ETV Bharat / bharat

ଜାତିସଂଘ ଜଳବାୟୁ ପରିବର୍ତ୍ତନ ଆଓ୍ବାର୍ଡରେ ସମ୍ମାନିତ ହେଲେ କାଶ୍ମୀର ସାମ୍ବାଦିକ

author img

By

Published : Dec 12, 2022, 10:54 PM IST

ଜାତିସଂଘ ଜଳବାୟୁ ପରିବର୍ତ୍ତନ ଆଓ୍ବାର୍ଡରେ ସମ୍ମାନିତ ହେଲେ କାଶ୍ମୀର ସାମ୍ବାଦିକ ସାମନ ଲତିଫ (Kashmiri journalist Samaan Lateef )। ଭାରତ ପାକିସ୍ତାନ, ଆଫଗାନିସ୍ତାନରେ ଜଳବାୟୁ ପରିବର୍ତ୍ତନ ଉପରେ କରିଥିଲେ ରିପୋର୍ଟିଂ । ଅଧିକ ପଢନ୍ତୁ

ଜାତିସଂଘ ଜଳବାୟୁ ପରିବର୍ତ୍ତନ ଆଓ୍ବାର୍ଡରେ ସମ୍ମାନିତ ହେଲେ କାଶ୍ମୀର ସାମ୍ବାଦିକ
ଜାତିସଂଘ ଜଳବାୟୁ ପରିବର୍ତ୍ତନ ଆଓ୍ବାର୍ଡରେ ସମ୍ମାନିତ ହେଲେ କାଶ୍ମୀର ସାମ୍ବାଦିକ

ହାଇଦ୍ରାବାଦ: ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ବିସ୍ତୃତ ରିପୋର୍ଟିଂ ପାଇଁ କାଶ୍ମୀରର ସାମ୍ବାଦିକ ସାମନ ଲତିଫଙ୍କୁ ସମ୍ମାନଜକ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି (Kashmiri journalist Samaan Lateef )। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ସାମ୍ବାଦିକ ସାମନ ଲତିଫଙ୍କୁ ଏହି ଜଳବାୟୁ ପରିବର୍ତ୍ତନ ପୁରସ୍କାର ପ୍ରଦାନ କରିଛନ୍ତି । ତାଙ୍କୁ ବ୍ରୋଞ୍ଜ ପଦକ, ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଥିଲା ।

ମିଳିତ ଜାତିସଂଘର ସମ୍ବାଦଦାତା ସଂଘ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଦିଗରେ ସାମ୍ବାଦିକ ସାମନ ଲତିଫ ଉଲ୍ଲେଖନୀୟ ରିପୋର୍ଟିଂ କରିଥିଲେ । ତାଙ୍କ ଦ୍ବାରା ବିଭିନ୍ନ ଜଳବାୟୁ ସମ୍ପର୍କିତ ସମସ୍ୟା କଭରେଜ କରାଯାଇଥିଲା । ଟେଲିଗ୍ରାଫ୍ ୟୁକେ, ଡିଡବ୍ଲୁ ଜର୍ମାନୀ ଏବଂ ଅନ୍ୟାନ୍ୟ ଅଗ୍ରଣୀ ଆଉଟଲେଟ୍ ପାଇଁ ସେ ରିପୋର୍ଟିଂ କରିଥିଲେ ।

ପାକିସ୍ଥାନ, ଆଫଗାନିସ୍ତାନ ଏବଂ ଭାରତରେ ଜଳବାୟୁ ସଙ୍କଟ ବିଷୟରେ ସାମ୍ବାଦିକ ଲତିଫ ରିପୋର୍ଟିଂ କରିଥିଲେ । ଭାରତରେ ତାମମାତ୍ରା ବୃଦ୍ଧି ଏବଂ ପାକିସ୍ତାନରେ ବନ୍ୟା ପରିସ୍ଥିତି ସମେତ କାଶ୍ମୀରର ବିବାଦୀୟ ଅଞ୍ଚଳରେ ପରିବେଶ ସମ୍ବନ୍ଧୀୟ ସମସ୍ୟା ସେଠାକାର ସ୍ଥାନୀୟଙ୍କ ଅର୍ଥନୈତିକ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ନେଇ ତାଙ୍କ ରିପୋର୍ଟିଂରେ ସେ ପ୍ରକାଶ କରିଥିଲେ । ବର୍ତ୍ତମାନ ସେ ଲଣ୍ଡନରେ ଏକ ଗଣମାଧ୍ୟମରେ କାର୍ଯ୍ୟ କରୁଛନ୍ତି ଏବଂ ଗତ ଚାରି ବର୍ଷ ଧରି ଦକ୍ଷିଣ ଏସିଆକୁ ନିୟମତି ବିଭିନ୍ନ ଜଳବାୟୁ ପ୍ରସଙ୍ଗରେ କଭର ପାଇଁ ମଧ୍ୟ ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.