ETV Bharat / bharat

ଲଣ୍ଡନରେ ହାଇଦ୍ରାବାଦ ଯୁବତୀଙ୍କୁ ଛୁରୀ ଭୁସିଦେଲା ବ୍ରାଜିଲ ଯୁବକ

author img

By

Published : Jun 14, 2023, 8:15 PM IST

ଲଣ୍ଡନରେ ଭାରତୀୟ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା । ଆକ୍ରମଣକାରୀ ବ୍ରାଜିଲ ନାଗରିକ ଗିରପ । ଉଚ୍ଚଶିକ୍ଷା ପାଇଁ ଯାଇଥିଲେ ଲଣ୍ଡନ । ଅଧିକ ପଢନ୍ତୁ

ଲଣ୍ଡନରେ ହାଇଦ୍ରାବାଦ ଯୁବତୀଙ୍କୁ ହତ୍ୟା, ବ୍ରାଜିଲ ନାଗରିକଙ୍କ ସମେତ 2 ଗିରଫ
ଲଣ୍ଡନରେ ହାଇଦ୍ରାବାଦ ଯୁବତୀଙ୍କୁ ହତ୍ୟା, ବ୍ରାଜିଲ ନାଗରିକଙ୍କ ସମେତ 2 ଗିରଫ

ହାଇଦ୍ରାବାଦ: ଲଣ୍ଡନରେ ଜଣେ ଭାରତୀୟ ଯୁବତୀଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି ଜଣେ ବ୍ରାଜିଲ ନାଗରିକ । ହତ୍ୟାର ଶିକାର ହୋଇଥିବା ଯୁବତୀ ହାଇଦ୍ରାବାଦର 27 ବର୍ଷୀୟା ତେଜସ୍ବିନୀ ରେଡ୍ଡୀ ଓ ସେ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ । ଗତକାଲି ଓ୍ବାମ୍ବଲିରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ଏଯାଏଁ କିଛି ସ୍ପଷ୍ଟ ହୋଇପାରିନଥିବା ବେଳେ ଅଭିଯୁକ୍ତ ବ୍ରାଜିଲ ନାଗରିକ ଓ ତାର ଦୁଇ ସହଯୋଗୀଙ୍କୁ ବ୍ରିଟିଶ ପୋଲିସ ଗିରଫ କରିଛି ।

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 27 ବର୍ଷୀୟା ତେଜସ୍ବିନୀ ହାଇଦ୍ରାବାଦ ରଙ୍ଗାରେଡ୍ଡୀ ଜିଲ୍ଲାର ବାସିନ୍ଦା । ଗତ 3 ବର୍ଷ ତଳେ ସେ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ । ସେଠାରେ ସେ ଗତ ତିନିବର୍ଷରୁ ପାଠ ପଢୁଥିବା ବେଳେ ଚଳିତବର୍ଷ ତାଙ୍କ ଉଚ୍ଚଶିକ୍ଷା ଶେଷ ହୋଇଥିଲା । ଗତମାସରେ ସେ ହାଇଦ୍ରାବାଦ ଫେରି ଆସିବାର ମଧ୍ୟ ଥିଲା । ହେଲେ କୌଣସି କାରଣବଶତଃ ସେ ସେଠାରେ ରହିଯାଇଥିଲେ । ସେ ନିଜର ଜଣେ ବନ୍ଧୁଙ୍କ ସହ ଏକ ଫ୍ଲାଟରେ ଭଡାରେ ରହୁଥିଲେ । ସେହି ଫ୍ଲାଟରେ ଅନ୍ୟ କିଛି ଯୁବକ ଯୁବତୀ ମଧ୍ୟ ରହୁଥିଲେ । ଗତକାଲି ଜଣେ ବ୍ରାଜିଲ ଯୁବକ ତେଜସ୍ବିନୀଙ୍କୁ ହଠାତ ଛୁରୀରେ ଆକ୍ରମଣ କରିଥିଲା । ସାଙ୍ଗରେ ଥିବା ତେଜସ୍ବିନୀଙ୍କ ବନ୍ଧୁ ମଧ୍ୟ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣକାରୀର ଛୁରାମାଡର ଶିକାର ହୋଇଥିଲେ । ଆକ୍ରମଣ ପରେ ଅଭିଯୁକ୍ତ ଓ ତାର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଉଭୟ ତେଜସ୍ବିନୀ ଓ ତାଙ୍କ ବନ୍ଧୁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତେଜସ୍ବିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବନ୍ଧୁ ଆହତ ହୋଇ ଏବେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ପାଇ ସ୍ଥାନୀୟ ପୋଲିସ ଟିମ ଉକ୍ତ ଫ୍ଲାଟରେ ପହଞ୍ଚି ଅଭିଯୁକ୍ତ ବ୍ରାଜିଲ ଯୁବକ ସହ ତାର 2 ସହଯୋଗୀଙ୍କ ମଧ୍ୟ ଗିରଫ କରିଛି । 13 ବର୍ଷୀୟ ମୁଖ୍ୟ ଅଭିଯୁକ୍ତ ସହ ତାକୁ ଆକ୍ରମଣରେ ସହଯୋଗ କରିଥିବା ଅନ୍ୟ ଜଣେ ଯୁବତୀ ଓ ଯୁବକୁ ମଧ୍ୟ ପୋଲିସ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ଜେରା ଜାରି ରହିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ଅନ୍ୟପଟେ ମୃତଦେହ ଭାରତ ଫେରାଇ ଆଣିବା ପାଇଁ ମୃତକଙ୍କ ପରିବାର ସମ୍ପର୍କୀୟ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.