ETV Bharat / bharat

ପାସପୋର୍ଟ ଯାଞ୍ଚ ବେଳେ ଦିଲ୍ଲୀରେ ପୋଲିସକୁ ଆଫ୍ରିକୀୟ ନାଗରିକଙ୍କ ଆକ୍ରମଣ

author img

By

Published : Jan 8, 2023, 4:01 PM IST

ଦିଲ୍ଲୀରେ ପୋଲିସ ଟିମକୁ ଆଫ୍ରିକୀୟ ନାଗରିକଙ୍କ ସଙ୍ଘବଦ୍ଧ ଆକ୍ରମଣ । ଭିସା ଅବଧି ଶେଷ ପରେ ଦେଶ ଛାଡି ନଥିବାରୁ 3 ନାଇଜେରୀୟ ନାଗରିକଙ୍କୁ ଗିରଫ କରିଥିଲା ପୋଲିସ (Delhi police arrest African nationals) । ଏକାଧିକ ଗିରଫ,ତଦନ୍ତ ଜାରି । ଅଧିକ ପଢନ୍ତୁ

ପୋଲିସକୁ ଆଫ୍ରିକୀୟ ନାଗରିକଙ୍କ ସଙ୍ଘବଦ୍ଧ ଆକ୍ରମଣ
Africans attacks Delhi cops

ହାଇଦ୍ରାବାଦ: ରାଜଧାନୀ ଦିଲ୍ଲୀରେ ପୋଲିସ ଟିମକୁ ସଙ୍ଘବଦ୍ଧ ଆକ୍ରମଣ କଲେ ଆଫ୍ରିକୀୟ ନାଗରିକ । ରାଜୁ ପାର୍କ ଅଞ୍ଚଳରେ ପ୍ରାୟ ଶହେରୁ ଅଧିକ ଆଫ୍ରିକୀୟ ନାଗରିକ ଦିଲ୍ଲୀ ପୋଲିସର ଏକ ଟିମ୍‌କୁ ଆକ୍ରମଣ କରିବା ଫଳରେ କିଛି ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି (African nationals attack to Delhi police)। ଦିଲ୍ଲୀରେ ଥିବା କିଛି ଆଫ୍ରିକୀୟ ନାଗରିକଙ୍କ ଭିସା ଅବଧି ଶେଷ ହୋଇସାରିଥିବା ବେଳେ ପୋଲିସ 3 ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ସଂଧ୍ୟାରେ ପୋଲିସ ପୁଣି ନେବ ସରାଇ ରାଜୁ ପାର୍କ (Neb Sarai's Raju Park) ଅଞ୍ଚଳରେ ଚଢାଉ କରି ଅନ୍ୟ କିଛି ବେଆଇନ ନାଗରିକଙ୍କୁ ଗିରଫ କରିବାକୁ ଉଦ୍ୟମ କରିବା ବେଳେ ପ୍ରାୟ 2 ଶହ ଆଫ୍ରିକୀୟ ନାଗରିକମାନେ ସଙ୍ଘବଦ୍ଧ ଭାବେ ପୋଲିସ ଟିମକୁ ଆକ୍ରମଣ କରିଥବା ସୂଚନା ମିଳିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଉକ୍ତ ଅଞ୍ଚଳରେ କିଛି ଆଫ୍ରିକୀୟ ନାଗରିକ ଭିସା ଅବଧି ଶେଷ ହେବା ପରେ ବେଆଇନ ଭାବେ ରହି ଆସୁଥିବା ନେଇ ସୂଚନା ମିଳିଥିଲା । ଗତକାଲି(ଶନିବାର) ଦିଲ୍ଲୀ ପୋଲିସର ନାର୍କୋଟିକ ସେଲ ଉକ୍ତ ଅଞ୍ଚଳରେ ଚଢାଉ କରି ବିଦେଶୀ ନାଗରିକଙ୍କ ପାସପୋର୍ଟ ଓ ଭିସା ଆଦି ଯାଞ୍ଚ କରିଥିଲା । ଏଥିରେ ଭିସା ଅବଧି ଶେଷ ହେବା ପରେ ଭାରତ ଛାଡି ନଥିବା 3 ନାଇଜେରୀୟ ନାଗରିକଙ୍କୁ ପୋଲିସ ଗିରଫ କରିଥିଲା(Delhi police arrest African nationals)। ସେହିପରି ସଂଧ୍ୟା ପ୍ରାୟ 6ଟାରେ ପୁଣି ଥରେ ପୋଲିସ ଟିମ ଉକ୍ତ ଅଞ୍ଚଳରେ ରେଡ କରିବା ସମୟରେ ଆଫ୍ରିକୀୟ ନାଗରିକଙ୍କ ଏକ ଗୋଷ୍ଠୀ ପୋଲିସ ଉପରେ ଆକ୍ରମଣ କରିଥିଲା ।

ପୋଲିସକୁ ଆକ୍ରମଣର ସୁଯୋଗ ନେଇ 4 ଅଭିଯୁକ୍ତଙ୍କ ମଧ୍ୟରୁ 2 ଜଣ ଖସି ପଳାଇବାରେ ସଫଳ ହୋଇଥିଲେ । ପରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ପୁଣି ଗିରଫ କରିଛି । ଅନ୍ୟଜଣେ ବର୍ତ୍ତମାନ ମଧ୍ୟ ଫେରରା ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ଆଖପାଖ ଅଞ୍ଚଳରେ ପୋଲିସ ଖୋଜାଖୋଜି ଜାରି ରଖିଛି । ଗୋଟିଏ ପଟେ ଭିସା ଅବଧି ଶେଷ ପରେ ମଧ୍ୟ ଉକ୍ତ ଅଞ୍ଚଳରେ ବହୁ ଆଫ୍ରିକୀୟ ନାଗରିକ ରହିଥିବା ପୋଲିସ ନିକଟରେ ସୂଚନା ରହିଛି । ସେମାନଙ୍କ ପାସପୋର୍ଟ ଯାଞ୍ଚ କରିବା ସହ ପୋଲିସ ଟିମକୁ ଆକ୍ରମଣ ଘଟଣାକୁ ନେଇ ମଧ୍ୟ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ।

ଦିଲ୍ଲୀ ପୋଲିସ ବିଦେଶ ଅଧିନିୟମ(Foreigners Act) ସହ ଭାରତୀୟ ଦଣ୍ଡ ସଂହିତା (IPC) ଧାରା 420 / 120-B ଅନୁଯାୟୀ ଏକ ମାମଲା ରୁଜୁ କରିଛି । ଗିରଫ ନାଗରିକମାନଙ୍କ ପୂର୍ବ ରେକର୍ଡ ତର୍ଜମା କରାଯାଉଛି । କୌଣସି ଅପରାଧିକ ବା ନିଶା କାରବାର ରେକର୍ଡ ନଥିଲେ ସେମାନଙ୍କୁ ସ୍ୱଦେଶ ପ୍ରତ୍ୟାର୍ପଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇପାରେ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.