ETV Bharat / bharat

ଭୋପାଳରେ 'ଦ କେରଳ ଷ୍ଟୋରୀ'ର ସତ କାହାଣୀ, ଯୁବତୀଙ୍କୁ ଧର୍ମ ପରିବର୍ତ୍ତନକୁ ବାଧ୍ୟ କରୁଥିବା ଅଭିଯୋଗ

author img

By

Published : Aug 6, 2023, 9:48 AM IST

ଭୋପାଳରେ ଦେଖିବାକୁ ମିଳିଛି 'ଦ କେରଳ ଷ୍ଟୋରୀ'ର ସତ କାହାଣୀ । ଆଦିବାସୀ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

the kerela story turns in real in bhopal
ଯୁବତୀଙ୍କୁ ହିଜାବ ପିନ୍ଧିବାକୁ ବାଧ୍ୟ କରୁଥିବା ଅଭିଯୋଗ

ଭୋପାଳ: ଭୋପାଳରେ ଦେଖିବାକୁ ମିଳିଛି 'ଦ କେରଳ ଷ୍ଟୋରୀ'ର ସତ କାହାଣୀ । ଆଦିବାସୀ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାଙ୍କୁ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ପ୍ରବର୍ତ୍ତା ଯାଇଥିଲା । ଏଥିରେ ସେ ରାଜି ନହେବାରୁ ତାଙ୍କୁ ଏକ ଘରେ ବନ୍ଦ କରିଦିଆଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି ।

ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ ବାଲାଘାଟ ସହରର ବାସିନ୍ଦା ଅଟନ୍ତି । ପିତାମାତାଙ୍କ ସ୍ବପ୍ନ ପୂରଣ କରିବା ପାଇଁ ସେ ଭୋପାଳକୁ ପଢ଼ିବାକୁ ଯାଇଥିଲେ । ସେ ଭୋପାଳ ସ୍ଥିତ ପଶୁପାଳନ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ସେ ଜାନୁଆରୀ ମାସରେ ଏଠାକୁ ଆସିଥିବା ବେଳେ ତାଙ୍କର ସମ୍ପର୍କୀୟଙ୍କ ଘରେ ରହିଥିଲେ । ଏହି ସମୟରେ ଜଣେ ମୁସଲମାନ ଯୁବତୀଙ୍କ ସହ ତାଙ୍କର ଯୋଗାଯୋଗ ହୋଇଥିଲା । ଉକ୍ତ ଯୁବତୀଙ୍କ ସହ ମିଳାମିଶା ପରେ ଏକ ଘର ଖୋଜିଦେବା ଲାଗି ସେ କହିଥିଲେ । ମାତ୍ର ଯୁବତୀ ଜଣକ ତାଙ୍କ ସହ ରହିବାକୁ କହିଲେ । ସେ ଏକୁଟିଆ ରହୁଥିବା ସହ ତାଙ୍କ ସ୍ବଭାବ ଯୁବତୀଙ୍କୁ ଭଲ ଲାଗିଥିଲା ।

ଏହା ମଧ୍ୟ ପଢନ୍ତୁ: Mobile Jihad: ଅନ୍‌ଲାଇନ ଗେମ୍‌ରେ କୁନି ପିଲାଙ୍କ ଧର୍ମ ପରିବର୍ତ୍ତନ, ମାଷ୍ଟରମାଇଣ୍ଡ ଗିରଫ

ତେଣୁ ଗତ ଜୁନ ମାସରୁ ସେ ତାଙ୍କ ସହ ଏକାଠି ରହିଥିଲେ । ଆରମ୍ଭରେ ସବୁକିଛି ଠିକ ଥିଲା । ଧୀରେ ଧୀରେ ଇସଲାମ ଧର୍ମ ସମ୍ପର୍କରେ ପ୍ରଲୋଭନ ଦେଖାଇବା ଆରମ୍ଭ କରିଥିଲେ । ପ୍ରଥମେ ଯୁବତୀଙ୍କୁ ହିଜାବ ପିନ୍ଧିବାକୁ କହିଥିଲେ । ଏହାପରେ ନମାଜ ପଢ଼ିବାକୁ କହିଥିଲେ । ସମ୍ପୃକ୍ତ ମୁସଲମାନ ଯୁବତୀ ଅନେକ ଥର ଅଶ୍ଲୀଳ ଭାଷାରେ କଥା ହେବା ସହ ଏହାର ଭିଡ଼ିଓ ମଧ୍ୟ କରୁଥିଲେ । ଯୁବତୀ ଜଣକ ଶୋଇବା ସମୟରେ ତାଙ୍କ ସହ ଦୁର୍ବ୍ୟବହାର ହେଉଥିବା ସେ ଅନୁଭବ କରୁଥିଲେ । ଏହି ସମୟରେ ହାମିଦ ମିୟା ନାମକ ଜଣେ ବ୍ୟକ୍ତି ଏହି ରୁମକୁ ଆସୁଥିଲେ । ଯୁବତୀ ଶୋଇବା ପରେ ତାଙ୍କର ହୋସ ରହୁନଥିଲା । ସେ ଉଠିବା ପରେ ତାଙ୍କ ସହ କିଛି ଅଘଟଣ ଘଟିଥିବା ଅନୁଭବ କରୁଥିଲେ । ଏହାପରେ ସେ ଉକ୍ତ ରୁମରୁ ଚାଲିଯିବାକୁ ଚାହୁଁଥିଲେ ମାତ୍ର, ତାଙ୍କୁ ରୁମ ଭିତରେ ଭର୍ତ୍ତି କରି ତାଲା ମାରି ଚାଲିଯାଇଥିଲେ । ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବାରୁ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ବନ୍ଦ କୋଠରୀରୁ ଯୁବତୀଙ୍କୁ ଉଦ୍ଧାର କରିଛି । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.