ETV Bharat / bharat

ସେପ୍ଟେମ୍ବର 9 ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Sep 9, 2022, 12:00 AM IST

କେମିତି ରହିବ ଆପଣଙ୍କ ଦିନ । ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି । କିପରି କଟିବ ଦାମ୍ପତ୍ୟ ଜୀବନ। ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କଣ ପ୍ରତିକାର । ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି । ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ । ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ସେପ୍ଟେମ୍ବର 9 ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ସେପ୍ଟେମ୍ବର 9 ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ: ଆଜି ଏକ ଭଲ ଦିନ ଅଟେ। ଆଜି ଅନେକ ସାମଜିକ କାର୍ଯ୍ୟ ସାଙ୍ଗ ଓ ବନ୍ଧୁ ମାନଙ୍କ ସହ କରିବେ। ତେଣୁ ଏକ ସୁବର୍ଣ୍ଣ ସୁଯୋଗ ଅଟେ। ବଣଭୋଜି ଅଥବା ଦର୍ଶନୀୟସ୍ଥଳ ପରିଦର୍ଶନରେ ଯାଆନ୍ତୁ। ସାଙ୍ଗସାଥିଙ୍କ ସହିତ ତୁମର ସଂପର୍କ ଭଲ ରହିବ ଏବଂ ସେମାନଙ୍କ ଅନ୍ତରରେ ତୁମକୁ ସାହାଯ୍ୟ କରିବାପାଇଁ ଇଛା ସୃଷ୍ଟି କରିପାରିବ। ଯଗିରଖି ଖର୍ଚ୍ଚ କରନ୍ତୁ, ଅଧିକ ପ୍ରାଚୁର୍ଯ୍ୟରେ ଖର୍ଚ କରନ୍ତୁନାହିଁ। କୌଣସି ନମିଳିବା ସ୍ଥାନରୁ ଆର୍ଥିକ ଲାଭର ସମ୍ଭାବନା ଅଛି।

ବୃଷ: ଆଜି ଆପଣଙ୍କ ପାଇଁ ଦିନଟି ଆଶ୍ଚର୍ଯ୍ୟଜନକ ରହିବ । ଘରର ପରିବେଶ ଶାନ୍ତ ରହିବ । ଆଜି ଆପଣ ନିଜ ସୀମିତ କ୍ଷେତ୍ରରୁ ବାହାରି ନୂଆ ପଥ ଗ୍ରହଣ କରିବେ । ଛୁଟି କାଟିବା ପାଇଁ ଦୂର ସ୍ଥାନକୁ ଯିବାର ସମ୍ଭାବନା ରହିଛି ।

ମିଥୁନ: ଆଜି ମନ ଚିନ୍ତାରେ ପୁରି ରହିବ। କାମରେ ମନ ଲଗାଇବା ପାଇଁ ଅସହାୟ ମନେ କରିବେ। ବ୍ୟର୍ଥ ଖର୍ଚ୍ଚ ହେବ। ସାଙ୍ଗ ସାଥିମାନେ ଅସୁବିଧାର କାରଣ ହେବେ। ପିଲାମାନଙ୍କ ଚିନ୍ତାରେ ବ୍ୟସ୍ତ ରହିବେ। ବ୍ୟର୍ଥ କାର୍ଯ୍ୟରେ ବ୍ୟସ୍ତ ରହିବେ। ଅଫିସ କାମରେ ଦୁଃଖ ପାଇବେ।

କର୍କଟ: ଆଜି ତୁମର ଦିନଟି ଦୁଃଖ ପୂର୍ଣ୍ଣ ହେବ। ଅସ୍ତ୍ରୋପଚାର ହେବାର ସମ୍ଭାବନା ରହିଛି। ସବୁ କାମ ବଳି ପଡିବ। ନିଜର ଦକ୍ଷତା ଉପରେ ଭରଷା ରଖ। ଅସାମାଜିକ କାର୍ଯ୍ୟରୁ ଦୂରେଇ ରହନ୍ତୁ। ଖରାପ କାମ ଦୁଃଖର କାରଣ ହେବ। କାର୍ଯ୍ୟାଳୟରେ କାମ କରିବା ପାଇଁ ଅନିଚ୍ଛା ପ୍ରକାଶ କରିବେ। ଘରର ପରିବେଶ ଖରାପ କରନ୍ତୁ ନାହିଁ। ଚିନ୍ତା ପୂର୍ଣ୍ଣ ଦିନଟି ଅଳସ୍ୟ ଆଣିବ।

