ETV Bharat / bharat

ନୃଶଂସ ମାଆ: ରାଶିଫଳରେ ସମୟ ନଥିଲା ଠିକ୍, ୪ ମାସର ପୁଅକୁ ପିଙ୍ଗିଲା ନଦୀରେ

author img

By

Published : Mar 24, 2022, 8:27 PM IST

କଥାରେ ଅଛି ମାଆ ହେଉଛି ମମତାମୟୀ । ମାଆରେ ପଣତରେ ଛୁଆଙ୍କୁ ସ୍ବର୍ଗ ଭଳି ଲାଗିଥାଏ । ମାତ୍ର ତାମିଲନାଡୁର ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ରାଶିଫଳରେ ସମୟ ଠିକ୍‌ ନଥିବାରୁ, ପୁଅକୁ ନଦୀରେ ଫିଙ୍ଗି ହତ୍ୟା କଲା ମାଆ
ରାଶିଫଳରେ ସମୟ ଠିକ୍‌ ନଥିବାରୁ, ପୁଅକୁ ନଦୀରେ ଫିଙ୍ଗି ହତ୍ୟା କଲା ମାଆ

ଚେନ୍ନାଇ: କଥାରେ ଅଛି ମାଆ ହେଉଛି ମମତାମୟୀ । ମାଆରେ ପଣତରେ ଛୁଆଙ୍କୁ ସ୍ବର୍ଗ ଭଳି ଲାଗିଥାଏ । ମାତ୍ର ତାମିଲନାଡୁର ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ତେବେ ତାମିଲନାଡୁର ଡିଣ୍ଡିଗୁଲ୍‌ରେ ନିଜର ୪ ମାସର ପୁଅକୁ ହତ୍ୟା କରିଛି ଜନ୍ମ କଲା ମାଆ । ଗତକାଲି ଏହି ଘଟଣା ଘଟିଥିବାବେଳେ ମହିଳାଙ୍କ ସ୍ବାମୀ ଘରୁ କାମ କରିବାକୁ ବାହରକୁ ଗଲା ପରେ ନିଜ ଜନ୍ମ କଲା ସନ୍ତାନକୁ ପାଲାରୁ ପୋରୁଣ୍ଟାଲାରୁ ଠାରେ ଥିବା ନଦୀରେ ଫିଙ୍ଗି ହତ୍ୟା କରିଛି ମାଆ । ତାମିଲନାଡୁର ପାଲାନି ଅନ୍ତର୍ଗତ ରାଜପୁରମ୍‌ ପଞ୍ଚାୟତରୁ ଆସି ମହେଶ୍ବରନ୍‌ ଓ ତାଙ୍କ ସ୍ତ୍ରୀ ଲତା ଡିଣ୍ଡିଗୁଲ୍‌ ରହୁଥିବା ବେଳେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଲତା ଏହି ଜଘନ୍ୟ କାଣ୍ଡ କରିଛନ୍ତି ।

ରାଶିଫଳରେ ସମୟ ଠିକ୍‌ ନଥିବାରୁ, ପୁଅକୁ ନଦୀରେ ଫିଙ୍ଗି ହତ୍ୟା କଲା ମାଆ

ସେହିଭଳି ମହିଳା ଜଣକ ଘରକୁ ଫେରି ଆସିବା ସହ କିଛି ହୋଇ ନଥିବାର ଅଭିନୟ କରିଥିଲେ । ଏଥିସହ କାନ୍ଦିବା ସହ କେହି ଜଣେ ପିଲାକୁ ଚୋରି କରି ନେଇ ଯାଇଥିବା ଅଭିଯୋଗ କରିଥିଲେ । ତେବେ ଘଟଣା ଘଟିବାର କିଛି ସମୟ ପରେ ସ୍ଥାନୀୟ ଲୋକେ ପାଲାରୁ ପୋରୁଣ୍ଡାଲୁ ନଦୀ କୂଳରେ ଥିବା ଆମାଲ୍ ପ୍ଲାଣ୍ଟ ପାଖରେ ଥିବା ନଦୀ କୂଳରେ ଏକ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ।

ଅପରପକ୍ଷରେ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହ ଛୁଆକୁ ଉଦ୍ଧାର କରିବା ସହ ନିକଟସ୍ଥ ପଲାନି ହସ୍ପିଟାଲକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ଛୁଆଟିକୁ ମୃତ ଘୋଷଣା କରିଥିଲେ । ଏହା ପରେ ପଲାନି ହସ୍ପିଟାଲ କର୍ତ୍ତୃପକ୍ଷ ପାଲାନି ତାଲୁକା ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ ।

ତେବେ ପୋଲିସ ଘଟଣାସ୍ଥଳକୁ ଯାଇ ଶିଶୁର ମା ଓ ବାପାଙ୍କୁ ପଚରାଉଚରା କରିଥିଲା । ଏଥିସହ ଶିଶୁର ମାଆକୁ ଏହା ବିଷୟରେ ପଚାରିବାରୁ ସେ ସବୁ ପ୍ରଶ୍ନର ବିପରୀତ ଜବାବ ଦେଇଥିଲେ । ଏହା ପରେ ପୋଲିସର ସନ୍ଦେହ ହେବାରୁ ଲତାଙ୍କୁ ଏସଂକ୍ରାନ୍ତରେ ଏକ ସ୍ବତନ୍ତ୍ର ତଦନ୍ତ କରି ଅଧିକ ପଚାରଉଚୁରା କରିଥିଲେ ।

ଅନ୍ୟପଟେ ଶିଶୁର ମାଆ ହତ୍ୟା କରିଥିବା ମାନିବା ସହ ରାଶିଫଳରେ ସମୟ ଠିକ୍ ନ ଥିବାରୁ ସେ ତାଙ୍କ ପୁଅକୁ ନଦୀରେ ଫିଙ୍ଗି ଦେଇ ହତ୍ୟା କରିଛନ୍ତି ବୋଲି କହିଛନ୍ତି । ଏହି ସଂପର୍କରେ ପୋଲିସ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.