ETV Bharat / bharat

India-Middle East-Europe Economic Corridor: ନିଷ୍ପତ୍ତିକୁ ସ୍ବାଗତ କଲା ହ୍ବାଇଟ ହାଉସ

author img

By ETV Bharat Odisha Team

Published : Sep 9, 2023, 10:42 PM IST

ଭାରତ-ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପ ସଂଯୋଗୀକରଣ କରିଡରକୁ ସ୍ବାଗତ କରିଛି ହ୍ବାଇଟ ହାଉସ । ବାଇଡେନ କହିଥିଲେ ଐତିହାସିକ ନିଷ୍ପତ୍ତି । ଅଧିକ ପଢନ୍ତୁ

India-Middle East-Europe Economic Corridor: ନିଷ୍ପତ୍ତିକୁ ସ୍ବାଗତ କଲା ହ୍ବାଇଟ ହାଉସ
India-Middle East-Europe Economic Corridor: ନିଷ୍ପତ୍ତିକୁ ସ୍ବାଗତ କଲା ହ୍ବାଇଟ ହାଉସ

ହାଇଦ୍ରାବାଦ: ଜି20 ସମ୍ମିଳନୀର ପ୍ରଥମ ଦିବସରେ ଘୋଷଣା ହୋଇଥିବା ଭାରତ-ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପ ସଂଯୋଗୀକରଣ କରିଡରକୁ ସ୍ବାଗତ କରିଛି ହ୍ବାଇଟ ହାଉସ । ଆଜି (ଶନିବାର) ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସ ପକ୍ଷରୁ ଏହି ଅର୍ଥନୈତିକ କରିଡରର ଶୁଭାରମ୍ଭକୁ ସ୍ୱାଗତ କରାଯାଇଛି ଏବଂ ଏହା ଏକ ନୂତନ ଯୁଗର ସଂଯୋଗ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ବୋଲି କୁହାଯାଇଛି । ଏନେଇ ହ୍ବାଇଟ ହାଉସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।

ବିବୃତ୍ତିରେ ହ୍ବାଇଟ ହାଉସ କହିଛି, ‘‘ଆଜି ଆମେରିକା, ଭାରତ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ୟୁରୋପୀୟ ୟୁନିଅନର ନେତାମାନେ ଏକ ନୂତନ ଭାରତ-ମଧ୍ୟ ପ୍ରାଚ୍ୟ-ୟୁରୋପର ଅର୍ଥନୈତିକ କରିଡର ଘୋଷଣା କରିଛନ୍ତି । ଏହି ସବୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଏକ ସ୍ମାରକପତ୍ର ଘୋଷଣା କରାଯାଇଛି । ଏହା ଯୋଗାଯୋଗର ଏକ ନୂତନ ଯୁଗର ଆରମ୍ଭ ।’’

ଆଜି ସମ୍ମିଳନୀରେ ପ୍ରଥମ ତଥା ଉଦଘାଟନୀ ଦିବସରେ ଅର୍ନ୍ତମହାଦେଶୀୟ ମହାଦେଶୀୟ ଯୋଗାଯୋଗ କ୍ଷେତ୍ରରେ ଏହି ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତ ସହ ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପୀୟ ଦେଶଙ୍କୁ ରେଳ ଓ ଜଳପଥରେ ସିଧା ସଂଯୋଗ କରାଯିବ । ଏହାର ନାମ ରଖାଯାଇଛି ଭାରତ-ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପ ସଂଯୋଗୀକରଣ କରିଡର । ଆଜି ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ଅନ୍ୟ ବିଶ୍ବନେତାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି । ନିକଟରେ ଆମେରିକା ରାଷ୍ଟ୍ରପତି ଓ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ଆମେରିକା ରାଷ୍ଟ୍ରପତି ବାଇଡେନ ଏହାକୁ ଐତିହାସିକ ବୋଲି ଦର୍ଶାଇଥିଲେ ।

ଏହା ମଧ୍ୟ ପଢନ୍ତୁ:-G 20 Summit:ଘୋଷଣା ହେଲା ଭାରତ-ମଧ୍ୟପ୍ରାଚ୍ୟ ଓ ପୂର୍ବ ୟୁରୋପ ସଂଯୋଗୀକରଣ କରିଡର

ଘୋଷଣା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ମାନବ ସଭ୍ୟତାର ବିକାଶ ପାଇଁ ସୁଦୃଢ ଯୋଗାଯୋଗ ଭିତ୍ତିଭୂମି ପ୍ରମୁଖ୍ଯ ଆଧାର । ଭାରତ ଏହି ପ୍ରସଙ୍ଗକୁ ପ୍ରାଥମିକତାର ସହ ବିଚାର କରିଆସିଛି । ବିଭିନ୍ନ ଦେଶ ମଧ୍ୟରେ ଯୋଗାଯୋଗରେ ସୁଦୃଢୀକରଣ କେବଳ ପାରସ୍ପରିକ ବାଣିଜ୍ୟରେ ଉନ୍ନତି ଆଣିବ ତାହା ନୁହେଁ ବରଂ ପରସ୍ପର ମଧ୍ଯରେ ଆତ୍ମବିଶ୍ୱାସ ମଧ୍ୟ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ବହୁଦେଶୀୟ ମିଳିତ ପ୍ରକଳ୍ପ ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି । ଏବେ ବାଣିଜ୍ୟ ଓ ଯୋଗାଯୋଗ ବ୍ୟବସ୍ଥା ଦୃଢୀଭୂତ ହେବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.