ETV Bharat / bharat

ମଣିପୁରରେ ସେନାକୁ ଆକ୍ରମଣ ପଛରେ ମିଆଁମାର ଆତଙ୍କବାଦୀ !

author img

By ETV Bharat Odisha Team

Published : Jan 18, 2024, 10:48 PM IST

Myanmar Militants In Manipur: ଗତକାଲି ମଣିପୁରରେ ସେନା ଟିମ ଉପରେ ହୋଇଥିବା ଆକ୍ରମଣରେ ସାମିଲ ମିଆଁମାର ଆତଙ୍କବାଦୀ । ଏପରି ଆଶଙ୍କା ଦର୍ଶାଇଲେ ରାଜ୍ୟ ସୁରକ୍ଷା ପରାମର୍ଶଦାତା । ଅଧିକ ପଢନ୍ତୁ

ମଣିପୁରରେ ସେନାକୁ ଆକ୍ରମଣ ପଛରେ ମିଆଁମାର ଉଗ୍ରବାଦୀ !

ଇମ୍ଫାଲ: ଗତକାଲି ମଣିପୁରର ଏକ ସୀମାନ୍ତ ଏରିଆରେ ଭାରତୀୟ ସେନା ଓ ପୋଲିସ ଟିମ୍‌ ଉପରେ ହୋଇଥିବା ଆକ୍ରମଣ ପଛରେ ମିଆଁମାର ଆତଙ୍କବାଦୀଙ୍କର ଭୂମିକା ରହିଛି । ଏପରି ଆଶଙ୍କା ପ୍ରକାଶ କରିଛନ୍ତି ମଣିପୁର ସୁରକ୍ଷା ପରାମର୍ଶଦାତା କୂଳଦ୍ବୀପ ସିଂ । ଗତକାଲି ମଣିପୁର ସୀମାନ୍ତ ଜିଲ୍ଲା ମୋରେହରେ କମାଣ୍ଡୋଙ୍କ ଗାଡିକୁ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ ଦୁଇ କମାଣ୍ଡ ଶହୀଦ ହୋଇଥିଲେ । ରାଜଧାନୀ ଇମ୍ଫାଲରୁ ପ୍ରାୟ 110 କି.ମି ଦୂରରେ ମିଆଁମାର ସୀମା ସଲଗ୍ନ ଏରିଆରେ ଏହି ଆକ୍ରମଣକୁ ରୂପ ଦେଇଥିଲେ ଆତଙ୍କବାଦୀ ।

ଆଜି ଏହି ପ୍ରସଙ୍ଗରେ ରାଜ୍ୟ ସୁରକ୍ଷା ପରାମର୍ଶଦାତା କୂଳଦ୍ବୀପ ସିଂ କହିଛନ୍ତି, ଗତକାଲି ପୂର୍ବାହ୍ନରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ଭାରତୀୟ ସେନାର କମାଣ୍ଡଙ୍କ ଏକ ଟିମ ଉପରେ ଏହି ଆକ୍ରମଣ ହୋଇଥିଲେ । ବହୁସଂଖ୍ୟାରେ କୁକି ଉଗ୍ରବାଦୀ ଏହି ଆକ୍ରମଣରେ ସାମିଲ ହୋଇଥିଲେ । ହେଲେ ସେଥିରେ ସୀମାପାର ଆତଙ୍କୀଙ୍କ ଭୂମିକା ଥିବା ଏବେ ଅନୁମାନ କରାଯାଉଛି । ମିଆଁମାର ସୀମାରୁ ସେମାନେ ମଣିପୁର ସୀମାରେ ପ୍ରବେଶ କରିବା ସହ ଏହି ଆକ୍ରମଣକୁ ରୂପ ଦେଇଥାଇ ପାରନ୍ତି ।

ଏହା ମଧ୍ୟ ପଢନ୍ତୁ :- ଗୁଜୁରାଟରେ ବୁଡିଲା ପିକନିକ ବୋଟ: 14 ଛାତ୍ରଛାତ୍ରୀ ମୃତ, ଏକାଧିକ ନିଖୋଜ

ନିକଟରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ମିଆଁମାର ଆତଙ୍କବାଦୀଙ୍କ ମଣିପୁର ସୀମାରେ ଅନୁପ୍ରବେଶ କରିଥିବା କଥାକୁ ସ୍ବୀକାର କରିଥିଲେ । ତଥାପି ସ୍ଥିତି ନିୟନ୍ତ୍ରଣରେ ରହିଥିବା ସେ କହିଥିଲେ । ନିକଟରେ ମିଆଁମାରରେ ସାମରିକ ଅସ୍ଥିରତା ଦେଖାଯିବା ପରେ ବହୁମାତ୍ରାରେ ସାଧାରଣ ସୀମାନ୍ତ ମିଆଁମାର ନାଗରିକ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ । ସେମାନଙ୍କୁ ଚିହ୍ନଟ କରି ସ୍ବଦେଶ ଫେରାଇବା ପାଇଁ ମଣିପୁର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ମାତ୍ର ମଣିପୁରରେ ସକ୍ରିୟ ଥିବା କିଛି ଉଗ୍ରବାଦୀ ସଂଗଠନର ଲିଙ୍କ ମିଆଁମାର ଉଗ୍ରବାଦୀ ସଂଗଠନ ସହ ମଧ୍ୟ ରହିଛି । ମଣିପୁରରେ ଗତବର୍ଷ ମେ’ ମାସରେ ଦେଖାଯାଇଥିବା ହିଂସାରେ ମଧ୍ୟ ପଡୋଶୀ ମିଆଁମାରର ଉଗ୍ରବାଦୀଙ୍କ ଭୂମିକା କଥାକୁ ସେନା ସମ୍ଭାବ୍ୟ ଦୃଷ୍ଟିକୁ ଆଣିଥିଲେ । ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ ମଧ୍ୟ ଚୀନର ଭୂମିକାକୁ ନେଇ ସନ୍ଦେହ କରିଥିଲେ । ଚୀନ ମିଆଁମାର ଆତଙ୍କୀ ସଂଗଠନକୁ ସହଯୋଗ ଦେଇ ଭାରତର ଉତ୍ତର-ପୂର୍ବ ଅସ୍ଥିରତା ସୃଷ୍ଟି କରୁଥିବା ସେ କହିଥିଲେ । ଏବେ ସେହି ଆଶଙ୍କାକୁ ରାଜ୍ୟ ସୁରକ୍ଷା ପରାମର୍ଶଦାତା ମଧ୍ୟ ସାମ୍ନାକୁ ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.