ETV Bharat / bharat

ଚର୍ଚ୍ଚାରେ ବିଶାଳ ହନୁମାନ କଡେଇ, ପ୍ରସ୍ତୁତ ହେବ 7000 KG 'ଶ୍ରୀରାମ ଶିରା'

author img

By ETV Bharat Odisha Team

Published : Jan 17, 2024, 10:39 PM IST

Largest Hanuman Kadhai: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ବିଶାଳ 'ହନୁମାନ କଡେଇ'ରେ ପ୍ରସ୍ତୁତ ହେବ ୭ ହଜାର କେଜିର 'ଶ୍ରୀରାମ ଶିରା' । ଏହାର ଓଜନ ୨ ହଜାର କେଜି ଥିବା ବେଳେ ଏଥିରେ ୧୫ ହଜାର କେଜିର ଖାଦ୍ୟ ଏକ ସମୟ ରେ ରୋଷେଇ କରାଯାଇପାରିବ । ଅଧିକ ପଢନ୍ତୁ

ଚର୍ଚ୍ଚାରେ ବିଶାଳ ହନୁମାନ କଡେଇ , ଜାନୁଆରୀ ୨୨ ରେ ପ୍ରସ୍ତୁତ ହେବ ୭ ହଜାର କେଜିର 'ଶ୍ରୀରାମ ଶିରା'

ହାଇଦ୍ରାବାଦ: ଆସନ୍ତା ୨୨ ଜାନୁଆରୀ ରେ ଅଯୋଧ୍ୟା ରେ ପ୍ରଭୁ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏହାକୁ ନେଇ ସାରା ଭାରତ ବର୍ଷରେ କୋଣ ଅନୁକୋଣେ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଛି । ବିଭିନ୍ନ ଭକ୍ତ ମାନେ ନିଜ ନିଜ ଢଙ୍ଗରେ ପ୍ରଭୁଙ୍କ ଉଦେଶ୍ୟ ରେ ନାନା ବିଧ କାର୍ଯ୍ୟ କରୁଛନ୍ତି । ଏହି କ୍ରମରେ ବିଶ୍ବର ସର୍ବବୃହତ କଡେଇ ନିର୍ମାଣ ହୋଇଛି ନାଗପୁରରେ । ନାଗପୁର ର ସ୍ଥାନୀୟ ଶିଳ୍ପୀ ମାନେ ଏହାକୁ ପ୍ରସ୍ତୁତ କରିଥିବା ବେଳେ ଏହାର ଧାରଣ କରିବାର କ୍ଷମତା ୧ ହଜାର ଲିଟର ରହିଛି ।

ସେହିପରି ଏହାର ଓଜନ ୨ ହଜାର କେଜି ଥିବା ବେଳେ ଏଥିରେ ୧୫ ହଜାର କେଜିର ଖାଦ୍ୟ ଏକ ସମୟ ରେ ରୋଷେଇ କରାଯାଇପାରିବ । ସେହିପରି ଏହାର ନାମ 'ହନୁମାନ କଡେଇ' ଥିବା ବେଳେ ଆସନ୍ତା ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଏଥିରେ ୭ ହଜାର କେଜିର 'ଶ୍ରୀରାମ ଶିରା' ପ୍ରସ୍ତୁତ ହେବ । ଏହି କଡେଇ ନିର୍ମାଣରେ ବୁଡା ଜାହାଜ କିମ୍ବା ଡ୍ୟାମର ଗେଟ ପାଇଁ ବ୍ୟବହୃତ ମୋଟା ଷ୍ଟିଲ ବ୍ୟବହୃତ ହୋଇଛି । ଏହି ଷ୍ଟିଲର ମୋଟେଇ ୬ ମିଲିମିଟର ରହିଛି । ସେହିପରି କଡେଇର ପୃଷ୍ଠ ଭାଗ ଲୁହା ଓ ତମ୍ବାର ମିଶ୍ରଣ ରେ ନିର୍ମାଣ ହୋଇଛି । ଏହି କଡେଇକୁ ନିର୍ମାଣ କରିବାକୁ ପ୍ରାୟ ୧ ମାସ ସମୟ ଲାଗିଛି ।

ଏହା ମଧ୍ୟ ପଢନ୍ତୁ .... ଚର୍ଚ୍ଚାରେ ସୁରଟର ରାମଭକ୍ତଙ୍କ କାର, ଶ୍ରୀରାମଙ୍କ ସହ ରାମ ମନ୍ଦିର ହୋଇଛି ଚିତ୍ରିତ

ଫେମସ ସେଫ୍ ବିଷ୍ଣୁ ମନୋହର ଆସନ୍ତା ୨୨ ତାରିଖ ରେ ଜଗଦମ୍ବା ସଂସ୍ଥାନ କୋରଡି ରେ ୬ ହଜାର କେଜିର 'ରାମ ଶିରା' ପ୍ରସ୍ତୁତ କରିବେ । ସେ ଆସନ୍ତା ୨୬ ତାରିଖ ରେ ଅଯୋଧ୍ୟା ରେ ୭ ହଜାର କେଜିର ରାମଶିରା ପ୍ରସ୍ତୁତ କରିବେ । ଏହା ଦ୍ବାରା ସେ ୨ ଟି ନୂଆ ବିଶ୍ବ ରେକର୍ଡକୁ ଭଙ୍ଗ କରିବାର ଯୋଜନା ରହିଛି । ଏହା ପରେ ଏହି ହନୁମାନ କଡେଇ କୁ ଅଯୋଧ୍ୟାର ରାମମନ୍ଦିରରେ ଦାନ କରାଯିବ । ସୂଚନା ଯୋଗ୍ୟ ଯେ ସେଫ ବିଷ୍ଣୁ ମନୋହର ଗଣେଷ ଉତ୍ସବରେ ୨୫୦୦ କେଜିର ଶୁଖିଲା ଭୋଗ ପ୍ରସ୍ତୁତ କରିଥିଲେ । ସେହିପରି ଲମ୍ବା ପରଠା ବନାଇବାର ରେକର୍ଡ ମଧ୍ୟ ତାଙ୍କ ନାଁ ରେ ରହିଛି । ଏହି ପରଠା ୫ ଫୁଟ ଲମ୍ବ ହୋଇଥିବା ବେଳେ ଓସାର ୫ ଫୁଟ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.