ETV Bharat / bharat

Horoscope: ଅଗଷ୍ଟ 12 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By

Published : Aug 12, 2023, 12:06 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ । ଅଧିକ ପଢନ୍ତୁ

Horoscope
Horoscope

ମେଷ: ଆଜି ଆପଣ ଯାହା କରିବେ ସଫଳତା ପାଇବେ । କିନ୍ତୁ ଯାହା ଆପଣ ଦ୍ବାରା ସମ୍ଭବ ହୋଇପାରିବ ନାହିଁ ବୋଲି ଭାବୁଛନ୍ତି ତାହା କରନ୍ତୁ ନାହିଁ । ଆପଣଙ୍କ କ୍ଷମତା ଉପରେ ଆତ୍ମବିଶ୍ଵାସୀ ହୁଅନ୍ତୁ, କଠିନ ପରିଶ୍ରମ କରନ୍ତୁ ଓ ମିତବ୍ୟୟିତା ଉପରେ ବିଶ୍ଵାସ ରଖନ୍ତୁ ।

ବୃଷ: ଆଜି ଆପଣଙ୍କ କାନ୍ଧରେ ଆର୍ଥିକ ଦାୟିତ୍ଵଗୁଡ଼ିକର ଚାପ ଥିବାର ଅନୁଭବ କରିବେ । ଖର୍ଚ୍ଚ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ । ଦିନର ଶେଷ ଭାଗରେ ଆପଣଙ୍କ ନିକଟକୁ ଆଶା କରାଯାଇନଥିବା ସ୍ଥାନରୁ ଟଙ୍କା ଆସିବ । ଯଦି ଆପଣ ନିରପେକ୍ଷ ନିର୍ଣ୍ଣୟ ନେବେ, ତେବେ ତାହା ଆପଣଙ୍କ ଆର୍ଥିକ ଅବସ୍ଥା ଉପରେ ବହୁତ ଭଳ ଫଳ ଦେବ ।

ମିଥୁନ: ଆଜି ଯେତେ ସମ୍ଭବ ଅଧିକ ସମୟ ଏକା ଆପଣଙ୍କ ଜୀବନସାଥୀଙ୍କ ସହ ବିତାଇବେ । ଏକ ଆକସ୍ମିକ ବାର୍ତ୍ତାଳାପ ଏକ ଭାବମୟ ଅବସ୍ଥାରେ ସମାପ୍ତି ହେବ । ସଂଧ୍ୟା ସମୟରେ ଆପଣଙ୍କ ବୁଦ୍ଧି ଓ ଜ୍ଞାନ ଦ୍ଵାରା ଆପଣ ଲୋକମାନଙ୍କ ଉପରେ ଯାଦୁ ଭଳି କାମ କରିବ ।

କର୍କଟ: ଆଜି ଦିନଟି ଭଲରେ କଟିବ ନାହିଁ । ଅର୍ଥାତ ଆଶା ଅନୁସାରେ ଫଳ ମିଳିବ ନାହିଁ । ସବୁ କାର୍ଯ୍ୟରେ ବିଳମ୍ବ ହେବ । ଅଧପନ୍ତରିଆ ରହିଥିବା କାର୍ଯ୍ୟରେ ଆଜି ହାତ ଦିଅନ୍ତୁ ନାହିଁ । ନୂଆ କାମ ଆରମ୍ଭ କରିବା ପୂର୍ବରୁ ମଧ୍ୟ ସବୁକିଛି ଯାଞ୍ଚ କରନ୍ତୁ ।

ସିଂହ: କାର୍ଯ୍ୟ କ୍ଷେତ୍ରରେ ଶତ୍ରୁତା ବୃଦ୍ଧି ପାଇବ। ଆପଣଙ୍କ କାର୍ଯ୍ୟକୁ ଦେଖି ଲୋକ ସହିନପାରନ୍ତି । ତେଣୁ ଅଫିସରେ ଆପଣ ଜଗିରଖି କାମ କରନ୍ତୁ । ଲୋକମାନେ ଆପଣଙ୍କୁ ଭୁଲ ବୁଝିବେ କିମ୍ବା ବ୍ୟବସାୟୀ ଯଥା ପରିବାରଜନ ଆପଣଙ୍କ ଭାବାର୍ଥକୁ ଭୁଲ ବୁଝିବେ । ଆୟକୁ ଦେଖି ବ୍ୟୟ କରନ୍ତୁ ।

କନ୍ୟା: ବ୍ୟକ୍ତିଗତ ବ୍ୟସ୍ତତା ଦ୍ଵାରା ବ୍ୟବସାୟିକତା ଢାଙ୍କି ହୋଇଯିବ। ସମସ୍ୟାଗୁଡ଼ିକର ସିଧାସଳଖ ସମ୍ମୁଖୀନ ହୋଇ ନିଜକୁ ସେଗୁଡିକରୁ ମୁକୁଳାଇ ଆଣନ୍ତୁ। ବିଶେଷ ଭାବେ ସଂଧ୍ୟାରେ ଭାବନାତ୍ମକ ଅବସ୍ଥାରେ ଲାଖି ଯାଆନ୍ତୁ ନାହିଁ।

