ETV Bharat / bharat

ସେପ୍ଟେମ୍ବର ୧୦ ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Sep 10, 2022, 12:02 AM IST

କେମିତି ରହିବ ଆପଣଙ୍କ ଦିନ । ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି । କିପରି କଟିବ ଦାମ୍ପତ୍ୟ ଜୀବନ । ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କଣ ପ୍ରତିକାର । ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି । ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ । ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ସେପ୍ଟେମ୍ବର ୧୦ ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ସେପ୍ଟେମ୍ବର ୧୦ ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ: ଆଜି ଦିନଟି ଶୁଭଫଳଦାୟକ ଅଟେ । ସାମାଜିକ ଓ ଅର୍ଥନୈତିକ କର୍ମରେ ଆପଣ ନିଜର ପ୍ରତିଷ୍ଠା ଅର୍ଜନ କରିବା ଯୋଗୁଁ ବନ୍ଧୁ ଓ ପ୍ରିୟଜନଙ୍କ ଦ୍ୱାରା ପଶଂସିତ ହେବେ । ଏହି ଖୁସିରେ ସାମିଲ ହେବା ପାଇଁ ସେମାନେ ଆପଣଙ୍କ ଠାରୁ କିଛି ଝଡେଇ ପାରନ୍ତି । ଗୁରୁଜନ ତଥା ପିତାମାତା ଆପଣଙ୍କ ପାଇଁ ପୂଜନୀୟ । ସେମାନଙ୍କ ସ୍ନେହଶ୍ରଦ୍ଧା ପାଇ ଆତ୍ମସନ୍ତୋଷ ପାଇବେ । ପତ୍ନୀଙ୍କ ସହ ଗୋଟିଏ ରମଣୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

ବୃଷ: ନୂଆ ଓ ପୁରୁଣା କାର୍ଯ୍ୟର ଭାର ବହନ କରି ସୁଫଳ ପାଇବେ । ବୃତ୍ତିଧାରୀ ତଥା ବ୍ୟବସାୟୀଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଙ୍କର । ବୃତ୍ତିରେ ସହକର୍ମୀମାନେ ସହଯୋଗ କରିବେ । ଉପରିସ୍ଥ ହାକିମଙ୍କ ଦ୍ୱାରା ପ୍ରଶଂସିତ ହେବେ ଏବଂ ପଦୋନ୍ନତି ମଧ୍ୟ ହେବାର ସମ୍ଭାବନା ରହିଛି । ଏଥିପାଇଁ ନିଜେ ଏବଂ ଅନ୍ୟମାନେ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ: ଦୁଇ ଦିନଯାଏଁ ଯେଉଁ କାମକୁ ହାତକୁ ନେଇ କରି ସାରିଛନ୍ତି, ସେଥିପାଇଁ କ୍ଲାନ୍ତ ଲାଗିପାରେ । ନିଜେ ଅସୁସ୍ଥତା ଭୋଗିପାରନ୍ତି । ଆପଣଙ୍କର ପିଲାମାନଙ୍କ ଯୋଗୁଁ ମନ ବିଚଳିତ ରହିବ । ଶାରୀରିକ କ୍ଲାନ୍ତି ଯୋଗୁଁ ଅବସନ ହୋଇପଡିବେ ଏବଂ ଘରଛାଡି କେଉଁ କାମ କରିବାକୁ ଇଛାହେବ ନାହିଁ । ପେଟ ଯନ୍ତ୍ରଣା ଭୋଗିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଛଳ ନଥିବାରୁ ସବୁ ତୁଚ୍ଛ ଲାଗିବ । ନିଜ ବୃତ୍ତିର ସହକର୍ମୀ ମାନେ ଆପଣକୁ ହେୟଜ୍ଞାନ କରିପାରନ୍ତି ।

କର୍କଟ: ଭଲ ସମୟ ଡେରିରେ ଆସିପାରେ । ତେଣୁ ଧୌର୍ଯ୍ୟଧରି ନିଜ କାମରେ ହେଳା କରନ୍ତୁନାହିଁ । ଜରୁରୀ କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇଦିଅନ୍ତୁ । ଡାକ୍ତରୀ ଚିକିତ୍ସା ପାଇଁ ମଧ୍ୟ ଅନ୍ୟକୌଣସି ଦିନ ଯାଇପାରନ୍ତି । ଭଲ ଫଳ ନମିଳିଲେ ମଧ୍ୟ ହତାଶାଭାବ ମନେରେ ପୋଷଣ କରନ୍ତୁନାହିଁ । କିଛି ଅନୈତିକ କାମ କରନ୍ତୁ ନାହିଁ ଯାହାଦ୍ୱାରା ସମାଜରେ ସମ୍ମାନ ଓ ପ୍ରତିପତ୍ତି ହରାଇ ପାରନ୍ତି । ତେଣୁ ସେପରି ଚିନ୍ତାଧାରା ମନରୁ ସମ୍ପୂର୍ଣ୍ଣରୂପେ ପୋଛିଦିଅନ୍ତୁ ।

