ETV Bharat / bharat

ଅନନ୍ୟ ପ୍ରେମ, ଏକାଠି ଆଖି ବୁଜିଲେ ବୃଦ୍ଧ ଦମ୍ପତି

author img

By ETV Bharat Odisha Team

Published : Oct 13, 2023, 9:50 PM IST

୩ ଦିନ ପୂର୍ବରୁ କହିଥିବା କଥା ହେଲା ସତ । ବିହାରରେ ଏକାଠି ଉଠିଲା ସ୍ବାମୀ ସ୍ତ୍ରୀଙ୍କ ଜୁଇ । ଅଧିକ ପଢନ୍ତୁ

husband-wife-die-together
husband-wife-die-together
ଅନନ୍ୟ ପ୍ରେମ, ଏକାଠି ଆଖି ବୁଜିଲେ ବୃଦ୍ଧ ଦମ୍ପତି

ପାଟନା: ମୃତ୍ୟୁ ବି କରିପାରିଲାନି ଅଲଗା । ସ୍ବାମୀଙ୍କ ମୃତ୍ୟୁର କିଛି ସମୟ ପରେ ଆଖି ବୁଜିଲେ ପତ୍ନୀ । ପ୍ରେମର ଏଭଳି ଏକ ଅନନ୍ୟ ଘଟଣା ବିହାର ବୈଶାଳି ଜିଲ୍ଲାରେ ଦେଖିବାକୁ ମିଳିଛି । ୯୦ ବର୍ଷୀୟ ସ୍ବାମୀଙ୍କୁ ମୃତ୍ୟୁ ପରେ ୭୫ ବର୍ଷୀୟ ପତ୍ନୀ ଆଖି ବୁଜିଛନ୍ତି । ଉଭୟ ପୂର୍ବରୁ ଏକାଠି ମୃତ୍ୟୁ ପ୍ରାପ୍ତି ଲାଗି ମଧ୍ୟ କହୁଥିଲେ । ହେଲେ ଆଜି ତାହା ସତ ହୋଇଛି । ଏକାଠି ସ୍ବାମୀ ସ୍ତ୍ରୀଙ୍କର ଜୁଇ ଜଳିଥିବା ବେଳେ ଏହି ଘଟଣାକୁ ନେଇ ଚର୍ଚ୍ଚା ହୋଇଛି ।

ବୈଶାଳି ଜିଲ୍ଲା ବିଦୁପୁର ଥାନା ଅଞ୍ଚଳର ପାନାପୁର ଗାଁରେ ଏହି ଘଟଣା ଦେଖିବାକୁ ମିଲିଛି । ଗ୍ରାମର ୯୦ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଲଖନ ପାସୱାନ ଓ ୮୫ ବର୍ଷୀୟ ପତ୍ନୀ ଗିରିଜା ଦେବୀ ଜୁଇ ଏକାଠି ଉଠିଛି । ବିବାହର ୭୫ ବର୍ଷ ହସଖୁସିରେ ଅତିବାହିତ କରିବା ପରେ ଆଜି ଏକାଠି ଉଭୟ ଦୁନିଆକୁ ଅଲବିଦା କହିଛନ୍ତି । ଗତ କିଛି ଦିନ ଧରି ଗିରିଜା ଦେବୀ ଅସୁସ୍ଥ ଥିଲେ । ହାଜିପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ହେଉଥିଲା । ପତ୍ନୀ ରୋଗାଗ୍ରସ୍ତ ଥିବାରୁ ସ୍ବାମୀ ଲଖନ ପ୍ରାୟତଃ ଦୁଃଖୀ ରହୁଥିଲେ । ଗତ ୩ ଦିନ ଧରି ଯିଏ ବି ତାଙ୍କ ନିକଟକୁ ଆସି ପତ୍ନୀଙ୍କ ସମ୍ପର୍କରେ ପଚାରୁଥିଲେ, ସେତେବେଳେ ଲଖନ ଉଭୟଙ୍କ ଜୁଇ ଏକାଠି ଉଠିବା କଥା କହୁଥିଲେ । ଏପରି ହେଲେ ଉଭୟ ଅନନ୍ୟ ପ୍ରେମର ଉଦାହରଣ ପାଲଟିଯିବେ ବୋଲି କହୁଥିଲେ ।

ଏହା ବି ପଢନ୍ତୁ- ଶାଶ୍ବତ ପ୍ରେମ; ପତ୍ନୀଙ୍କ ସ୍ମୃତିରେ ମନ୍ଦିର ତୋଳିଲେ ସ୍ବାମୀ, ସକାଳେ ସଞ୍ଜରେ କରୁଛନ୍ତି ପୂଜାର୍ଚ୍ଚନା

ଏହି କଥା କେବେ ସତ ହେବ ବୋଲି ତାହା କେହି କେବେ କଳ୍ପନା କରିନଥିଲେ । ୩ ଦିନ ପରେ ଆଜି ସେହି କଥା ସତ ହୋଇଛି । ଲଖନ ବୁଧବାର ସନ୍ଧ୍ୟାରେ ବାହାରକୁ ବାହାରିଥିଲେ । ଏହାପରେ ରାତିରେ ଘରକୁ ଫେରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଗ୍ରାମବାସୀ ତାଙ୍କ ଅନ୍ତିମ ସଂସ୍କାର କରିବା ଲାଗି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ହେଲେ ଏହା ପୂର୍ବରୁ ଲଖନଙ୍କ ପତ୍ନୀ ଗିରିଜାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ହାଜିପୁର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀ ଗିରିଜାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଗିରିଜାଙ୍କ ମୃତଦେହକୁ ଗାଁକୁ ଅଣାଯାଇଥିଲା ।

ଏହାପରେ ଉଭୟଙ୍କ ମୃତଦେହ ଅନ୍ତିମ ଯାତ୍ରାରେ ବାହାରିଥିଲା । ଏନେଇ ସ୍ଥାନୀୟ ଗ୍ରାମବାସୀ ଦେବେନ୍ଦ୍ର ପାସୱାନ କହିଛନ୍ତି, " ମାଷ୍ଟର ସାର କହିଥିଲେ ଆମେ ଦୁହିଁଙ୍କ ଯଦି ଏକାବେଳେ ଜୁଇ ଉଠିବ, ତାହାଲେ ଆମେ ଉଦାହରଣ ପାଲଟିଯିବୁ । ଏହି କଥା ସେ ଗତ ୩ ଦିନ ପୂର୍ବରୁ କହିଥିଲେ । ତାଙ୍କର ଅନ୍ୟ କୌଣସି ଚିନ୍ତା ନଥିଲା । ପତ୍ନୀ ହସ୍ପିଟାଲରେ ପଡ଼ିଥିବାରୁ ସେ ଦୁଃଖୀ ଥିଲେ । ହେଲେ ୩ ଦିନ ପୂର୍ବରୁ କହିଯାଇଥିବା କଥାଟି ଆଜି ସତ ହୋଇଛି । ସ୍ବାମୀସ୍ତ୍ରୀଙ୍କର ଜୁଇ ଏକାଠି ଉଠିଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.