ETV Bharat / bharat

ବାନ୍ଦିପୋରାରୁ ଦୁଇ ହାଇବ୍ରିଡ ଆତଙ୍କବାଦୀ ଗିରଫ

author img

By

Published : Nov 7, 2022, 3:42 PM IST

ବାନ୍ଦିପୋରାରୁ ଦୁଇ ହାଇବ୍ରିଡ ଆତଙ୍କବାଦୀ ଗିରଫ । ଟ୍ବିଟ ଯୋଗେ ସୂଚନା ଦେଲା କାଶ୍ମୀର ଜୋନ ପୋଲିସ । ଅଧିକ ପଢନ୍ତୁ

ବାନ୍ଦିପୋରାରୁ ଦୁଇ ହାଇବ୍ରିଡ ଆତଙ୍କବାଦୀ ଗିରଫ
ବାନ୍ଦିପୋରାରୁ ଦୁଇ ହାଇବ୍ରିଡ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଭାରତୀୟ ସେନାକୁ ସଫଳତା । ଦୁଇ ଜଣ ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କଲା ଜମ୍ମୁକାଶ୍ମୀର ପୋଲିସ(Jammu and Kashmir Police arrests two hybrid terrorist ) । କେନ୍ଦ୍ର ଶାସିତ ଅଞ୍ଚଳ କେନୁସା ବାନ୍ଦିପୋରାରୁ ଏହି ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ଠାରୁ ବିପୁଳ ପରିମାଣର ଗୁଳିଗୁଳା ଓ ବିସ୍ଫୋରକ ମଧ୍ୟ ଜବତ କରାଯାଇଛି ।

ଗିରଫ ଆତଙ୍କବାଦୀ ହେଉଛନ୍ତି ଇରଶାଦ ଗଣାଇ ଏବଂ କେନୁସାର ୱାସିମ ରାଜା । ଗିରଫ ପରେ ପୋଲିସ ସେମାନଙ୍କ ନିକଟରୁ ଡିଟୋନେଟର ସହିତ ଦୁଇଟି ରିମୋଟ କଣ୍ଟ୍ରୋଲ ଆଇଡି ଜବତ କରିଛି ପୋଲିସ । ଟ୍ବିଟ ଯୋଗେ କାଶ୍ମୀର ଜୋନ ପୋଲିସ(Kashmir Zone Police) ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: AQIS terrorist arrested: ସନ୍ଦିଗ୍ଧ ଆତଙ୍କୀଙ୍କୁ ବାନ୍ଧିଲା କୋଲକାତା ପୋଲିସ

ଜମ୍ମୁକାଶ୍ମୀର ପୋଲିସ ଟ୍ବିଟ କରି କହିଛି , ''କେନୁସା ବାନ୍ଦିପୋରାରେ ହୋଇଥିବା IED ବିସ୍ଫୋରଣ ଘଟଣାର ସୋପୋର ପୋଲିସ ପର୍ଦ୍ଦାଫାସ କରିଛି । ଏହି ଘଟଣାରେ କେନୁସା ବାନ୍ଦିପୋରାର ଇରଶାଦ ଗଣାଇ ଏବଂ ୱାସିମ ରାଜା ଦୁଇ ହାଇବ୍ରିଡ ଆତଙ୍କବାଦୀ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨ଟି ରିମୋଟ କଣ୍ଟ୍ରୋଲ ଆଇଡି ଜବତ କରାଯାଇଛି । ଏଥି ସହ ୨ ଆତଙ୍କବାଦୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା କାଶ୍ମୀର ଏଡିଜିପି ସୂଚନା ଦେଇଛନ୍ତି ।''

ଏହା ମଧ୍ୟ ପଢନ୍ତୁ-EWS କୋଟାକୁ ସୁପ୍ରିମକୋର୍ଟ ମୋହର, ଜାରିରହିବ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ

ଏହା ପୂର୍ବରୁ ଗତ ଶୁକ୍ରବାର ଦିନ ସୋପୋର ପୋଲିସ ମିଳିତ ଅପରେସନ କରି ଦୁଇ ଜଣ ଲସ୍କର ଏ ତୋଏବାର ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଦୁଇ ଆତଙ୍କବାଦୀ ହେଉଛନ୍ତି ସୋପୋରର ରିଜୱାନ ମୁସ୍ତାକ ୱାନି ଏବଂ ବାନ୍ଦି ପୋରାର ଜମେଲ ଅହମ୍ମଦ ପାରା । ଗିରଫ ପରେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.