ETV Bharat / bharat

ଅସୁସ୍ଥ ସ୍ତ୍ରୀକୁ ପିଟି ପିଟି ହତ୍ୟା, ଜେଲ ଗଲା ପତ୍ନୀହନ୍ତା

author img

By

Published : Mar 29, 2023, 9:23 PM IST

ରୋଷେଇ କରି ନପାରିବାରୁ ଅସୁସ୍ଥ ପତ୍ନୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ବାମୀ । ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି ପୋଲିସ । ଅଧିକ ପଢ଼ନ୍ତୁ

ଅସୁସ୍ଥ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ

ନୂଆଦିଲ୍ଲୀ: ସାମାନ୍ୟ ଘଟଣାରୁ ରାକ୍ଷସ ପାଲଟିଲା ସ୍ବାମୀ । ରୋଗୀଣା ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନରରାକ୍ଷସ । ପତ୍ନୀଙ୍କ ଶରୀର ଅସୁସ୍ଥ ହେବାରୁ ସେ ରୋଷେଇ କରିପାରିଲେ ନାହିଁ । ଫଳରେ ଘରେ କିଛି ଖାଇବାକୁ ନଥିବାରୁ ପତ୍ନୀକୁ ପିଟିପିଟି ହତ୍ୟା କଲା ନରହନ୍ତା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀରୁ । ଅଭିଯୁକ୍ତ ସ୍ବାମୀ ବଜରଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ବଜରଙ୍ଗୀ ଓ ପ୍ରୀତିଙ୍କର ବିବାହ ପ୍ରାୟ ୩ ବର୍ଷ ପୂର୍ବରୁ ହୋଇଥିଲା । ଉଭୟ ନିଜ ପରିବାର ସହ ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ ରହୁଥିଲେ । ଉଭୟଙ୍କର ଏକ ୬ ମାସର ଶିଶୁକନ୍ୟା ମଧ୍ୟ ଥିଲା । ତେବେ ଶିଶୁକନ୍ୟାକୁ ଜନ୍ମଦେବା ପରଠାରୁ ହିଁ ପ୍ରୀତି ଅସୁସ୍ଥ ରହୁଥିଲେ । ସେବେଠାରୁ ସେ ଘର କାମ ସଠିକ ଭାବରେ କରିପାରୁ ନଥିଲେ । ଏନେଇ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ଅନେକ ଥର କଳହ ଲାଗି ରହୁଥିଲା । କିନ୍ତୁ ପରିବାର ଲୋକେ ଉଭୟଙ୍କୁ ବୁଝାସୁଝା କରି ଝଗଡ଼ାର ସମାଧାନ କରି ଦେଉଥିଲେ । ତେବେ ରବିବାର ଯେତେବେଳେ ବଜରଙ୍ଗୀ ମଦ ପିଇ ଘରକୁ ଫେରିଲା, ସେତେବେଳେ ପ୍ରୀତି କିଛି ରୋଷେଇ କରନଥିବା ଦେଖିବାକୁ ପାଇଥିଲା । ଏନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ଏହାପରେ ମଦ୍ୟପ ବଜରଙ୍ଗୀ ଏକ ଠେଙ୍ଗାରେ ସ୍ତ୍ରୀ ପ୍ରୀତିକୁ ବାଡ଼େଇବାକୁ ଲାଗିଲା । ତେବେ କୋଳରେ ୬ ମାସର ଛୋଟ ଝିଅ ରହିଥିବାରୁ ପ୍ରୀତି ଦୌଡ଼ି ଯାଇପାରିଲେ ନାହିଁ । ଫଳରେ ସ୍ବାମୀର ଠେଙ୍ଗା ମାଡ଼ରେ ଆହତ ହୋଇ ସେ ଚେତାଶୂନ୍ୟ ହୋଇଯାଇଥିଲେ ।

ଏହାପରେ ବଜରଙ୍ଗୀ ନିଜ ଶାଶୁ (ପ୍ରୀତିର ମାଆ)ଙ୍କୁ ଫୋନ କରି ପ୍ରୀତିର ଦେହ ଭଲ ନଥିବା ଜଣାଇଥିଲା । ଖବର ପାଇ ପ୍ରୀତିର ମାଆ ସେଠାରେ ପହଞ୍ଚି ଝିଅକୁ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ । ଏହାପରେ ପରିବାର ଲୋକେ ପ୍ରୀତିକୁ ନିକଟସ୍ଥ ବୁରାଡ଼ି ମେଡିକାଲ ନେଇଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ପ୍ରୀତିକୁ ମୃତ ଘୋଷଣା କରିଥିଲେ । ଏନେଇ ଭଲସ୍ବା ଡାଏରୀ ଥାନାକୁ ଜଣାଇଥିଲେ ଡାକ୍ତର । ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହିତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଅଭିଯୁକ୍ତ ସ୍ବାମୀ ବଜରଙ୍ଗୀକୁ ଗିରଫ କରି ମାମଲା ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.