ETV Bharat / bharat

ନ୍ୟାସନାଲ ହେରାଲ୍ଡ ମାମଲା କଣ ? ଜାଣନ୍ତୁ କେମିତି ଫସିଲେ ରାହୁଲ-ସୋନିଆ

author img

By

Published : Jun 13, 2022, 5:11 PM IST

ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜେରା ଜାରି ରହିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୁଅ ରାହୁଲଙ୍କୁ ସମନ ପରେ ଚର୍ଚ୍ଚାରେ ନ୍ୟାସନାଲ ହେରାଲ୍ଡ ମାମଲା । ତେବେ କଣ ଏହି ବହୁଚର୍ଚ୍ଚିତ ମାମଲା । ପଢନ୍ତୁ ଅଧିକ

ନ୍ୟାସନାଲ ହେରାଲ୍ଡ ମାମଲା କଣ ? ଜାଣନ୍ତୁ କେମିତି ଫସିଲେ ରାହୁଲ-ସୋନିଆ
ନ୍ୟାସନାଲ ହେରାଲ୍ଡ ମାମଲା କଣ ? ଜାଣନ୍ତୁ କେମିତି ଫସିଲେ ରାହୁଲ-ସୋନିଆ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ସରଗରମ ରାଜନୀତି । ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଖୋଲିଛି ନ୍ୟାସନାଲ ହେରାଲ୍ଡ ମାମଲା ପେଡି(National Herald Corruption case) । ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଇଡି ନୋଟିସ୍‌ ପରେ ସକ୍ରିୟ ହୋଇଉଠିଛି ଜାତୀୟ ରାଜନୀତି । ତେବେ କଣ ଏହି ନ୍ୟାସନାଲ ହେରାଲ୍ଡ ମାମଲା । କାହିଁକି ଏହାକୁ ନେଇ ଏତେ ଚର୍ଚ୍ଚା ? ଜାଣନ୍ତୁ ଏହି ମାମଲାରେ ରାହୁଲ ଓ ସୋନିଆ କେମିତି ଫସିଲେ

ନ୍ୟାସନାଲ ହେରାଲ୍ଡ କ’ଣ ?
ନ୍ୟାସନାଲ ହେରାଲ୍ଡ ହେଉଛି ଏକ ଖବର କାଗଜ । ଯାହା ସ୍ବାଧୀନତା ପୂର୍ବରୁ ଆରମ୍ଭ ହୋଇଥିଲା । ୧୯୩୮ ମସିହାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏହାକୁ ଆରମ୍ଭ କରିଥିଲେ । ଏହି ଖବରକାଗଜର ପ୍ରକାଶନ ନ୍ୟାସନାଲ ଆସୋସିଏଡ ଜର୍ନାଲ୍ସ ନାମକ ଏକ କମ୍ପାନୀ କରୁଥିଲା । କିନ୍ତୁ ଏହାର ପ୍ରତିଷ୍ଠା ୧୯୩୭ ମସିହାରେ ହୋଇଥିଲା । ନେହରୁଙ୍କୁ ଛାଡି ୫ହଜାରରୁ ଅଧିକ ସ୍ବାଧିନତା ସଂଗ୍ରାମୀ ଏହି ଖବରକାଗଜର ସେୟାର ହୋଲଡର ଥିଲେ । ସ୍ବାଧୀନତା ସଂଗ୍ରାମକୁ ନେଇ ଏହି ଖବରକାଗଜ ପ୍ରକାଶ ପାଉଥିଲା । ଏହାର ମାଲିକାନା ଜଣଙ୍କ ନାଁରେ ନଥିଲା ।
ଖବରକାଗଜକୁ ସହି ପାରୁନଥିଲେ ବ୍ରିଟିଶ ସରକାର:

ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇବାକୁ ଦିନ ରାତି ଏକ କରିଦେଉଥିଲେ ଦେଶର ବୀର ସଂଗ୍ରାମୀ ପୁଅ । ଦେଶ ପାଇଁ ଜୀବନକୁ ବଳିଦାନ ଦେଉଥିଲେ । ହସି ହସି ଫାଶୀ ଖୁଣ୍ଟରେ ଚଢିଥିଲେ । ସ୍ବାଧୀନତା ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏହି ଖବରକାଗଜ । ସ୍ବାଧୀନତା ଲଢେଇରେ ସ୍ବାଧୀନତା ସେନାନୀଙ୍କ ସ୍ବରକୁ ନ୍ୟାସନାଲ ହେରାଲ୍ଡ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଉଥିଲେ ନେହେରୁ । ଯାହା ଖୁବ ଆଦୃତି ଲାଭ କରିଥିଲା । ଏହି ଖବରକାଗଜର ମୁଖ୍ୟ ଉଦ୍ଦେଶ୍ୟ ଥିଲା, କଂଗ୍ରେସର ଉଦାରବାଦୀ ଚିନ୍ତାଧାରାକୁ ଏକ ମଞ୍ଚ ପ୍ରଦାନ କରିବା । ନେହେରୁ ଏଥିରେ ସମ୍ପାଦକୀୟ ଲେଖି ଗୋରା ସରକାରକୁ ତୀବ୍ର ସମାଲୋଚନା କରୁଥିଲେ । ଯାହାକୁ ସହି ପାରିନଥିଲେ ବ୍ରିଟିଶ ସରକାର । ତେଣୁ ୧୯୪୨ ମସିହାରେ ଏହି ଖବର କାଗଜର ପ୍ରକାଶନ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଇଂରେଜ ସରକାର ।

୧୯୪୫ରେ ପୁଣି ଆରମ୍ଭ ହୋଇଥିଲା ନ୍ୟାସନାଲ ହେରାଲ୍ଡ:

ଇଂରେଜ ସରକାରଙ୍କ ପ୍ରତିବନ୍ଧକକୁ ହଟାଇ ୧୯୪୫ ମସିହାରେ ଏହା ପୁନଃ ଆରମ୍ଭ ହୋଇଥିଲା । କିନ୍ତୁ ୧୯୪୭ ମସିହାରେ ଦେଶକୁ ସ୍ବାଧୀନତା ମିଳିଲା ପରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବା ପରେ ବୋର୍ଡ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ନେହେରୁ । ନେହେରୁଙ୍କ ଇସ୍ତଫା ପରେ ଏହାର ପ୍ରକାଶନ ବନ୍ଦ ହୋଇନଥିଲା । ଅନେକ ନାମୀଦାମୀ ସାମ୍ବାଦିକ ଏହାର ସମ୍ପାଦକ ଭାବେ ଦାୟିତ୍ବ ତୁଲାଇଥିଲେ । ସେହି ସମୟରେ କଂଗ୍ରେସର ନୀତିର ପ୍ରଚାର ପ୍ରସାର କରିବାର ପ୍ରମୁଖ ମାଧ୍ୟମ ପାଲଟିଥିଲା ଏହି ଖବରକାଗଜ ।