ସିଂହ: ଏହି ରାଶି ମାନଙ୍କ ପାଇଁ ଆଜି ଏକ ମଧ୍ୟମ ଧରଣର ଦିନ ଅଟେ। ଦ୍ୱିତିୟାର୍ଧରେ କିଛି ଲଢେଇ ଝଗଡା ହୋଇପାରେ। ପତ୍ନିଙ୍କ ଦେହ ଭଲ ରହିବ ନାହିଁ। ତୁମର ବାଣିଜ୍ୟ ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ। ତାଙ୍କର ବ୍ୟବହାର ଓ ଚାଲିଚଳନ ପାଇଁ କ୍ଷୁବ୍ଧ ହେବା ସହ ମନୋମାଳୀନ୍ୟ ହୋଇପାରେ। ଏହାସହ ଅକାରଣରେ ପାଟିତୁଣ୍ଡ ଥାରୁ ଦୂରେଇଯାଆନ୍ତୁ।

କନ୍ୟା: ଆପଣ ସତର୍କତା ଏବଂ ସଞ୍ଜମ ରକ୍ଷା କରିବାକୁ ପରାମର୍ଶ ଦିଆହେଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନ ରହିଛି ।ବିଦେଶରେ ଥିବା ଜଣେ ପ୍ରିୟଜନଙ୍କ ଠାରୁ ଶୁଭଖବର ପାଇପାରନ୍ତି । ଆଜି ମାନସିକ ଅଶାନ୍ତି ଭୋଗିପାରନ୍ତି ।

ତୁଳା: ଆଜିର ଦିନରେ ତୁମ ଚିନ୍ତାଧାରା ଓ କାମକାର୍ଯ୍ୟ ସୂଚାରୁ ରୁପେ ହେବ। ଆଜି ଅନେକ ବୁଦ୍ଧିମାନ ବିଚାର ଓ ଯୁକ୍ତିତର୍କରେ ବ୍ୟସ୍ତ ରହିବ। ତୁମ ପିଲାମାନେ ସୁସମ୍ବାଦ ଆଣିଦେବେ, ଯାହା ଦ୍ୱାରା ତୁମେ ଏବଂ ପରିବାର ମଧ୍ୟ ଖୁସି ରହିବ । ମାନସିକ ଚିନ୍ତା ବଢିପାରେ ସନ୍ତାନ ଓ ପରିଜନଙ୍କ ସହ ମନୋମାଳିନ୍ୟ ରହିପାରେ ।

ବିଛା: ଆଜି ଦିନଟି ଉତ୍ତମ ଫଳାଫଳ ସହିତ ଘଟଣାପୂର୍ଣ୍ଣ ରହିବ । କାର୍ଯ୍ୟସ୍ଥଳରେ ସିନିଅର୍‌ମାନେ ଆପଣଙ୍କ ଉପରେ ଖୁସି ହୋଇପାରନ୍ତି । ଏହା ପରିବେଶକୁ ଆପଣଙ୍କ ପାଇଁ କାର୍ଯ୍ୟ ଅନୁକୂଳ କରିପାରେ ।

ଧନୁ: ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ଦିନଟିକୁ ଶାନ୍ତ ମାର୍ଗରେ କାଟିପାରନ୍ତି । ଯାହା ବିଷୟରେ ଜାଣିବାକୁ ଆପଣ ଉଦବିଗ୍ନ ସେଇ ବିଷୟରେ ପଢିବା ପାଇଁ ଇଛାମତେ ସମୟ ଦେଇପାରନ୍ତି । ଭାଇ ଭଊଣୀଙ୍କ ସମ୍ପର୍କ ବୃଦ୍ଧି ପାଇବ । ବନ୍ଧୁମାନଙ୍କ ଗହଣରେ ଚା ପାନର ମଜ୍ଜା ନେଇପାରିବେ ଏବଂ ବହୁଦିନରୁ ଦେଖାହୋଇନଥିବା ଏକ ବନ୍ଧୁଙ୍କର ସାକ୍ଷାତ ମିଳିପାରେ । କଥୋପକଥନରେ ବହୁତ ସମୟ ଅତିବାହିତ କରି ଆନନ୍ଦ ଉପଲବ୍ଧ କରିବେ । ଆଜି ଦିନଟି ଶୁଭଫଳ ଦାୟକ ହୋଇଥିବାରୁ ବନ୍ଧୁ ମିଳନରେ ଆତ୍ମସନ୍ତୋଷ ପାଇବେ ।

