ETV Bharat / bharat

ରାଜସ୍ଥାନରେ ଅଜଣାରୋଗ ଆତଙ୍କ, ଗଲାଣି 7 ଶିଶୁଙ୍କ ଜୀବନ

author img

By

Published : Apr 16, 2022, 12:39 PM IST

ରାଜସ୍ଥାନର ସିରୋହୀ ଜିଲ୍ଲାର ଫୁଲବାଇ ଅଞ୍ଚଳରେ ଅଜଣା ରୋଗ ନେଲାଣୀ ୭ ଜଣଙ୍କ ଜୀବନ । ଅଧିକ ପଢନ୍ତୁ

ରାଜସ୍ଥାନରେ ଅଜଣାରୋଗ ନେଲାଣି ୭ ଜୀବନ
ରାଜସ୍ଥାନରେ ଅଜଣାରୋଗ ନେଲାଣି ୭ ଜୀବନ

ଜୟପୁର: ରାଜସ୍ଥାନରେ ଅଜଣାରୋଗ ଆତଙ୍କ । ସିରୋହୀ ଜିଲ୍ଲାର ଫୁଲବାଇ ଅଞ୍ଚଳରେ ଅଜଣା ରୋଗ ନେଲାଣୀ ୭ ଜଣଙ୍କ ଜୀବନ । ମୃତକଙ୍କ ବୟସ ୨ ରୁ ୧୪ ବର୍ଷ ହୋଇଥିବା ଜଣାପଡିଛି । ଏପ୍ରିଲ୍ ୯ ରୁ ୧୩ ମଧ୍ୟରେ ସମସ୍ତଙ୍କ ମୃତ୍ୟୁ ହୋଇଛି । ପ୍ରଥମେ ଜ୍ବର ହେବାପରେ ଆକସ୍ମିକ ଭାବେ ମୃତ୍ୟୁ ହେଉଛି । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏନେଇ ସ୍ବାସ୍ଥ୍ୟ ବିଭାଗ ଜଣେ ଅଧିକାରୀ କହିଛନ୍ତି ଯେ ମୃତ୍ୟୁର କାରଣ ଜଣାପଡିନାହିଁ । ରିପୋର୍ଟ ଆସିବା ପରେ ପ୍ରକୃତରୋଗର କାରଣ ଜଣାପଡିବ । ସବୁଠାରୁ ବଡ କଥା ହେଉଛି ଲକ୍ଷଣ ଦେଖାଦେବାର ଗୋଟିଏ ଦିନ ପରେ ମୃତ୍ୟୁ ହେଉଛି । ନିଜ ପାଞ୍ଚବର୍ଷର ଶିଶୁକୁ ହରାଇ ଜଣେ ମୃତକଙ୍କ ମା କହିଛନ୍ତି ଯେ ମୋ ପୁଅ ସକାଳ ସମୟରେ ଉଠିବା ପରେ ସେ ଜ୍ବରରେ ପଡିତ ଥିଲା । ପ୍ରଥମେ ମୋତେ ପାଣି ମାଗିଲା ଓ ଏହା ପରେ ବାନ୍ତି ହୋଇଥିଲା, ଏବଂ କିଛି ସମୟପରେ ତାର ମୃତ୍ୟୁ ହୋଇଥିଲା । ୭ଜଣ ମୃତକଙ୍କ ମଧ୍ୟରୁ ୩ଜଣ ମୃତ୍ୟୁ ପୂର୍ବରୁ ଆଇସକ୍ରିମ ଖାଇଥିଲେ । ତେଣୁ ଉକ୍ତ ଅଞ୍ଚଳକୁ ଜୟପୁର ଏବଂ ଯୋଧପୁରର ଡାକ୍ତରୀ ଟିମ୍‌ ପରିଦର୍ଶନ କରିବାକୁ ଯାଇଛନ୍ତି । ପରିସ୍ଥିତି ଉପରେ ନଜର ରଖାଯାଇ ପ୍ରାୟ ୩୦୦ଟି ଘରୁ ୫୮ ଟି ନମୁନା ପରୀକ୍ଷା ପାଇଁ ଜୟପୁରର ଏକ ଲ୍ୟାବକୁ ପଠାଯାଇଛି ବୋଲି କହିଛନ୍ତି ଅଧିକାରୀ ଜଣଙ୍କ ।

ଏବେ ଆଉ ତିନିଜଣ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ନିକଟରେ ଥଣ୍ଡାର ସାମାନ୍ୟ ଲକ୍ଷଣ ଅଛି ଏବଂ ଜଣଙ୍କ ନିମୋନିଆ ରହିଛି । ତେବେ ଏହା ଭାଇରାଲ ଫିଭର ହୋଇଥାଇପାରେ ବୋଲି ଯୋଧପୁରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଶିଶୁ ବିଭାଗର ମୁଖ୍ୟ କୁଲଦୀପ ସିଂ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.