ETV Bharat / bharat

ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଲିତଙ୍କ ଅବସର, ବଡ଼ ଦାୟିତ୍ବ ଅଛି କହିଲେ ଜଷ୍ଟିସ ଚନ୍ଦ୍ରଚୂଡ଼

author img

By

Published : Nov 8, 2022, 7:39 PM IST

ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଲିତଙ୍କ(CJI UU Lalit) ବିଦାୟକାଳୀନ କାର୍ଯ୍ୟକ୍ରମରେ ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ପ୍ରତିକ୍ରିୟା। ଲଲିତଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ କାନ୍ଧରେ ବଡ଼ ଦାୟିତ୍ବ ଥିବା କହିଲେ ଜଷ୍ଟିସ ଚନ୍ଦ୍ରଚୂଡ଼। ଅଧିକ ପଢ଼ନ୍ତୁ

huge responsibilities on my shoulders as cji Lalits successor justice chandrachud
ମୋ କାନ୍ଧରେ ବଡ଼ ଦାୟିତ୍ବ ଅଛି: ଡି. ୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଦେଶର ୫୦ତମ ପ୍ରଧାନ ବିଚାରପତି (CJI UU Lalit) ଭାବେ ନିଯୁକ୍ତ ହେବେ ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ । ଆସନ୍ତାକାଲି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରି କାର୍ଯ୍ୟଭାର ଗ୍ରହଣ କରିବେ। ଯାହାକୁ ନେଇ ଡି. ୱାଇ ଚନ୍ଦ୍ରଚୂଡ଼ ନିଜ ପ୍ରତିକ୍ରିୟା ରଖିଛନ୍ତି । ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ ଲଲିତଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ କାନ୍ଧରେ ବଡ଼ ଦାୟିତ୍ବ ରହିଛି ଏବଂ ସେ ଏହି ଦାୟିତ୍ବକୁ ଗୁରୁତ୍ବର ସହ ବହନ କରିବେ ବୋଲି କହିଛନ୍ତି ।

ଗତ ନଭେମ୍ବର ୭ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ ଲଲିତ ଅବସର ନେଇଛନ୍ତି । ସେ ୭୪ ଦିନ ପାଇଁ ଭାରତର ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଭାର ତୁଲାଇଥିଲେ। ଜଷ୍ଟିସ ୟୁ.ୟୁ ଲଲିତଙ୍କ ପାଇଁ ସୁପ୍ରିମକୋର୍ଟ ବାର ଆସୋସିଏସନ (SCBA) ଦ୍ବାରା ଆୟୋଜିତ ବିଦାୟକାଳୀନ କାର୍ଯ୍ୟକ୍ରମରେ ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, "ଦେଶର 49ତମ ପ୍ରଧାନ ବିଚାରପତିଙ୍କ ଏକ ଗୁରୁତ୍ବପୂର୍ଣ୍ଣ ନେତୃତ୍ବ ରହିଛି। ତାଙ୍କ ଉତ୍ତରାଧିକାରୀ ଭାବେ ମୋ କାନ୍ଧରେ ବଡ଼ ଦାୟିତ୍ବ ରହିବ । ଯାହାକୁ ଗୁରୁତ୍ବ ଦେଇ ତୁଲାଇବାକୁ ଚେଷ୍ଟା କରିବି ।"

ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଅନୁସାରେ, ଅକ୍ଟୋବର 11 ତାରିଖରେ ବିଦାୟୀ ପ୍ରଧାନ ବିଚାରପତି (CJI) ଜଷ୍ଟିସ ୟୁ.ୟୁ ଲଲିତ ନିଜ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ କେନ୍ଦ୍ରକୁ ସୁପାରିଶ କରିଥିଲେ । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ 2024 ମସିହା ନଭେମ୍ବର 10 ତାରିଖ ଯାଏଁ ରହିବ । ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଧରି ଜଷ୍ଟିସ ଚନ୍ଦ୍ରଚୂଡ ନ୍ୟାୟିକ ବ୍ୟବସ୍ଥାର ସର୍ବୋଚ୍ଚ ପଦବୀରେ ରହିବେ । ପୂର୍ବରୁ 1978ରୁ 1985 ପର୍ଯ୍ୟନ୍ତ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ପିତା ୟୁ.ଭି ଚନ୍ଦ୍ରଚୂଡ ମଧ୍ୟ ଦେଶର ୧୬ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ତୁଲାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କୁ ପରବର୍ତ୍ତୀ CJI ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ସର୍ବୋଚ୍ଚ ଅଦାଲତରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ ଥିବା ଜଷ୍ଟିସ୍ ଚନ୍ଦ୍ରଚୂଡ ନିଜର ଉଦାରବାଦୀ ଏବଂ ପ୍ରଗତିଶୀଳ ଆଭିମୁଖ୍ୟ ପାଇଁ ପରିଚିତ । ତାଙ୍କ ଦ୍ବାରା ପ୍ରଦତ୍ତ କିଛି ରାୟରେ ମଧ୍ୟ ଏହି ଆଭିମୁଖ୍ୟ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ । ୨୪ ସପ୍ତାହ ମଧ୍ୟରେ ଅବିବାହିତା ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ବୈଧ ବୋଲି ରାୟ ଦେଇଥିବା ଖଣ୍ଡପୀଠରେ ସେ ସଦସ୍ୟ ଥିଲେ । ସେହିପରି ସବୁ ବୟସର ମହିଳା କେରଳର ସାବରିମାଳା ମନ୍ଦିରରେ ପ୍ରବେଶ କରିବାର ଅଧିକାରକୁ ସମର୍ଥନ କରିଥିବା ଖଣ୍ଡପୀଠର ମଧ୍ୟ ସେ ସଦସ୍ୟ ବିଚାରପତି ଭାବେ ଶୁଣାଣିରେ ଅଂଶଗ୍ରହଣ କରିଥିଲେ । ବହୁଚର୍ଚ୍ଚିତ ଅଯୋଧ୍ୟା-ବାବ୍ରି ମସଜିଦ ମାମଲାରେ ମଧ୍ୟ ସେ ଖଣ୍ଡପୀଠର ସଦସ୍ୟ ବିଚାରପତି ଭାବେ ରାୟ ଶୁଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.