ସିଂହ: ଗତକାଲି ପରି ଆଜି ମଧ୍ୟ ଆପଣଙ୍କ ଦିନଟି ସେତେ ଭଲରେ କଟିବ ନାହିଁ। ସାଙ୍ଗ ହୋଇ କରୁଥିବା ବ୍ୟବସାୟରେ ବନ୍ଧୁଙ୍କ ରୁକ୍ଷ ବ୍ୟବହାର ମନକୁ ଅଶାନ୍ତ କରିପାରେ। ନିଜର ବିଶ୍ୱାସରେ ଅନ୍ୟକୁ ସରଳ ଭାବି ରହିଗଲେ ତାହା ନିଜପାଇଁ ହାନିକାରକ ବୋଲି ସାବ୍ୟସ୍ତ ହୋଇପାରେ। ନିଜର ସ୍ୱାସ୍ଥ୍ୟ ଭଲ ରହିବ, ମାତ୍ର ପତ୍ନୀଙ୍କ କ୍ଷେତ୍ରରେ ବିପରୀତ ଦେଖାଦେଇପାରେ।

କନ୍ୟା: ଆଜି ଦିନଟି ଶୁଭଙ୍କର ଅଟେ। ପରିବାରର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ଗହଣରେ ଆମୋଦ ପ୍ରମୋଦରେ ସୁଅ ଛୁଟିବ। ଶାନ୍ତ ପରିବେଶ ମଧ୍ୟରେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ। ଶରୀର ପୁର୍ବାବସ୍ଥା ଠାରୁ ଆହୁରି ଭଲ ରହିବ। ଆର୍ଥିକ ଅବସ୍ଥା ଅତି ସ୍ୱଛଳ ସାମାଜିକ ଜୀବନରେ ପ୍ରତିଷ୍ଠିତ ହୋଇପାରନ୍ତି। ସହକର୍ମୀ ମାନଙ୍କ କାର୍ଯ୍ୟରେ ସହଯୋଗ କରିବେ। ସବୁଦିଗରୁ ଶୁଭଖବର ଆପଣଙ୍କୁ ଉଲ୍ଲସିତ କରିବ।

ତୁଳା: ମନଯୋଗ ଦେଇ ଯେଉଁ କାର୍ଯ୍ୟଟିରେ ହାତ ଦେବେ ତାହା ସଫଳତା ଲାଭ କରିବ। ଆପଣଙ୍କର ଚିନ୍ତନଶୀଳ ମନୋବୃତ୍ତି ଏବଂ ଧୀଶକ୍ତି ଯୋଗୁଁ ନିଜକୁ ଗୋଟିଏ ସ୍କୁଲ ବାଳକ ପରି ଭାବିବେ ଏବଂ ଗୋଟିଏ ଆନନ୍ଦଦାୟକ ବାଟରେ ଆଗେଇ ପାରନ୍ତି। ବିଦେଶରୁ ବାନ୍ଧବୀଙ୍କ ଠାରୁ କିମ୍ୱା ନିଜର ସନ୍ତାନ ଠାରୁ ଶୁଭଖବର ପାଇଁ ଆତ୍ମସନ୍ତୋଷ ଲାଭ କରିବେ। ଗ୍ରହର ସୁପ୍ରଭାବରୁ ସବୁ ମଙ୍ଗଳମୟ କାର୍ଯ୍ୟ କରିବାକୁ ଇଛା କରିପାରନ୍ତି।

ବିଛା: ପାରିବାରିକ ଜୀବନରେ ସୁଖଶାନ୍ତି ଫେରିଆସିପାରେ। ଦିନଟି ସୁଖରେ କାଟିବାକୁ ହେଲେ ଧର୍ମପତ୍ନୀଙ୍କସହ ଆପୋଷ ବୁଝାମଣା କରିବାକୁ ପଡିପାରେ। ତେଣୁ କୌଣସି ନାଟକୀୟ ଢଙ୍ଗରେ ଗୃହରେ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ। କୌଣସି ନାଟକୀୟ ଢଙ୍ଗରେ ଗୃହରେ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ। କୌଣସି ବାନ୍ଧବୀଙ୍କ ସହ ବ୍ୟବସାୟିକ କଥାବାର୍ତ୍ତା ପାଇଁ ଅନ୍ୟ ଦିନ ସ୍ଥିର କରନ୍ତୁ। ପହଁରିବାର ଯୋଜନାକୁ ସ୍ଥଗିତ ରଖନ୍ତୁ। ଆଜି ଦିନଟି ଶରୀର ଓ ମନକୁ ବିଶ୍ରାମ ଦିଅନ୍ତୁ।

