ETV Bharat / bharat

ମିଳିତ ନୌସମରାଭ୍ୟାସ: ସମୁଦ୍ରରେ ଏକାଠି ହେଲେ ଭାରତ-ଜାପାନ, ଚୀନ ଛାତିରେ ପଶିଲା ଛନକା

author img

By

Published : Jul 23, 2022, 8:44 PM IST

ଭାରତ-ଜାପାନ ନୌସେନା ମଧ୍ୟରେ ଅନୁଷ୍ଠିତ ହେଲା ମିଳିତ ସମରାଭ୍ୟାସ । ଆଣ୍ଡାମାନ ସାଗରରେ ହେଲା ଅଭ୍ୟାସ । ବ୍ୟବହୃତ ହୋଇଥିଲେ ଦୁଇ ନୌସେନାର ଦୁଇ ଲଢୁଆ ଜାହାଜ । ଅଧିକ ପଢନ୍ତୁ

ଭାରତ-ଜାପାନ ମିଳିତ ନୌସମରାଭ୍ୟାସ ଅନୁଷ୍ଠିତ
ଭାରତ-ଜାପାନ ମିଳିତ ନୌସମରାଭ୍ୟାସ ଅନୁଷ୍ଠିତ

ଚେନ୍ନାଇ: ଭାରତ-ଜାପାନ ନୌସେନା ମଧ୍ୟରେ ଏକ ମିଳିତ ସମରାଭ୍ୟାସ Maritime Partnership Exercise (MPX) ଅନୁଷ୍ଠିତ ହୋଇଛି । ଆଜି (ଶନିବାର) ଆଣ୍ଡାମାନ ସାଗରରେ ଭାରତୀୟ ନୌସେନା ଓ ଜାପାନ ସେଲ୍ଫ ଡିଫେନ୍ସ ଫୋର୍ସ ମଧ୍ୟରେ ଏହି ମିଳିତ ସମରାଭ୍ୟାସ ଶେଷ ହୋଇଛି । ଦୁଇ ନୌସେନା ପକ୍ଷରୁ ଦୁଇଟି ଲଢୁଆ ଯୁଦ୍ଧ ଜାହାଜ ବ୍ୟବହାର କରାଯାଇଥିଲା ।

  • A Maritime Partnership Exercise (MPX) was conducted between Japan Maritime Self Defense Force and Indian Navy today in Andaman sea. INS Sukanya, an offshore patrol vessel and JS Samidare, a murasame class destroyer, undertook various exercises: Indian Navy pic.twitter.com/n7Cx4yLoZP

    — ANI (@ANI) July 23, 2022 " class="align-text-top noRightClick twitterSection" data=" ">

ଭାରତୀୟ ନୌସେନାର ଭେସେଲ୍ସ ବର୍ଗର ଯୁଦ୍ଧ ଜାହାଜ ଆଇଏନସ ସୁକନ୍ୟା (INS Sukanya) ଅଂଶଗ୍ରହଣ କରିଥିବା ବେଳେ ଜାପାନ ନୌସେନା ପକ୍ଷରୁ ଜେଏସ ସାମିଦାରେ (JS Samidare) ନାମକ ଏକ ଡେଷ୍ଟ୍ରେୟର ଶ୍ରେଣୀର ଯୁଦ୍ଧ ଜାହାଜ ବ୍ୟବହୃତ ହୋଇଥିଲା । ଉଭୟ ଦେଶର ନୌସୈନିକ ଯୁଦ୍ଧ କୌଶଳ ସହ ମିଳିତ ରଣନୀତି ମଧ୍ୟ ପ୍ରଦର୍ଶନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.