ETV Bharat / bharat

କେମିତି ରହିବ ରାମ ମନ୍ଦିର ସୁରକ୍ଷା ବ୍ୟବସ୍ଥା, ଯୋଗୀ ସରକାରଙ୍କୁ ଡ୍ରାଫ୍ଟ ଦେଲା CISF

author img

By ETV Bharat Odisha Team

Published : Nov 15, 2023, 4:23 PM IST

ସିଆରପିଏଫ ହାତରେ ରହିବ ରାମ ମନ୍ଦିର ସୁରକ୍ଷା ଦାୟିତ୍ବ । ଉତ୍ତର ପ୍ରଦେଶ ସରକାରଙ୍କୁ କନସୁଲଟାନ୍ସି ଡ୍ରାଫ୍ଟ ଦେଲା ଦେଲା CISF । ଅଧିକ ପଢନ୍ତୁ

କେମିତି ରହିବ ରାମ ମନ୍ଦିର ସୁରକ୍ଷା ବ୍ୟବସ୍ଥା, ଯୋଗୀ ସରକାରଙ୍କୁ ଡ୍ରାଫ୍ଟ ଦେଲା CISF
କେମିତି ରହିବ ରାମ ମନ୍ଦିର ସୁରକ୍ଷା ବ୍ୟବସ୍ଥା, ଯୋଗୀ ସରକାରଙ୍କୁ ଡ୍ରାଫ୍ଟ ଦେଲା CISF

ଲକ୍ଷ୍ନୌ: ଆସନ୍ତା ବର୍ଷ ଜାନୁଆରୀ 22 ତାରିଖରେ ଅଯୋଧ୍ୟାର ଶ୍ରୀରାମ ରାମମନ୍ଦିର ପ୍ରତିଷ୍ଠା ହେବ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବେ । ଏବେ ଏହି ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟରେ ଶେଷ ସ୍ପର୍ଶ ଦିଆଯାଉଛି । 2026 ସୁଦ୍ଧା ସମ୍ପୂର୍ଣ୍ଣ ମନ୍ଦିର ପ୍ରକଳ୍ପ ଶେଷ ହେବାକୁ ଥିବା ବେଳେ 2024 ଜାନୁଆରୁ ଶ୍ରଦ୍ଧାଳୁମାନେ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ । ତେବେ ଏହି ବହୁ ପ୍ରତୀକ୍ଷିତ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଉପରେ ରହିବ । ସିଆଇଏସ୍‌ଏଫ୍‌ ଏନେଇ ଏକ 13 ସୂତ୍ରୀ ସୁରକ୍ଷା ବନ୍ଦୋବସ୍ଥ ଡ୍ରାଫ୍ଟ ରିପୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କ ନିକଟରେ ଉପସ୍ଥାପନ କରିଛି । ଏହି ପ୍ରସ୍ତାବିତ ଚିଠାରେ ମନ୍ଦିର ସୁରକ୍ଷାର ସମସ୍ତ ଦିଗ ଉପରେ ପ୍ରାଧାନ୍ୟ ଦିଆଯାଇଛି ।

CISF ପ୍ରଦାନ କରିଥିବା ଡ୍ରାଫ୍ଟ ଅନୁସାରେ, ଆଧୁନିକ ଗେଜେଟ ବ୍ୟବହାର, ଭିଡ଼ ନିୟନ୍ତ୍ରଣ ଓ ପରିଚାଳନା ପ୍ରଣାଳୀ, କ୍ରାଇସେସ୍‌ ମ୍ୟାନେଜମେଣ୍ଟ, ଥ୍ରେଟ ପ୍ରେଟେକ୍ସନ୍‌, ରିକ୍ସ ଆନାଲିସିସ, ଆକ୍ସେସ୍‌ କଣ୍ଟ୍ରୋଲ ଓ ପେରିମିଟର ପ୍ରୋଟେକ୍ସନ, ମାନବ ସମ୍ବଳର ଆବଶ୍ୟକତାର ଅନୁଧ୍ୟାନ, ସିକ୍ୟୁରିଟି ସିଷ୍ଟମ ଆପ୍ଲିକେସନ, ସିକ୍ଯୁରିଟି-ଫାଏର ଅଡିଟ୍‌, ମେଟେରିଆଲ ସିକ୍ୟୁରିଟି, ଡକ୍ୟୁମେଣ୍ଟ ସିକ୍ଯୁରିଟି, ଆଭ୍ୟନ୍ତରୀଣ ଇନଟେଲିଜେନ୍ସି, ଫାଏର କଣ୍ଟ୍ରୋଲ ସିଷ୍ଟମ, ଏକ୍ସିକ୍ୟୁଟିଭ ପ୍ରୋଟେକ୍ସନ ଆଦି ଦିଗକୁ ଏହି ପ୍ରସ୍ତାବିତ ଚିଠାରେ ଉଲ୍ଲେଖ କରାଯାଇଛି । ଗତବର୍ଷ ଉତ୍ତର ପ୍ରଦେଶ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମନ୍ଦିର ସୁରକ୍ଷା ସମ୍ପର୍କରେ ଚିଠି ଲେଖିଥିଲେ । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଏହି ସୁରକ୍ଷା ଦାୟିତ୍ବ ସିଆରପିଏଫ ଉପରେ ନ୍ୟସ୍ତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :-PM In Jharkhand: ଆଜି ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଜାନୁଆରୀ 22 ତାରିଖରେ ହେବାକୁ ଥିବା ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ 2020 ମସିହା ଅଗଷ୍ଟ 5 ତାରିଖରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଶ୍ରୀରାମ ମନ୍ଦିର ଶିଳାନ୍ୟାସ କରାଯାଇଥିଲା । 2026 ସୁଦ୍ଧା ଏହି ମନ୍ଦିର ପ୍ରକଳ୍ପକୁ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିରେ ଶ୍ରଦ୍ଧାଳୁଙ୍କ ଏକାଧିକ ସୁବିଧା ଓ ସୁପରିଚାଳନା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ରହିବ । ତେବେ ଜାନୁଆରୀ 22 ତାରିଖ ପରଠାରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିରରେ ଶ୍ରଦ୍ଧାଳୁମାନେ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ । ଏନେଇ ସାରା ଦେଶରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.