ଧନୁ: ଆଜି ମାନସିକ ବ୍ୟସ୍ତତା ଯୋଗୁଁ ମନ ଶାନ୍ତିରେ ରହିବ ନାହିଁ । ଆପଣ ସାରାଦିନ ପରିବାରରେ ଅସନ୍ତୁଳନ ବାତାବରଣ ଯୋଗୁଁ ପରିବାର ସଦସ୍ୟଙ୍କୁ ଖୋସାମତ କରିବାରେ ଲାଗି ରହି ପାରନ୍ତି । ଯଦି ସମ୍ପତ୍ତି ସମ୍ବନ୍ଧିତ ଏହି ଘଟଣା ହୋଇଥାଏ, ତେବେ କଥାବାର୍ତ୍ତା ହେବାବେଳେ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ । ଆଜି ଦିନରେ ମଧ୍ୟ ଆର୍ଥିକ ହାନି ହୋଇପାରେ ।

ମକର: ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ। ତେଣୁ ଆର୍ଥିକ ଅବସ୍ଥା ରହିବ। ପାରିବାରିକ ଜୀବନରେ ଟିକିଏ ବ୍ୟତିକ୍ରମ ଦେଖାଦେଇପାରେ ଯାହାଦ୍ୱାରା ଆପଣ ନିଜକୁ ନ୍ୟୁନ ମନେ କରିବେ। ମହିଳାମାନେ ଘରକାମରେ ଅକ୍ଲାନ୍ତ ପରିଶ୍ରମ କରି ନିଜକୁ ଗୌରବାନ୍ୱିତ ମନେ କରିବେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଚକ୍ଷୁରେ ଯନ୍ତ୍ରଣା ପାଇପାରନ୍ତି।

କୁମ୍ଭ: ଆଜି ଦିନଟି ଏକ ଭାଗ୍ୟଶାଳୀ ଦିବସ ଅଟେ। ବ୍ୟବସାୟରୁ ଅତ୍ୟନ୍ତ ଆର୍ଥିକ ସହାୟତା ମିଳିପାରେ। ଦିନଟି ନିଜର ବ୍ୟବସାୟୀ ବୁଦ୍ଧିକୁ ଖଟାଇ ମନୋରମ କରିପାରିବେ। ପ୍ରିୟଜନଙ୍କ ଠାରୁ ଉପହାର ପାଇ ନିଜକୁ ଭାଗ୍ୟଶାଳୀ ମନେ କରିବେ। ଶରୀର ସୁସ୍ଥ ରହିବ ,ଅବସର କାଳୀନ ଯାତ୍ରା ବନ୍ଧୁମେଳରେ ଖୁସିର ଲହରୀ ସୃଷ୍ଟି କରିବ। ବ୍ୟବସାୟ ସଂକ୍ରାନ୍ତୀୟ ଏକ ବନ୍ଧୁ ମିଳନରେ ଆମୋଦ ପ୍ରମୋଦ କରିପାରନ୍ତି।

ମୀନ: ଆଇନ ସମ୍ପର୍କୀୟ ଘଟଣାରୁ ନିଜକୁ ଦୁରେଇ ରହନ୍ତୁ। କମ ସମୟରେ ଉପକୃତ ଆର୍ଥିକ ଯୋଜନା ପଛରେ ଦୌଡିବା ଉଚିତ ନୁହେଁ। କୌଣସି ଆଲୋଚନାରେ ଭାଗ ନିଅନ୍ତୁ ନାହିଁ। ଆପଣ ଘର ଓ ପ୍ରିୟଜନଙ୍କ ଠାରୁ ଦୁରେଇ ଯିବାଦ୍ୱାରା ମନରେ ଅଶାନ୍ତି ସୃଷ୍ଟି ହୋଇପାରେ। ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ଲଗାଇବା ଅନୁଚିତ। ସାମାଜିକ କାର୍ଯ୍ୟରେ ନିଜକୁ ବିନିଯୋଗ କରିପାରନ୍ତି କିମ୍ୱା ଧର୍ମକାର୍ଯ୍ୟରେ ନିଜକୁ ଯୋଗ ଦେଇ ପାରନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.