ETV Bharat / bharat

Kavitha's ED Questioning: ଆଜି କବିତାଙ୍କୁ ଜେରା କରିବ ED

author img

By

Published : Mar 10, 2023, 11:04 PM IST

Updated : Mar 11, 2023, 7:13 AM IST

ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତାଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତେବେ ଇଡିର ଜେରା ପୂର୍ବରୁ କବିତାଙ୍କ ଭାଇ କେଟିଆର ଦିଲ୍ଲୀରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

Kavitha's ED Questioning: କାଲି କବିତାଙ୍କୁ ଜେରା କରିବ ଇଡି, ଦିଲ୍ଲୀରେ ପହଞ୍ଚିଲେ KTR
Kavitha's ED Questioning: କାଲି କବିତାଙ୍କୁ ଜେରା କରିବ ଇଡି, ଦିଲ୍ଲୀରେ ପହଞ୍ଚିଲେ KTR

ନୂଆଦିଲ୍ଲୀ: ଭାରତ ରାଷ୍ଟ୍ର ସମିତି ନେତା କେଟି ରାମା ରାଓ ଶୁକ୍ରବାର ଦିଲ୍ଲୀ ସ୍ଥିତ ନିଜ ପିତା ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବାସଭବନରେ ପହଞ୍ଚିଛନ୍ତି । ଆଜି(ଶନିବାର) ଭଉଣୀ ତଥା ବିଆରଏସ MLC କବିତାଙ୍କୁ ଜେରା କରିବ ଇଡି । ଏଥିଲାଗି ସେ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି । ସେପଟେ କବିତା ମାର୍ଚ୍ଚ ୮ ତାରିଖରୁ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଗତକାଲି ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାରିତ କରିବା ଲାଗି ଦାବି କରି ଯନ୍ତରମନ୍ତର ଠାରେ ଧାରଣାରେ ବସିଥିଲେ ।

ସଂସଦରେ ଏବେ ବଜେଟ ଅଧିବେଶନ ଜାରି ରହିଥିବା ବେଳେ ସେ ମହିଳା ସଂରକ୍ଷଣ ବିଲ୍‌ ପାରିତ କରିବା ଲାଗି ଦାବି କରିଥିଲେ । ଏଥିଲାଗି ଦିଲ୍ଲୀ ସରକାରଙ୍କ ଠାରୁ ଅନୁମତି ଆଣିବା ପରେ ଯନ୍ତରମନ୍ତରଠାରେ ଆମରଣ ଅନଶନରେ ବସିଥିଲେ । ସିପିଆଇ (ଏମ)ର ସାଧାରଣ ସମ୍ପାଦକ ସୀତାରାମ ଚୌଧୁରୀ ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ । ଏହି ଧାରଣାରେ ବିରୋଧୀ ଦଳର ନେତ୍ରୀ ଓ କିଛି ମହିଳା ସଂଗଠନଗୁଡ଼ିକ ସାମିଲ ହୋଇ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ । ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ଲାଗି ସେମାନେ ଦାବି କରିଥିଲେ ।

ଏହା ବି ପଢନ୍ତୁ- ଆଜି ଦିଲ୍ଲୀରେ ଧାରଣା ଦେବେ କବିତା, କାଲି ଇଡିରେ ହୋଇପାରନ୍ତି ହାଜର

ଏହି ଅବସରରେ କବିତା କହିଥିଲେ, "ଏହି ବିଲ୍‌ ଦେଶ ଗଠନ ଓ ବିକାଶରେ ସହାୟକ ହେବ । ଏଣୁ କେନ୍ଦ୍ର ସରକାର ସଂସଦରେ ଏହି ବିଲ୍‌କୁ ପାରିତ କରନ୍ତୁ । ମହିଳା ସଂରକ୍ଷଣ ବିଲ ବହୁ ଗୁରୁତ୍ବପୂର୍ଣ୍ଣ । ଏହାକୁ ତୁରନ୍ତ ପାରିତ କରିବା ଆବଶ୍ୟକ । ସଂସଦରେ ବିଲ୍‌ ପାରିତ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରତ ମହିଳାମାନେ ଏପରି ଧାରଣାରେ ବସିବେ । ବିଜେପି ନେତୃତ୍ବାଧୀନ ବିଜେପି ସରକାରଙ୍କୁ ମୁଁ ଅନୁରୋଧ କରୁଛି ସଂସଦରେ ଏହି ବିଲ୍‌କୁ ପାରିତ କରନ୍ତୁ ।" ଏହି ଆନ୍ଦୋଳନକୁ ସମର୍ଥନ କରିବା ଲାଗି ସେ ବିଆରଏସର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା କରିବା ଲାଗି କବିତାଙ୍କୁ ଇଡି ପକ୍ଷରୁ ସମନ ଜାରି ହୋଇଥିଲା । ଏଥିଲାଗି ଗତ ୮ ତାରିଖରେ ଦିଲ୍ଲୀରେ ପହଞ୍ଚିଥିଲେ କବିତା ଓ କିଛି ବିଆରସ ନେତା । ସମନ ଜାରି ହେବା ପରେ ପ୍ରତିକ୍ରିୟା ରଖି କବିତା ବିଜେପି ଉପରେ ବର୍ଷିଥିଲେ । ବିଜେପି ଇସାରାରେ ଇଡି କାର୍ଯ୍ୟ କରୁଛି ବୋଲି ସେ ଅଭିଯୋଗ କରିଥିଲେ । ଏହି ଆନ୍ଦୋଳନ ସହିତ କବିତା ଦିଲ୍ଲୀରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ବିଜେପି କବିତାଙ୍କୁ ଆନ୍ଦୋଳନକୁ ଟାର୍ଗେଟ କରି କହିଛି ଯେ କବିତା କେବଳ ଇଡି ଦ୍ବାରା ହେବାକୁ ଥିବା ଜେରାରୁ ରକ୍ଷା ପାଇବା ଲାଗି ଏପରି ଆନ୍ଦୋଳନ କରୁଛନ୍ତି । ତେଲେଙ୍ଗାନା ବିଜେପି ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ମହାସଚିବ ତରୁଣ ଚୁଗ ଏପରି ଅଭିଯୋଗ କରିଛନ୍ତି ।

Last Updated : Mar 11, 2023, 7:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.