ETV Bharat / bharat

ଆଗ୍ରାରେ ପଠାନକୋଟ ଏକ୍ସପ୍ରେସରେ ନିଆଁ, ଜଳିଗଲା ଏକାଧିକ ବଗି

author img

By ETV Bharat Odisha Team

Published : Oct 25, 2023, 7:32 PM IST

ଆଗ୍ରା-ଝାନ୍ସି ରୁଟରେ ପଠାନକୋଟ ଏକ୍ସପ୍ରେସରେ ଲାଗିଲା ନିଆଁ । ଜଳିଗଲା ଏକାଧିକ ବଗି । କେହି ମୃତାହତ ହୋଇନଥିବା ସୂଚନା । ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଆଗ୍ରାରେ ପଠାନକୋଟ ଏକ୍ସପ୍ରେସରେ ନିଆଁ, ଜଳିଗଲା ଏକାଧିକ ବଗି
ଆଗ୍ରାରେ ପଠାନକୋଟ ଏକ୍ସପ୍ରେସରେ ନିଆଁ, ଜଳିଗଲା ଏକାଧିକ ବଗି

ଲକ୍ଷ୍ନୌ: ପୁଣି ଏକ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ । ଆଜି (ବୁଧବାର) ଅପରାହ୍ନରେ ଆଗ୍ରା-ଝାନ୍ସି ରୁଟରେ ପଠାନକୋଟ ଏକ୍ସପ୍ରେସର 2ଟି ବଗିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଆଗ୍ରା କ୍ୟାଣ୍ଟନମେଣ୍ଟ ଜୋନର ଭଣ୍ଡାଇ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି । ଟ୍ରେନର ଏକାଧିକ ବଗିରେ ନିଆଁ ଲାଗିବା ସହ ବଗିଗୁଡିକ ଜଳିଯାଇଛି । ତୁରନ୍ତ ରେଳବାଇ ଅଧିକାରୀ ଓ ଫାଏର ସର୍ଭିସ ଟିମ୍‌ ପହଞ୍ଚି ନିଆଁକୁ ଆୟତ କରିଥିଲା । କିଛି ଘଣ୍ଟା ମଧ୍ଯରେ ନିଆଁ ଆୟତ ମଧ୍ୟ ହୋଇସାରିଛି । କେହି ଯାତ୍ରୀ ମୃତାହତ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇନାହିଁ । ସେହିପରି ନିଆଁ ଲାଗିବାର କାରଣ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ରେଳବାଇ ସୁରକ୍ଷା ଓ ବୈଷୟିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତଦନ୍ତ ନିର୍ଦ୍ଦେଶ ମିଳିଛି । ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହେବା ନେଇ ରେଳବାଇ କହିଛି ।

  • Fire broke out in two coaches of Patalkot Express (14624) going from Firozpur in Punjab to Seoni in Madhya Pradesh near Bhadai railway station of Malpura Police Station in Agra. Further details awaited.

    — ANI (@ANI) October 25, 2023 " class="align-text-top noRightClick twitterSection" data=" ">

ଭାରତୀୟ ରେଳବାଇ ସୂଚନା ଅନୁସାରେ, ପଠାନକୋଟ ଏକ୍ସପ୍ରେସ (14624) ପଞ୍ଜାବ ଫିରୋଜପୁରରୁ ମଧ୍ୟ ପ୍ରଦେଶର ସିଓନି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଆଜି ଅପରାହ୍ନରେ ଟ୍ରେନଟି ଆଗ୍ରା ଜୋନର ଆଗ୍ରା ଧୋଲପୁର ନିକଟରେ ଯାତ୍ରା କରୁଥିବା ବେଳେ ଏକାଧିକ ବଗିରେ ଧୂଆଁ ଦେଖିବାକୁ ମିଳିଥିଲା । ଏହା ପରେ ଲୋକୋପାଇଲଟ ଟ୍ରେନକୁ ରୋକିଥିଲେ । ଟ୍ରେନର ଦୁଇ ବଗିରେ ନିଆଁ ଲାଗିଥିଲା । ଯାତ୍ରୀମାନେ ଓହ୍ଲାଇ ଯାଇଥିଲେ । ତୁରନ୍ତ ନିଆଁଲିଭା କାର୍ଯ୍ୟ ଆରମ୍ଭ ହୋଇଥିଲା । କିଛି ଘଣ୍ଟା ମଧ୍ୟରେ ନିଆଁ ଆୟତଙ୍କୁ ଆସିଛି ।

ଏହା ମଧ୍ୟ ପଢନ୍ତୁ:- Chhattisgarh polls: ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେପି, ଅମ୍ବିକାପୁରରୁ ରାଜେଶ ଅଗ୍ରଓ୍ବାଲ

କ୍ଷତିଗ୍ରସ୍ତ ହୋଇଥିବା ବଗିଗୁଡିକୁ ଟ୍ରେନରୁ ପୃଥକ କରାଯାଇଛି । କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ । ତେବେ କେଉଁ କାରଣରୁ ନିଆଁ ଲାଗିଛି, ତାହା ମଧ୍ୟ ସ୍ପଷ୍ଟ ହୋଇନି । ହୁଏତ ସଟସର୍କିଟ କାରଣରୁ ନିଆଁ ଲାଗିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ନିଆଁ ଲାଗିବାର ତଦନ୍ତ ପରେ ସ୍ପଷ୍ଟ ହେବା ନେଇ ରେଳବାଇ କହିଛି । ଅନ୍ୟପଟେ ଦୁର୍ଘଟଣା ପରେ ଉକ୍ତ ରୁଟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ସେହି ରୁଟରେ ଯାତାୟତ କରିବାକୁ ଥିବା କିଛି ଟ୍ରେନର ସମୟ ମଧ୍ୟ ବିଳମ୍ବ ହୋଇଛି । କିଛି ଘଣ୍ଟା ମଧ୍ୟରେ ଏହି ରୁଟରେ ରେଳସେବା ପୁଣି ସ୍ବାଭାବିକ ହେବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.