ETV Bharat / bharat

ବିବାଦରେ ଅବଦୁଲ୍ଲାଙ୍କ ବୟାନ: ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ଘାଟିରେ ବନ୍ଦ ହେବନି ହତ୍ୟାକାଣ୍ଡ

author img

By

Published : Oct 17, 2022, 6:32 PM IST

କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ ବିବାଦୀୟ ବୟାନ ଦେଲେ ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା (Farooq Abdullah on Killings in Kashmir)। କହିଲେ ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ଘାଟିରେ ହତ୍ୟାକାଣ୍ଡ ବନ୍ଦ ହେବନି । ଅଧିକ ପଢନ୍ତୁ

ବିବାଦରେ ଅବଦୁଲ୍ଲାଙ୍କ ବୟାନ: ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ଘାଟିରେ ହତ୍ୟା କମିବନି
ବିବାଦରେ ଅବଦୁଲ୍ଲାଙ୍କ ବୟାନ: ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି ଘାଟିରେ ହତ୍ୟା କମିବନି

ଶ୍ରୀନଗର: ଘାଟିରେ ଜାରି ରହିଥିବା ସାଧାରଣ ନାଗରିକ ଓ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ ହତ୍ୟାକାଣ୍ଡ ଘଟଣାକୁ ନେଇ ସବୁଠି ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା (Farooq Abdullah on Killings in Kashmir)। ଅବଦୁଲ୍ଲା କହିଛନ୍ତି ଯେ, "ପର୍ଯ୍ୟନ୍ତ କାଶ୍ମୀରକୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଘାଟିରେ ହତ୍ୟାକାଣ୍ଡ ବନ୍ଦ ହେବନି "killings won't stop in the Valley until justice is served”।

ଜଣେ ପାର୍ଟି କର୍ମକର୍ତ୍ତାଙ୍କ ଦେହାନ୍ତ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ପହଞ୍ଚିଥିବା ଫାରୁକଙ୍କୁ ଏ ସମ୍ପର୍କିତ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ଧାରା-୩୭୦ କାରଣରୁ କାଶ୍ମୀରରେ ହତ୍ୟାକାଣ୍ଡ ହେଉଥିବା ବିଜେପି କହି ଆସୁଥିବାବେଳେ ଏବେ ଏହାର ଉଚ୍ଛେଦ ପରେ ମଧ୍ୟ ଘାଟିରେ କାହିଁକି ହତ୍ୟାକାଣ୍ଡ ଘଟୁଛି ବୋଲି ଗଣମାଧ୍ୟମର ପ୍ରଶ୍ନରେ ଫାରୁକ ଏହି ବିବାଦୀୟ ବୟାନ ଦେଇଥିଲେ । ଫାରୁକ କହିଥିଲେ, "ବିଜେପି ଘାଟିରେ ଶାନ୍ତି ଫେରିଥିବା ଦାବି କରି ଆସୁଛି । କିନ୍ତୁ ଧାରା-୩୭୦ ଉଚ୍ଛେଦ ପରେ ଘାଟିରେ କ’ଣ ହତ୍ୟାକାଣ୍ଡ ବନ୍ଦ ହୋଇଛି କି ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ । ସେହିପରି ନିକଟରେ ହୋଇଥିବା କାଶ୍ମୀର ପଣ୍ଡିତ ପୁରାନ୍କୃଷ୍ଣ ଭଟ୍ଟ ହତ୍ୟାକାଣ୍ଡ ସମ୍ପର୍କିତ ପ୍ରଶ୍ନରେ ଫାରୁକ କହିଥିଲେ, ଯେ ପର୍ଯ୍ୟନ୍ତ ନ୍ୟାୟ ନମିଳିଛି, ସେ ପର୍ଯ୍ୟନ୍ତ ଘାଟିରେ ହତ୍ୟାକାଣ୍ଡ ବନ୍ଦ ହେବ ନାହିଁ ।" ହେଲେ ସେ କେଉଁ ନ୍ୟାୟ କଥା କହୁଥିଲେ ତାହା ସେ ସ୍ପଷ୍ଟ କରି ନାହାନ୍ତି ।

ତେବେ ଅବଦୁଲ୍ଲାଙ୍କ ଏପରି ହତ୍ୟାକାଣ୍ଡକୁ ପରୋକ୍ଷ ସମର୍ଥନ କରିବା ପରି ବୟାନ ପରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଗତ ଶନିବାର ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାର ଚୌଧୁରୀ ଗୁଣ୍ଡ ଅଞ୍ଚଳରେ କାଶ୍ମୀର ପଣ୍ଡିତ ପୁରାନ୍କୃଷ୍ଣ ଭଟ୍ଟଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ଯାହାକୁ ନେଇ ଘାଟିରେ ପୁଣି ଥରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାଶ୍ମୀର ପଣ୍ଡିତ ଏହାକୁ ନେଇ ପ୍ରତିବାଦ କରିବା ସହ ଧାରଣା ମଧ୍ୟ ଦେଇଥିଲେ । ତେବେ ଏପରି ଏକ ସମ୍ବେଦନଶୀଳ ସମୟରେ ଫାରୁକଙ୍କ ଏପରି ବୟାନ ସାଧାରଣରେ କ୍ଷୋଭ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.