ETV Bharat / bharat

କିନ୍ନରଙ୍କୁ ଟ୍ରୋଲ କରିବା ପଡିଲା ମହଙ୍ଗା, ୟୁଟ୍ୟୁବରଙ୍କୁ 50 ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

author img

By ETV Bharat Odisha Team

Published : Jan 14, 2024, 6:57 AM IST

Madras HC asks YouTuber to pay 50 lakh compensation: ମାଡ୍ରାସ ହାଇକୋର୍ଟର ୟୁଟ୍ୟୁବରଙ୍କୁ 50 ଲକ୍ଷର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ୟୁଟ୍ୟୁବରଙ୍କୁ 50 ଲକ୍ଷର କ୍ଷତିପୂରଣ ନିର୍ଦ୍ଦେଶ
ୟୁଟ୍ୟୁବରଙ୍କୁ 50 ଲକ୍ଷର କ୍ଷତିପୂରଣ ନିର୍ଦ୍ଦେଶ

ହାଇଦ୍ରାବାଦ: କିନ୍ନରଙ୍କୁ ଟ୍ରୋଲ କରିବା ପଡିଲା ମହଙ୍ଗା । ୟୁଟ୍ୟୁବରଙ୍କୁ 50 ଲକ୍ଷର କ୍ଷତିପୂରଣ ନିର୍ଦ୍ଦେଶ ଦେଲେ ମାଡ୍ରାସ ହାଇକୋର୍ଟ । ୟୁଟ୍ୟୁବର ଜଣକ ଟ୍ରାନ୍ସ କାର୍ଯ୍ୟକର୍ତ୍ତା ଅପସରା ରେଡ୍ଡୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ମାମଲାରେ ଏହି ନିର୍ଦ୍ଦେଶ ହୋଇଛି । ଏଥିସହ ସୋସିଆଲ ମିଡିଆ ନେଟୱାର୍କିଂ ସାଇଟରେ ଟ୍ରାନ୍ସଜେଣ୍ଡରଙ୍କ ଭାବନାକୁ ପ୍ରଭାବ ପକାଇବା ଭଳି ପୋଷ୍ଚ ନକରିବାକୁ ଗୁଗୁଲ ଏବଂ ୟୁଟ୍ୟୁବ କମ୍ପାନିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଆଇଏଡିଏମକେ(AIADMK) ମୁଖପାତ୍ର ଥିବା ଅପସରା ରେଡ୍ଡୀଙ୍କ ବିରୋଧରେ ଜଣାଶୁଣା ୟୁଟ୍ୟୁବର ଜୋ ମାଇକେଲ ପ୍ରବୀଣ ଅପମାନଜନକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏନେଇ ଅପସରାଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ମାମଲାରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରି ୟୁଟ୍ୟୁବରଙ୍କୁ 50 ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କୁ ୩ ମାସ ଭିତରେ ପେନସନ୍‌ ଦିଅ: ହାଇକୋର୍ଟ

AIADMK ମୁଖପାତ୍ର ଅପସରା ରେଡ୍ଡୀଙ୍କୁ ଅପମାନ ତଥା ଭୁଲ ତଥ୍ୟ ସବୁ ପ୍ରସିଦ୍ଧ ୟୁଟ୍ୟୁବର ଜୋ ମାଇକେଲ ପ୍ରବୀଣଙ୍କ ଦ୍ବାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା । ତେଣୁ ଅପସରା ପ୍ରବୀଣଙ୍କ ବିରୋଧରେ ମାନହାନୀ ମାମଲା କରିଥିଲେ । ଏହି ମାମଲାର ଶୁଣାଣି କରିଥିବା ବିଚାରପତି ଏନ ସତୀଶ କୁମାର ଗୁଗୁଲ ୟୁଟ୍ୟୁବକୁ ଜୋ ମାଇକେଲ ପ୍ରବୀନଙ୍କ ଦ୍ୱାରା ପୋଷ୍ଟ ହୋଇଥିବା 10ରୁ ଅଧିକ ଭିଡିଓକୁ ତୁରନ୍ତ ଡିଲିଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୟୁଟ୍ୟୁବରଙ୍କୁ 50 ଲକ୍ଷର କ୍ଷତିପୂରଣ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସମାଜରେ ଟ୍ରାନ୍ସଜେଣ୍ଡର ସମୁଦାୟ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଉଲ୍ଲେଖ କରି ବିଚାରପତି ଗୁଗୁଲ ଏବଂ ୟୁଟ୍ୟୁବକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ମନ୍ତବ୍ୟଗୁଡିକୁ ଡିଲିଟ କରିବା ସହ ସୋସିଆଲ ମିଡିଆ ନେଟୱାର୍କିଂ ସାଇଟରେ ଟ୍ରାନ୍ସଜେଣ୍ଡରଙ୍କ ଭାବନାକୁ ପ୍ରଭାବ ପକାଇବା ଭଳି ପୋଷ୍ଚ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...‘ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀ ମନା କରିବା କ୍ରୁରତା, ଛାଡପତ୍ରର ପାଇଁ ଗ୍ରହଣଯୋଗ୍ୟ କାରଣ’

ତେବେ ଅପସରା ରେଡ୍ଡୀ କୋର୍ଟଙ୍କୁ କହିଛନ୍ତି ଯେ, 2017ରେ ସେ ଏକ ଜଣାଶୁଣା ପତ୍ରିକାରେ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିବାବେଳେ ପ୍ରବୀଣ ତାଙ୍କ ସହ ମିଳିତ ଭିଡିଓ କାର୍ଯ୍ୟକ୍ରମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଯେତେବେଳେ ସେ ମନା କରିଦେଲେ, ପ୍ରବୀଣ କ୍ରୋଧିତ ହୋଇ ତାଙ୍କ ବିଷୟରେ ଗପସପ କରିବା ଏବଂ ଖରାପ ଧାରଣା ପ୍ରଚାର କରିବା ଆରମ୍ଭ କରିଥିଲେ । ଫଳସ୍ବରୁପ ତାଙ୍କୁ ନିମନ୍ତ୍ରଣ କରାଯାଇଥିବା ଅନେକ ଶୋ' ବାତିଲ କରାଯାଇଥିଲା ।

ବ୍ୟୁରେ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.