ତୁଳା: ପରିବାର ସହିତ ମନୋମାଳିନ୍ୟ ହୋଇପାରେ । ଆଜି କାର୍ଯ୍ୟସ୍ଥଳରେ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କ ମଧ୍ୟରେ କୌଣସି ଝଗଡ଼ାର ସମାଧାନ ପାଇଁ ଆପଣଙ୍କୁ ଦାୟିତ୍ଵ ଦିଆଯାଇପାରେ । ଗବେଷଣା କାମ ମନ୍ଥର ହୋଇପାରେ, କିନ୍ତୁ ଭଲ କଥା ହେଉଛି ନୂଆ ଚୁକ୍ତିରେ ପ୍ରବେଶ କରିବା ପାଇଁ ଏହା ଏକ ଶୁଭ ଦିନ।

ବିଛା: ଆଜି ଆପଣଙ୍କ ଉପରେ କାର୍ଯ୍ୟର ଚାପ ବଢ଼ି ଚାଲିବ। କିନ୍ତୁ ଆପଣ ଭଲ ଢଙ୍ଗରେ ସେଗୁଡ଼ିକୁ ସମ୍ଭାଳିବେ, ଯାହା କେବଳ ଆପଣଙ୍କ ଧୈର୍ଯ୍ୟ ପାଇଁ ସମ୍ଭବ ହେବ । ଅବଶ୍ୟ ଧ୍ୟାନ ଦିଅନ୍ତୁ ଓ କିପରି ଚାପ ମୁକ୍ତ ହେବେ ତାହା ଜାଣନ୍ତୁ ଏବଂ ଯେତେ ଶୀଘ୍ର ସମ୍ଭବ ଏହାକୁ କାର୍ଯ୍ୟରେ ଲଗାନ୍ତୁ ।

ଧନୁ: ଆପଣ ଭାବନାର ଭଉଁରୀରେ ଫସି ଯାଇପାରନ୍ତି । ଆଜି ଅନେକ ସୁଖଦୁଃଖ ଅବସ୍ଥା ଦେଇ ଗତି କରିପାରନ୍ତି । ଅବଶ୍ୟ କିଛି ବି କାମ ପ୍ରତି ଆପଣଙ୍କର ଥିବା ସଂକଳ୍ପ ଓ ନିଷ୍ଠାକୁ ପ୍ରଭାବିତ କରିପାରିବ ନାହିଁ ।

ମକର: କାର୍ଯ୍ୟସ୍ଥଳୀରୁ ସମ୍ମାନ ପାଇବେ । ଆଜି ଦିନଟି ଆପଣଙ୍କର ପାଇଁ ଶୁଭଙ୍କର ଅଟେ । ବୃତ୍ତିଗତ ଏହଂ ବ୍ୟକ୍ତିଗତ ଜୀବନରେ ସଫଳତା ପାଇବେ । ଧାର୍ମିକ, ସାମାଜିକ କିମ୍ୱା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଲିପ୍ତ ରହିପାରନ୍ତି । ସତର୍କତା ସହ ଯାତ୍ରା କରନ୍ତୁ ।

କୁମ୍ଭ: ଆଜି ଆପଣ କର୍ମ ଯାତ୍ରାରେ ସାନ୍ତ୍ଵନା ପାଇବେ । ଆପଣ କାହାକୁ ସାହାଯ୍ୟ କଲେ ସେ ଆଜି ଆପଣଙ୍କୁ ଖରାପ ଭାବିବେ । ତେଣୁ ଅଯଥାରେ କାହାକୁ ସାହାଯ୍ୟ କରନ୍ତୁ ନାହିଁ । ଆପଣ ଏକ ଦୁର୍ବଳତାକୁ କିପରି ଶକ୍ତିର କାରଣ କରିପାରିବେ ତାହା ବୁଝି କାର୍ଯ୍ୟ କରନ୍ତୁ।

ମୀନ: ଖଣ୍ଡାରେ କାଟିବାରୁ ଏକ କଲମରେ ଭୁଷିବା ଅଧିକ ସନ୍ତୋଷଜନକ । ଏପରି ଉଚ୍ଚ ଧାରଣାକୁ ମନରେ ରଖି ଆପଣ ନିଜର ଘାତକ ଉପସ୍ଥାପନା କୌଶଳ ସହିତ ଆକ୍ରମଣ କରିବେ ଓ ଯାହାର ଫଳ ସ୍ଵରୂପ ଆପଣ ଅନେକ ପ୍ରଶଂସା ମଧ୍ୟ ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.