ETV Bharat / bharat

Cabinet Decisions: ବଢିଲା ଧାନର ଏମଏସପି, ଲାଭାନ୍ବିତ ହେବେ ଚାଷୀ

author img

By

Published : Jun 7, 2023, 4:50 PM IST

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ସୂଚନା ଅନୁସାରେ ଧାନର 7 ପ୍ରତିଶତ ଏମଏସପି ବୃଦ୍ଧି କରାଯାଇଛି । ସେହିପରି ମୁଗ ଡାଲି ଉପରେ 10.4 ପ୍ରତିଶତ, ମୁଗଫଲି ଉପରେ 9 ପ୍ରତିଶତ, ଜବାର, ବାଜରା, ରାଗୀ, ହରଡ ଡାଲି, ସୋୟାବିନ, ସୂର୍ଯ୍ୟମୂକ୍ଷୀ ମଞ୍ଜି ଉପରେ 6 ରୁ 7 ପ୍ରତିଶତ ଏମଏସପି ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ବଢିଲା ଧାନର ସର୍ବନିମ୍ନ ସହାୟକ ମୁଲ୍ୟ(MSP) । ଆଜି ଧାନର 7 ପ୍ରତିଶତ MSP ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏକାଧିକ ଫସଲର MSP ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହାଦ୍ବାରା ସିଧା ସଳଖ କୃଷକ ଲାଭାନ୍ବିତ ହେବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ସୂଚନା ଦେଇଛନ୍ତି ।

  • Union Cabinet has approved increased MSP for Kharif crops for marketing season 2023-24. This move is to ensure remunerative prices to growers for their produce and to encourage crop diversification: Union Minister Piyush Goyal pic.twitter.com/lgocKi8xMn

    — ANI (@ANI) June 7, 2023 " class="align-text-top noRightClick twitterSection" data=" ">

କେଉଁ ଫସଲର ବଢିଲା MSP:- କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ସୂଚନା ଅନୁସାରେ ଧାନର 7 ପ୍ରତିଶତ MSP ବୃଦ୍ଧି କରାଯାଇଛି । ସେହିପରି ମୁଗ ଡାଲି ଉପରେ 10.4 ପ୍ରତିଶତ, ମୁଗଫଲି ଉପରେ 9 ପ୍ରତିଶତ, ଜବାର, ବାଜରା, ରାଗୀ, ହରଡ ଡାଲି, ସୋୟାବିନ, ସୂର୍ଯ୍ୟମୂକ୍ଷୀ ମଞ୍ଜି ଉପରେ 6ରୁ 7 ପ୍ରତିଶତ ଏମଏସପି ବୃଦ୍ଧି ପାଇଛି । ନୂଆ MSP ଦର ଆର୍ଥିକ ବର୍ଷ 2023-24ରୁ ଲାଗୁ ହେବ ।

ବଢିଲା ଧାନର ମୁଲ୍ୟ:- ଆର୍ଥିକ ବର୍ଷ 2023-24ରେ ଧାନ କ୍ବିଣ୍ଟାଲ ପ୍ରତି 7 ପ୍ରତିଶତ ତଥା 143 ଟଙ୍କା MSP ମୁଲ୍ୟ ବୃଦ୍ଧି ପାଇଛି । ଫଳରେ ଏଣିକି ଧାନ କ୍ବିଣ୍ଟାଲ ପ୍ରତି 2183 ଟଙ୍କା ହୋଇଛି । ଏହାଦ୍ବାରା ଦେଶର କୃଷକଙ୍କ ସ୍ବାର୍ଥ ରକ୍ଷା ସହ ପରିଶ୍ରମର ମୁଲ୍ୟ ମିଳିବ ବୋଲି ସରକାର କହିଛନ୍ତି ।

ମୁଗର ବି ବଢିଲା MSP:- ଆଜି କେନ୍ଦ୍ର ସରକାର ବିଭିନ୍ନ ଫସଲର MSP ବୃଦ୍ଧି କରିଛନ୍ତି । ଏଥିରେ ସର୍ବାଧିକ MSP ବୃଦ୍ଧି ହୋଇଥିବା ଫସଲ ହେଉଛି ମୁଗ । ମୁଗର MSP ଦର 10.4 ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ଏଣିକି ମୁଗର MSP ମୁଲ୍ୟ କ୍ବିଣ୍ଟାଲ ପ୍ରତି 8558ରେ ପହଞ୍ଚିଛି । ଗତ ବର୍ଷ ଏହା 7755 ଥିଲା ।

ଲାଭାନ୍ବିତ ହେବେ ଚାଷୀ:- କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ବର୍ତ୍ତମାନ ଖୁଚୁରା ମୁଦ୍ରାସ୍ପୀତି ଖସୁଛି । ଏପରି ସ୍ଥିତିରେ ବିଭିନ୍ନ ଫସଲର MSP ବୃଦ୍ଧି ହେବା ଦ୍ବାରା ସିଧା ସଳଖ ଚାଷୀ ଲାଭ ପାଇବେ । ମନ୍ତ୍ରୀ ଆହୁରି କହିଛନ୍ତି ସାମାନ୍ୟ ଗ୍ରେଡର ଧାନ କ୍ବିଣ୍ଟାଲ ପ୍ରତି ଏମଏସପି 143 ଟଙ୍କା ବୃଦ୍ଧି ପାଇ 204 ରୁ 2183 ଟଙ୍କା ହୋଇଛି । ଏତତ ବ୍ୟତୀତ ଏ’ ଗ୍ରେଡର ଧାନ ମଧ୍ୟ 143 ଟଙ୍କା ବୃଦ୍ଧି ପାଇ କ୍ବିଣ୍ଟାଲ ପ୍ରତି MSP 2203 ଟଙ୍କା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.