ETV Bharat / bharat

ଜମି ଦୁର୍ନୀତି ମାମଲା; ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘରେ ପଶିଲା ଇଡି

author img

By ETV Bharat Odisha Team

Published : Jan 20, 2024, 3:45 PM IST

ED officials arrive at Jharkhand CM home: ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି । ଅଧିକ ପଢନ୍ତୁ

ED officials arrive at Jharkhand CM home
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପଶିଲା ଇଡି । ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଟିମ୍ ମୁଖ୍ୟମନ୍ତ୍ରୀ ସୋରେନଙ୍କ ରାଞ୍ଚି ସ୍ଥିତ ବାସଭବନରେ ପହଞ୍ଚିଛି । ଇଡି ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିବା ପରେ ମୁଖ୍ୟ ଗେଟ୍ ବନ୍ଦ କରିଦିଆଯାଇଛି । ଘରେ ହିଁ ତାଙ୍କୁ ଇଡି ଜେରା କରୁଥିବା ସୂଚନା ମିଳିଛି । ଏହି ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ଇଡି ସୋରେନଙ୍କୁ ଅନେକ ସମନ ଜାରି କରିଥିଲା । ମାତ୍ର ସେ ସବୁଥର ଏହାକୁ ଏଡାଇ ଦେଇଥିଲେ ।

  • #WATCH | Security strengthened as additional Central Security Force troops arrive at the residence of Jharkhand CM Hemant Soren in Ranchi

    CM Soren is currently being questioned by a team of ED officials here in connection with a land scam case. pic.twitter.com/xl2S7S66ns

    — ANI (@ANI) January 20, 2024 " class="align-text-top noRightClick twitterSection" data=" ">

ସେପଟେ ଇଡି ଟିମ୍ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଘରେ ପହଞ୍ଚିବା ମାତ୍ରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଶତାଧିକ କର୍ମକର୍ତ୍ତା ତାଙ୍କର ଘର ବାହାରେ ରୁଣ୍ଡ ହୋଇ ଇଡି ବିରୋଧରେ ନାରାବାଜି କରୁଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବାସଭବନ ବାହାରେ ଏବଂ ରାଞ୍ଚିର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଞ୍ଚି ଏସପି ରାଜକୁମାର ମେହେତା କହିଛନ୍ତି, ''ରାଞ୍ଚିର ବିଭିନ୍ନ ସ୍ଥାନରେ ଭାରି ସଂଖ୍ୟାରେ ସୁରକ୍ଷାବଳ ମୁତୟନ କରାଯାଇଛି । କୌଣସି ନାଗରିକ ଆଇନକୁ ନିଜ ହାତକୁ ନେଇପାରିବେ ନାହିଁ । କେତେକ ସ୍ଥାନରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ମୁତୟନ ହୋଇଛନ୍ତି ।''

ଏହା ମଧ୍ୟ ପଢନ୍ତୁ: ସରିଲା ମୁଖ୍ୟମନ୍ତ୍ରୀ ସୋରେନଙ୍କ ଡେଡଲାଇନ, ଇଡିର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା

ବହୁ ଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ୭ ଥର ସମନ ଜାରି କରିଥିଲା । କିନ୍ତୁ ସେ ଏହାକୁ ବେଆଇନ ଓ ଉଦ୍ଦେଶ୍ୟ ପ୍ରଣୋଦିତ କହି ପ୍ରତିଥର ଅଣଦେଖା କରିଥିଲେ । ଏହାପରେ ଇଡି ସୋରେନଙ୍କୁ ପଚରାଉଚରା ସହ ବୟାନ ରେକର୍ଡ ପାଇଁ ସ୍ଥାନ ଓ ସମୟ ଜଣାଇବାକୁ ଏକ ଚିଠି ଲେଖିଥିଲା । ଜାନୁୟାରୀ ୧୬ରୁ ୨୦ ତାରିଖ ମଧ୍ୟରେ ଗୋଟିଏ ଦିନ ବାଛିବାକୁ ଅଷ୍ଟମ ଥର ସମନ କରିଥିଲା । ପରେ ଜାନୁୟାରୀ ୨୦ ତାରିଖରେ ତାଙ୍କର ବାସଭବନରେ ପଚରାଉଚରା କରିବାକୁ ସୋରେନ ଇଡିକୁ ଚିଠି ଲେଖି ଜଣାଇଥିଲେ । ଏହି କ୍ରମରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଘରେ ପହଞ୍ଚି ତାଙ୍କୁ ପଚରାଉଚରା କରୁଛନ୍ତି ।

ଜାନୁଆରୀ ୩ରେ କେନ୍ଦ୍ରୀୟ ଏଜେନ୍ସି ମୁଖ୍ୟମନ୍ତ୍ରୀ ସୋରେନଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଭିଷେକ ପ୍ରସାଦଙ୍କ ଘରେ ଚଢାଉ କରିଥିଲା । ଦିନ ତମାମ ଇଡି ଅଧିକାରୀମାନେ ପ୍ରସାଦଙ୍କ ରାଞ୍ଚି ବାସଭବନରେ ତନାଘନା କରିଥିଲେ । ଏହାପରେ ତାଙ୍କୁ ୧୬ ତାରିଖରେ ହାଜର ହେବାକୁ ସମନ ଜାରି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.