ମକର: ଆଜି ଦିନ ଏକ ସାଧାରଣ ଦିନ ହେବ। ପଇସା ଖେଳ ଓ ଷ୍ଟକ ବଜାରରେ ଅର୍ଥ ଲଗାଉ ଥିବା ଲୋକମାନେ ସତର୍କ ରୁହନ୍ତୁ । ଛାତ୍ରମାନେ ବହୁକଷ୍ଟ କରି ସଫଳ ହେବେ। ଘରେ ଜଟିଳ ପରିସ୍ଥିତି ସତୃତା ନଊପୁଯାଇବା ପାଇଁ ଚୁପ ରୁହନ୍ତୁ ଏବଂ ମୁଣ୍ଡ ଥଣ୍ଡା ରଖନ୍ତୁ। ଆଜି ସ୍ୱାସ୍ଥ୍ୟ ଭଲ ରହିବ ନାହିଁ, ସ୍ୱାସ୍ଥ୍ୟ କର ଖାଦ୍ୟ ଖାଆନ୍ତୁ। ଆଖି ଜନୀତ ରୋଗ ଯଥା, ଆଖି ଧରିବା ଓ ପୋଡିବା ଭୋଗିବେ। ଧ୍ୟାନ ଓ ଯୋଗ ବଳରେ ସେଥିରୁ ନୀବୃତ ରୁହ। ନିଜକୁ ବ୍ୟସ୍ତ ରଖିବା ମଧ୍ୟ ଭଲ ହେବ।

କୁମ୍ଭ: ଆଜି ଗ୍ରହନକ୍ଷତ୍ର ମାନେ ସହାୟ ହେବେ। ଜାତକରେ ଅର୍ଥ ଲାଭ ଅଛି। ଦେହ ଓ ମନ ଦୃଷ୍ଟିରୁ ନକ୍ଷତ୍ରମାନେ ତୁମକୁ ଖୁସି ରଖିବେ। ପ୍ରିୟ ନକ୍ଷତ୍ରମାନଙ୍କ ବଳରେ ଗୋଟିଏ ସୁନ୍ଦର ପରିଭ୍ରମଣର ଆୟୋଜନ କରନ୍ତୁ । ଧାର୍ମିକ ଦିଗରେ ତୁମର ଇଛା ଶକ୍ତି ବୃଦ୍ଧି ତୁମର ଅସୁବିଧା ଦୁର କରିବ। ତୁମେ ମଧ୍ୟ ବୈବାହିକ ଜୀବନରେ ଶାନ୍ତି ପାଇବ କାରଣ ସ୍ତ୍ରୀଙ୍କ ସହ ଅନ୍ତରଙ୍ଗତା ବଢିବ ।

ମୀନ: ଆଜି ଦିନସାରା ସତର୍କ ରୁହନ୍ତୁ। ଲକ୍ଷ୍ୟଚ୍ୟୁତି ତୁମର ଆନନ୍ଦକୁ ବଧା ଦେବ, ଧ୍ୟାନ ଓ ଯୋଗ କରନ୍ତୁ। ଖର୍ଚ୍ଚ ମଧ୍ୟ ବଢିପାରେ। ଧାର୍ମିକ କାମରେ ଅନେକ ଖର୍ଚ୍ଚ କରିବେ। ପ୍ରିୟଜନ ଓ ବନ୍ଧୁଙ୍କ ସହ ଝଗଡା ତୁମ ମଧ୍ୟରେ ପାଚେରି ଠିଆ କରିଦେବ। ତୁମ ଗର୍ବ ଓ ଦମ୍ଭ କୁ କାବୁରେ ରଖି ଏହାଠୁ ଦୁରରେ ରୁହନ୍ତୁ । ଲଜ୍ୟା କରନ୍ତୁ ନାହିଁ, ହାତରେ ଥିବା ପକ୍ଷିକୁ ଉଡେଇ ଦିଅନାହିଁ। କଚେରି କାମକୁ ସାବଧାନତାର ସହ କରନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.