ଏହାରି ମଧ୍ୟରେ ବର୍ଷ ୧୯୬୨ ମସିହାରେ ଦିଲ୍ଲୀ-ମଥୁରା ରୋଡ ସ୍ଥିତ 5-A ବାହାଦୂର ଶାହ ଜଫର ମାର୍ଗରେ ୦.୩୩୬୫ ଏକର ଜମିକୁ Associated Journals Limited (AJL) ଦିଆଯାଇଥିଲା । ପରେ ପ୍ରେସ ଚଳାଇବାକୁ ଏକ କୋଠା ବା ଭବନ ନିର୍ମାଣ କରାଯାଇଥିଲା । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଥିଲା କି ଏହା କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ନାହିଁ । ପରେ ୨୦୦୮ ମସିହାରେ ଯେତେବେଳେ କଂଗ୍ରେସ କ୍ଷମତାସୀନ ଥିଲା, ସେ ସମୟରେ ପୁଣି ଥରେ ଖବରକାଗଜ ମୁଦ୍ରଣକୁ ବନ୍ଦ କରିଥିଲା । କମ୍ପାନୀ ଆର୍ଥିକ କ୍ଷତି ସହୁଥିବା ଦର୍ଶାଇ ଏହାକୁ କଂଗ୍ରେସ ବନ୍ଦ କରି ଦେଇଥିଲା । ୨୦୧୦ରେ ଏହାର ୧୦୫୭ ଜଣ ସେୟାର ହୋଲ୍ଡର ଥିଲେ । କ୍ଷତିରେ ଚାଲୁଥିବା ଏହି କମ୍ପାନୀକୁ ପୁଣି ଚଳଚଞ୍ଚଳ କରିବାକୁ ଆଗେଇ ଆସିଥିଲା ୟଙ୍ଗ ଇଣ୍ଡିଆ ଲିମିଟେଡ (Young India Limited) । କମ୍ପାନୀକୁ ୟଙ୍ଗ ଇଣ୍ଡିଆ ଲିମିଡେଟକୁ ହସ୍ତାନ୍ତର କରାଯାଇଥିଲା ।

ଏଣ୍ଟ୍ରି ମାରିଲା ୟଙ୍ଗ ଇଣ୍ଡିଆ ଲିମିଟେଡ:

YOUNG INDIA LIMITED ଏକ କମ୍ପାନୀ, ଯାହା ୨୦୧୦ ମସିହାରେ ଆରମ୍ଭ ହୋଇଥିଲା । ସେହି ସମୟରେ ରାହୁଲ ଗାନ୍ଧୀ କଂଗ୍ରେସର ମହାସଚିବ ସହ ଉକ୍ତ କମ୍ପାନୀର ଡାଇରେକ୍ଟର ମଧ୍ୟ ଥିଲେ । ୫ ଲକ୍ଷ ଟଙ୍କାରେ ଏହାର ସ୍ଥାପନ କରାଯାଇଥିବା ବେଳେ ୩୮ ପ୍ରତିଶତ ସେୟାର ରାହୁଲଙ୍କର ରହିଥିଲା । ସେହିପରି କମ୍ପାନୀରେ ସୋନିଆ ଗାନ୍ଧୀଙ୍କ ମଧ୍ୟ ୩୮ ପ୍ରତିଶତ ସେୟାର ଥିଲା , ବାକି ୨୪ ପ୍ରତିଶତ ସେୟାର ଅନ୍ୟାନ୍ୟ କଂଗ୍ରେସ ନେତାଙ୍କର ଥିଲା ।

ସୁବ୍ରମଣ୍ୟମ୍ ସ୍ବାମୀଙ୍କ ଅଭିଯୋଗ:

ୟଙ୍ଗ ଇଣ୍ଡିଆ କମ୍ପାନୀର ଏଣ୍ଟ୍ରିକୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଜେପି ବରିଷ୍ଠ ନେତା ସୁବ୍ରମଣ୍ୟମ୍ ସ୍ବାମୀ । ସେ ଅଭିଯୋଗ କରିଥିଲେ କି, ଷଡଯନ୍ତ୍ର ମାଧ୍ୟମରେ ଟିଜିଏଲର ସମସ୍ତ ସମ୍ପତ୍ତି ୟଙ୍ଗ ଇଣ୍ଡିଆନ୍ସ ନାମରେ କରାଯାଇଛି । ଯେଉଁଥିରେ କିଛି କଂଗ୍ରେସ ନେତା ସାମିଲ ଅଛନ୍ତି । ନ୍ୟାସନାଲ ହେରାଲ୍ଡ ସମ୍ପତ୍ତିକୁ ଅସଦ୍‌ ଉପାୟରେ Young India Limited (YIL) ହଡପ କରିଛି ବୋଲି ସ୍ବାମୀ ଅଭିଯୋଗ କରିଥିଲେ । ଗାନ୍ଧୀ ପରିବାର ପାଖାପାଖି ୨୦୦୦ କୋଟିର ସମ୍ପତ୍ତି ହଡପ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ।

