବାର) ସଂସଦରେ ୨୦୨୨ -୨୩ ଆର୍ଥିକ (Union Budget 2022-23) ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିଛନ୍ତି । ଅଧିକ ପଢନ୍ତୁ

Nari Shakti
Nari Shakti

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାରମନ୍ତ୍ରୀ ନିର୍ମଳା ସୀତାରମଣ ଆଜି(ମଙ୍ଗଳବାର) ସଂସଦରେ ୨୦୨୨ -୨୩ ଆର୍ଥିକ (Union Budget 2022-23) ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୨- ୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ କରିବା ବେଳେ ଭାରତୀୟ ନାରୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ନାରୀ ଶକ୍ତିକୁ ଦେଶର ଉଜ୍ଜଳ ଭବିଷ୍ୟତର ଅଗ୍ରଦୂତ ଭାବରେ ଅଭିହିତ କରି ନିର୍ମଳା କହିଛନ୍ତି (Nari Shakti has been identified as the harbinger of the country) ଅମୃତ କାଳ, ଅର୍ଥାତ ଦେଶ ସ୍ବାଧିନତାର ୧୦୦ ବର୍ଷରେ ଉପନୀତ ହେବାର ଦୀର୍ଘ ୨୫ ବର୍ଷର ଅବଧି ପୂର୍ବରୁ ମହିଳାଙ୍କ ନେତୃତ୍ବରେ ଦେଶର ବିକାଶକୁ ନେଇ ଆଶାବାଦୀ। ପ୍ରଧାନମନ୍ତ୍ରୀ ସ୍ବାଧୀନତା ଦିବସ ଅବସର ସମ୍ବୋଧନ ଅବସରରେ ଏହି କଥା କହିଥିଲେ ।

ନାରୀ ଶକ୍ତିର ଗୁରୁତ୍ବକୁ ସ୍ବୀକାର କରିବା ସହିତ ସରକାର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ଯୋଜନା ଗୁଡିକୁ ପୁନଃସଂସ୍କାରିତ କରିଛନ୍ତି ବୋଲି କହିଛନ୍ତି । ସେହି ଅନୁସାରେ ମହିଳା ଏବଂ ଶିଶୁମାନଙ୍କୁ ସମନ୍ବିତ ଲାଭ ପାଇଁ ତିନୋଟି ଯୋଜନା, 1- ମିଶନ ବାତ୍ସଲ୍ୟ 2- ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.୦ କୁ ଆରମ୍ଭ କରାଯାଇଥିବା କହିଛନ୍ତି ।

ସକ୍ଷମ ଅଙ୍ଗନୱାଡି ନୂତନ ପିଢିର ଅଙ୍ଗନୱାଡି ଅଟେ । ଯାହା ଶିଶୁ ମାନଙ୍କର ପ୍ରାରମ୍ଭିକ ବିକାଶ ନିମନ୍ତେ ଉନ୍ନତ ଭିତ୍ତିଭୂମି ସୁବିଧା ସୁଯୋଗ ପ୍ରଦାନ କରିବ । ଏହାସହ ଶବ୍ଦ- ଦୃଶ୍ୟ ସହାୟତା ସାମଗ୍ରୀର ଉପଲବ୍ଧତା, ସ୍ବଚ୍ଛ ଶକ୍ତିସମ୍ପନ୍ନ ତଥା ଉତ୍ତମ ବାତାବରଣ ପ୍ରଦାନ କରିବ । ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଦେଶର ୨ ଲକ୍ଷ ଅଙ୍ଗନୱାଡିକୁ ସକ୍ଷମ ଅଙ୍ଗନୱାଡି ରୂପରେ ରୂପାନ୍ତରିତ କରିବା ପାଇଁ ଘୋଷଣା କରିଛନ୍ତି ।

@IANS

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.