ETV Bharat / bharat

Morbi Bridge accident: ହାଇକୋର୍ଟରେ SITର ଚାର୍ଜସିଟ ଦାଖଲ, ରକ୍ଷଣାବେକ୍ଷଣା ଦାୟିତ୍ବରେ ଥିବା କମ୍ପାନୀ ଦାୟୀ

author img

By ETV Bharat Odisha Team

Published : Oct 10, 2023, 10:47 PM IST

ହାଇକୋର୍ଟରେ ଦାଖଲ ହେଲା ମୋରବୀ ବ୍ରିଜ ଟ୍ରାଜେଡିର ଚାର୍ଜସିଟ୍‌ । ରକ୍ଷଣା ବେକ୍ଷଣା ଦାୟିତ୍ବରେ ଥିବା କମ୍ପାନୀର ଅବହେଳାକୁ ଅଘଟଣର କାରଣ ପାଇଁ ଦାୟୀ ଦର୍ଶାଇଲା SIT । ଯାଇଥିଲା 135 ଜୀବନ । ଅଧିକ ପଢନ୍ତୁ

Morbi Bridge accident: ହାଇକୋର୍ଟରେ SITର 5 ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ, ରକ୍ଷଣାବେକ୍ଷଣା ଦାୟିତ୍ବରେ ଥିବା କମ୍ପାନୀ ଦାୟୀ
Morbi Bridge accident: ହାଇକୋର୍ଟରେ SITର 5 ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ, ରକ୍ଷଣାବେକ୍ଷଣା ଦାୟିତ୍ବରେ ଥିବା କମ୍ପାନୀ ଦାୟୀ

ଗାନ୍ଧୀନଗର: ଗତବର୍ଷ ଅକ୍ଟୋବର 30 ତାରିଖରେ ଗୁଜୁରାଟର ମୋରବୀରେ ଘଟିଥିବା ଝୁଲାପୋଲ ଅଘଟଣର ମାମଲାର ଆଜି ଏସଆଇଟି ହାଇକୋର୍ଟରେ ଚାର୍ଜସିଟ ଦାଖଲ କରିଛି । 5ହଜାର ପୃଷ୍ଠା ବିଶିଷ୍ଟ ଏହି ଦୀର୍ଘ ଚାର୍ଜସିଟରେ ପୋଲର ରକ୍ଷଣା ବେକ୍ଷଣା ଦାୟିତ୍ବରେ ଥିବା ଓରେୱା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ଦାୟୀ ବୋଲି ଦର୍ଶାଇଛି ତଦନ୍ତକାରୀ ସଂସ୍ଥା । ଏହା କୌଣସି ଆକସ୍ମିକ ଅଘଟଣ ନୁହେଁ ବରଂ କମ୍ପାନୀର ଚରମ ଦାୟିତ୍ବହିନତା ପାଇଁ ଘଟିଛି । ତେଣୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ 302 ଧାରା (ହତ୍ୟା) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଚାର୍ଜସିଟରେ ଏସଆଇଟି ଉଲ୍ଲେଖ କରିଛି ।

ଗୁଜୁରାଟ ନିର୍ବାଚନ ସମୟରେ ଏହି ଅଘଟଣ ଘଟିଥିଲା । ବ୍ରିଜ୍ ପରିଚାଳନା ଦାୟିତ୍ବରେ ଥିବା ଓରେୱା କମ୍ପାନୀ ନା ସ୍ଥାନୀୟ ନଗରପାଳିକା ପ୍ରଶାସନ ଦାୟୀ ସେନେଇ ବିତର୍କ ହୋଇଥିଲା । ରାଜ୍ୟ ସରକାର ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରି ଅଘଟଣର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ବର୍ଷେବ୍ୟାପୀ ତଦନ୍ତ ପରେ ଆଜି ଏସଆଇଟି ଚାର୍ଜସିଟ ଦାଖଲ କରିଛି । ଏଥିରେ କେବଳ କମ୍ପାନୀର ଚରମ ଦାୟିତ୍ବହିନତା ପାଇଁ ଏହି ଅଘଟଣ ଘଟିଥିବା ଦର୍ଶାଯାଇଛି ।

ଏହି ଦୁର୍ଘଟଣା ପାଇଁ କମ୍ପାନୀର ମ୍ୟାନେଜର ଦୀନେଶ ଦାଭେ ଏବଂ ଦୀପକ ପାରେଖଙ୍କ ସହ କମ୍ପାନୀର ମାଲିକ ଜୟସୁଖ ପଟେଲଙ୍କୁ ଦାୟୀ କରାଯାଇଛି । ପୋଲ ମରାମତି ଜାରି ରହିଥିଲେ ସୁରକ୍ଷା ପ୍ରୋଟୋକଲକୁ ଅନୁସରଣ କରାଯାଇନଥିଲା । ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ସାମଗ୍ରୀ ମଧ୍ୟ ନଥିଲା । ଦାୟିତ୍ବହୀନ ଓ ଅବହେଳା ପାଇଁ ମରାମତି ପ୍ରକ୍ରିୟା ମଧ୍ୟରେ ଥାଇ ମଧ୍ୟ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମାତ୍ରାଧିକ ଲୋକ ଏହି ପୋଲ ଉପରେ ଚଢ଼ିଥିଲେ । ତେଣୁ ଦୁର୍ଘଟଣା ଘଟିଥିବା ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଆଡଭାନୀଙ୍କ ଉକ୍ତିକୁ ଦୋହରାଇଲେ ରାହୁଲ, ମଧ୍ୟ ପ୍ରଦେଶକୁ BJP-RSS ର ପ୍ରକୃତ ପ୍ରୟୋଗଶାଳା କହି କଲେ ଟାର୍ଗେଟ

ଗତବର୍ଷ ଡିସେମ୍ବର 30 ତାରିଖରେ ଏହି ଦୁଖଃଦ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ଏଥିରେ 21 ଶିଶୁଙ୍କ ସମେତ ମୋଟ 135 ଜଣଙ୍କର ମୃତ୍ୟୁ ଘଟିଥିଲା । ଗୁଜୁରାଟରେ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ‘ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ବିଶେଷ କାର୍ଯ୍ୟକ୍ରମର ମାତ୍ର ଗୋଟିଏ ଦିନ ପୂର୍ବରୁ ଏହି ଅଘଟଣ ଘଟିଥିଲା । ପରଦିନ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ଘଟଣା ନେଇ ଦୁଖଃ ପ୍ରକାଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.