ETV Bharat / bharat

Hijab verdict: ଆସନ୍ତାକାଲି ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି

author img

By

Published : Sep 6, 2022, 10:52 AM IST

ବହୁ ଚର୍ଚ୍ଚିତ ହିଜାବ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ କୋର୍ଟ । ଆସନ୍ତାକାଲି ପରବର୍ତ୍ତୀ ଶୁଣାଣି । ଅଧିକ ପଢ଼ନ୍ତୁ

karnataka hijab ban supreme court hearing
Hijab verdict: ଆସନ୍ତାକାଲି ସୁପ୍ରିମ କୋର୍ଟରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ କୋର୍ଟ । ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି । ଶୁଣାଣି କରି କର୍ଣ୍ଣାଟକ ସରକାରଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଜଷ୍ଟିସ ହେମନ୍ତ ଗୁପ୍ତା ମୁସଲମାନ ଆବେଦନକାରୀଙ୍କ ଓକିଲଙ୍କୁ କହିଛନ୍ତି, " ଫୋରମ ସପିଂ କାମ କରିବ ନାହିଁ।" । ଆସନ୍ତାକାଲି (ବୁଧବାର) ପରବର୍ତ୍ତୀ ଶୁଣାଣି ହେବାନେଇ ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି (karnataka hijab ban supreme court hearing)।

କର୍ଣ୍ଣାଟକ ହାଇକୋର୍ଟ ସରକାରଙ୍କ ଏହି ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟଳାୟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସୋମବାର ମାମଲାର ଶୁଣାଣି ଥିଲା । ମାର୍ଚ୍ଚ 15ରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ଶୁଣାଣି ପରେ ଶ୍ରେଣୀଗୃହରେ ହିଜାବ ପିନ୍ଧିବାକୁ ବାରଣ କରାଯାଇଥିଲା । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଥିଲେ କୋର୍ଟ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେନି ଛାତ୍ରାଛାତ୍ରୀ ।

ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଶୁଣାଣି କରି ଏହି ରାୟ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ । କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ଜାରି ପାଇଁ ଆବେଦନର ଶୁଣାଣି କରି ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଶୁଣାଣି ସମୟରେ କିଛି ଅବେଦନକାରୀ ମାମଲାକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.