ETV Bharat / bharat

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସାବ ଦିନ ପ୍ରସବ ପାଇଁ ଉତ୍ସାହୀ ପ୍ରସୂତୀ, କଣ କହୁଛନ୍ତି ଡାକ୍ତର

author img

By ETV Bharat Odisha Team

Published : Jan 16, 2024, 10:57 PM IST

Ram Mandir Ayodhya: ସନ୍ତାନ ନୁହେଁ ରାମ ଦରକାର । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସାବ ଦିନରେ ହିଁ ପ୍ରସବ କରିବାକୁ ଉତ୍ସାହୀ ପ୍ରସୂତୀ । ବିଭିନ୍ନ ହସ୍ପିଟାଲରେ ବଢୁଛି ପ୍ରି-ବୁକିଂ । ଅଧିକ ପଢନ୍ତୁ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସାବ ଦିନରେ ହିଁ ପ୍ରସବ କରିବାକୁ ଉତ୍ସାହୀ ପ୍ରସୂତୀ

ଡେରାଡୁନ: ଦୀର୍ଘ ବର୍ଷର ଅପେକ୍ଷା ପରେ ଚଳିତ 22 ତାରିଖରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ସମୟ ନିକଟତର ହେଉଥିବା ବେଳେ ଏହାକୁ ନେଇ ସାରା ଦେଶରେ ଉତ୍ସାହ ଓ ଉତ୍କଣ୍ଠା ବଢିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଭିନ୍ନ ଏକ ରୋଚକ ଖବର ମଧ୍ୟ ସାମ୍ନାକୁ ଆସିଛି । ଆସନ୍ନ ପ୍ରସବା ମହିଳାମାନେ ସେହି ଦିନ ହିଁ ସନ୍ତାନ ପ୍ରସବ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏପରିକି କିଛି ସ୍ଥାନରେ ଏଥିପାଇଁ ଆଗୁଆ ହସ୍ପିଟାଲ ମଧ୍ୟ ବୁକିଂ ହୋଇସାରିଥିବା ସୂଚନା ମିଳିଛି । ମହିଳାମାନଙ୍କ ପରିବାର ସଦସ୍ୟ ଡାକ୍ତରଙ୍କ ନିକଟରେ ଏହି ଇଚ୍ଛା ପ୍ରକାଶ କରିଛନ୍ତି ।

ତେବେ ଏହି ପ୍ରାକୃତିକ ପ୍ରକ୍ରିୟା ଏତେ ସହଜ ହୋଇନଥିବା ବେଳେ ଏଥିପାଇଁ ବହୁ ଗର୍ଭବତୀ ମହିଳା ଓ ତାଙ୍କ ପରିବାର ସଦସ୍ୟ ଡାକ୍ତରଙ୍କ ପରାମର୍ଶ ଲୋଡିଛନ୍ତି । ପ୍ରସବ ତାରିଖ 22 ତାରିଖ ଓ ଏହାର ନିକଟବର୍ତ୍ତୀ ହୋଇଥିଲେ, ଏହାକୁ ଡାକ୍ତରୀ ସହୟତାରେ ସହଳ କିମ୍ବା ବିଳମ୍ବ କରିବାକୁ ମଧ୍ୟ ସେମାନେ ଇଚ୍ଛା ପ୍ରକାଶ କରିଛନ୍ତି । ଅସ୍ତ୍ରୋପଚାର ମାଧ୍ୟମରେ ନିର୍ଦ୍ଧାରିତ ସମୟ ପୂର୍ବରୁ କିମ୍ବା ପରେ ପ୍ରସବ କରାଇବା ପାଇଁ ସେମାନେ ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି । ମାତ୍ର ଏହି ଇଚ୍ଛା ବାସ୍ତବତାରେ ପରିଣତ ହେବାରେ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ମାତ୍ର ଏପରି ଏକ ପବିତ୍ର ଅବସରରେ ମହିଳାମାନେ ସନ୍ତାନ ଜନ୍ମ ଦେବାକୁ ବେଶ ଉତ୍ସାହିତ ବୋଲି ଏକାଧିକ ସୂତ୍ରରୁ ତଥ୍ୟ କହୁଛି ।

ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଆଜିଠୁ ଆରମ୍ଭ ହେବ ଧାର୍ମିକ ରୀତିନୀତି

ଏପରି ସ୍ଥିତିରେ ଡାକ୍ତରମାନେ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି । ଉତ୍ତରାଖଣ୍ଡର ସ୍ତ୍ରୀରୋଗ ବିଶେଷଜ୍ଞ ଡା.ସୁଜତା କହିଛନ୍ତି ଯେ, ଜଣେ ମହିଳା ଭାବେ ସେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ବେଶ ଉତ୍ସାହିତ । ସେ ଏହି ଦିନ ମଧ୍ୟ ଡାକ୍ତରଖାନା ଓ ସମସ୍ତ କର୍ମଚାରୀଙ୍କ ସହ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ହେଲେ ଜଣେ ଡାକ୍ତର ଭାବେ ସେ ଏପରି କରିବା ପାଇଁ କୌଣସି ମହିଳା କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ କେବେବି ପରାମର୍ଶ ଦେଇପାରିବେ ନାହିଁ । ଏପରି ସ୍ଥିତିରେ ସେମାନେ ଏପରି କରିବାକୁ ଚାପ ସୃଷ୍ଟି କରୁଥିବାରୁ ସେମାନଙ୍କ ସହ ଆଲୋଚନା କରାଯାଉଛି । ସେମାନଙ୍କୁ ସମସ୍ୟା ସମ୍ପର୍କରେ ବୁଝାଯାଉଥିବା ଡାକ୍ତର ସୁଜାତା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.