ସୂଚନା ଥାଉକି, ୨୦୦୮ରେ କମ୍ପାନୀ ଯେତେବେଳେ ବନ୍ଦ ହେବାକୁ ବସିଥିଲା, ସେ ସମୟରେ ଖବରକାଗଜ ସଞ୍ଚାଳନ କରିବାକୁ କଂଗ୍ରେସ ନ୍ୟାସନାଲ ଆସୋସିଏଡ ଜର୍ନାଲ୍ସ ଲିମିଟେଡକୁ୯୦ କୋଟି ଋଣ ଦେଇ ଏହାର ଦାୟିତ୍ବ ଗ୍ରହଣ କରିଥିଲା । କିନ୍ତୁ ଏହା ପରେ ବି ଖବରକାଗଜକୁ ଚଳାଇ ପାରିନଥିଲା ନ୍ୟାସନାଲ ଆସୋସିଏଡ ଲିମିଟେଡ । ସ୍ବାମୀ ଅଭିଯୋଗ କରିଥିଲେ କି, ୟଙ୍ଗ ଇଣ୍ଡିଆନ କଂଗ୍ରେସ ତରଫରୁ ଆସୋସିଏଟ ଜର୍ନାଲ୍ସ ଲିମିଟେଡକୁ ଦେଇଥିବା ଋଣ କଂଗ୍ରେସକୁ ପରିଶୋଧ କରିବାକୁ ଚୁକ୍ତି କରାଯାଇଥିଲା । ପରେ ୯ କୋଟି ସେୟାର କିଣି ୟଙ୍ଗ ଇଣ୍ଡିଆନ ଏହି କମ୍ପାନୀର ୯୯ ପ୍ରତିଶତ ସେୟାର ହାସଲ କରିଥିଲା । ଏହାପରେ ଅଚାନକ କଂଗ୍ରେସ ତରଫରୁ ଆସୋସିଏଟ ଜର୍ଣ୍ଣାଲସ ମାଧ୍ୟମରେ ୟଙ୍ଗ ଇଣ୍ଡିଆନ୍ସକୁ ଦେଇଥିବା ୯୦ କୋଟି ଟଙ୍କାର ଋଣ ଛାଡ କରାଯାଇଥିଲା । ଅର୍ଥାତ ବିନା ଟଙ୍କାରେ ୟଙ୍ଗ ଇଣ୍ଡିଆନ୍ସ ଏହାର ମାଲିକାନା ହାତେଇ ପାରିଥିଲା ।

ସ୍ବାମୀ ଆହୁରି ଅଭିଯୋଗ କରିଛନ୍ତି ଯେ, ୟଙ୍ଗ ଇଣ୍ଡିଆ କମ୍ପାନୀ AJLର ଦିଲ୍ଲୀ NCR, ଲକ୍ଷ୍ନୌ, ମୁମ୍ବାଇ ଓ ଅନ୍ୟ ସହରେ ଥିବା ସମ୍ପତ୍ତିକୁ କବ୍ଜା କରି ନେଇଥିଲା । ଏଥିରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଏମାନଙ୍କ ନାଁରେ ମାମଲା ରୁଜୁ କରିଥିଲେ ସ୍ବାମୀ । ଛଳକଟପ, ବିଶ୍ବାସଘାତକତା ମାଧ୍ୟମରେ କୋଟି କୋଟି ଟଙ୍କାର ସମ୍ପତ୍ତି ଗାନ୍ଧି ପରିବାର କବ୍ଜା କରିଥିବା ଅଭିଯୋଗ ଆଣି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.