ETV Bharat / bharat

ଖୁବଶିଘ୍ର ସ୍ବଦେଶ ଫେରିବେ ମିଜୋରାମରେ ପ୍ରବେଶ କରିଥିବା ମିଆଁମାର ସୈନିକ

author img

By ETV Bharat Odisha Team

Published : Jan 20, 2024, 8:03 PM IST

Myanmar army personnel who entered Mizoram to be repatriated soon: ଖୁବଶିଘ୍ର ଫେରିବେ ମିଜୋରାମରେ ପ୍ରବେଶ କରିଥିବା ମିଆଁମାର ସୈନିକ । ବିଦ୍ରୋହୀଙ୍କ ଗୁଳିମାଡରେ ମିଜୋରାମରେ ପ୍ରବେଶ କରିଛନ୍ତି ପ୍ରାୟ 300 ବିଦେଶୀ ସୈନିକ । ଅଧିକ ପଢନ୍ତୁ

ଖୁବଶିଘ୍ରର ଫେରିବେ ମିଜୋରାମରେ ପ୍ରବେଶ କରିଥିବା ମିଆଁମାର ସେନା ସୈନିକ

ନୂଆଦିଲ୍ଲୀ: ମିଜୋରାମ ସୀମାରେ ଅନୁପ୍ରବେଶ କରିଥିବା ମିଆଁମାର ସେନାର ସୈନିକମାନେ ଖୁବଶିଘ୍ର ସେମାନଙ୍କ ଦେଶକୁ ଫେରିବେ । ଏ ଦିଗରେ ଜାରି ରହିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ‘ଇଟିଭି ଭାରତ’କୁ ସୂଚନା ଦେଇ କହିଛନ୍ତି, ମିଆଁମାର ସେନାର ସୈନିକମାନେ ସୀମାନ୍ତରେ ବିଦ୍ରୋହୀ ଗୋଷ୍ଠୀଙ୍କ ଦ୍ବାରା ପ୍ରବଳ ଗୁଳିମାଡର ଶିକାର ହୋଇ ମିଜୋରାମ ସୀମାରେ ଅନୁପ୍ରବେଶ କରିଛନ୍ତି । ସମସ୍ତଙ୍କୁ ମିଆଁମାର ଫେରାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶିଘ୍ର ସେମାନେ ସ୍ବଦେଶ ଫେରିଯିବେ ।’’

ମିଳିଥିବା ସୂଚନା ଅନୁସାରେ, ଗତ ଦୁଇଦିନ ମଧ୍ୟରେ ମିଆଁମାର ସେନା ଓ ସ୍ଥାନୀୟ ଉଗ୍ରବାଦୀ ସଂଗଠନ ମଧ୍ୟରେ ଏକାଧିକ ଗୁଳିମାଡ ହୋଇଛି । ବିଦ୍ରୋହୀ ଗୋଷ୍ଠୀଙ୍କ ପ୍ରବଳ ଗୁଳମାଡରେ ମିଆଁମାର ସେନାର ଏକାଧିକ ଟିମ ସୀମା ପାର କରି ମିଜୋରାମରେ ପ୍ରବେଶ କରିଛନ୍ତି । ଏହି ବିଦେଶୀ ସୈନିକଙ୍କ ସଂଖ୍ୟା ପ୍ରାୟ 280ରୁ 300 ମଧ୍ୟରେ ହେବା ନେଇ ସୂଚନା ମିଳିଛି । ସେମାନଙ୍କୁ ଚିହ୍ନଟ କରାଯାଇ ସାରିଛି । ନିକଟରେ ମେଘାଳୟ ରାଜଧାନୀ ଶିଲଂରେ ଶେଷ ହୋଇଥିବା ଉତ୍ତର-ପୂର୍ବ ପରିଷଦ ବୈଠକରେ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଡୁହୋମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି । ବିଦେଶୀ ସୈନିକଙ୍କୁ ସେମାନଙ୍କ ଦେଶକୁ ଫେରାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଉଭୟ କେନ୍ଦ୍ର ଓ ମିଜୋରାମ ସରକାର ଗ୍ରହଣ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ଗଣମାଧ୍ୟମକୁ ସରକାରୀ ନିର୍ଦ୍ଦେଶାନାମା: ରାମ ମନ୍ଦିର ସମ୍ପର୍କିତ ମିଥ୍ୟା ଖବର ପ୍ରସାରଣରୁ କ୍ଷାନ୍ତ ରୁହ

ତେବେ ଏହା ପ୍ରଥମ ଘଟଣା ନୁହେଁ ବରଂ ପୂର୍ବରୁ ମଧ୍ୟ ଉଗ୍ରବାଦୀଙ୍କ ଆକ୍ରମଣ ଫଳରେ ମିଆଁମାର ବହୁ ସାଧାରଣ ନାଗରିକ ଦେଶ ଛାଡି ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲେ । ସେମାନେ ମଣିପୁର ଓ ମିଜୋରାମରେ ଅନୁପ୍ରବେଶ କରିଥିଲେ । ସେମାନଙ୍କୁ ଚିହ୍ନଟ କରାଯାଇ ମିଆଁମାର ସରକାରଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ପରେ ସ୍ବଦେଶ ଫେରାଯାଇଥିଲା । ମିଆଁମାରରେ ବର୍ଷ 2023 ଆରମ୍ଭରୁ ହିଂସା ଲାଗି ରହିଛି । ସେଠାକାର ସେନା ଦେଶର ଶାସନ ଭାର ଦଖଲ କରିବା ସହ ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ସାନ ସୁକିଙ୍କୁ ଗିରଫ କରିଥିଲା । ଏହା ପରେ ସାରା ଦେଶରେ ବିଦ୍ରୋହ ଦେଖାଯାଇଥିଲା । ସୀମାନ୍ତ ଅଞ୍ଚଳରେ ସେନାର ଓ ଉଗ୍ରବାଦୀ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଦେଖିବାକୁ ମିଳିଥିଲା । ଉତ୍ତର ଭାରତୀୟ ରାଜ୍ୟ ମିଜୋରାମ ମିଆଁମାର ସୀମା ସହ ସର୍ବାଧିକ 510 କି.ମି ସଲଗ୍ନ ରହିଛି । ତେଣୁ ଭାରତ ମିଆଁମାର ପ୍ରସଙ୍ଗରେ କଡା ନଜର ରଖିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.