ETV Bharat / bharat

ପାଲାନି ମନ୍ଦିରରେ ପୁଣି ଲାଗିଲା "କେବଳ ହିନ୍ଦୁମାନଙ୍କୁ ଅନୁମତି" ପୋଷ୍ଟର

author img

By ETV Bharat Odisha Team

Published : Aug 27, 2023, 8:43 PM IST

ହିନ୍ଦୁମାନଙ୍କ ବ୍ୟତୀତ ଅନ୍ୟ କୌଣସି ଧର୍ମର ଲୋକମାନଙ୍କୁ ମନ୍ଦିର ଭିତରକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ ।ପାଦଦେଶରେ ଥିବା ଦଣ୍ଡାୟୁଥାପାନୀ ମନ୍ଦିରରେ ଏଭଳି ନିୟମ କରାଯାଇଛି। ଅଧିକ ପଢ଼ନ୍ତୁ

ପାଲାନି ମନ୍ଦିର
ପାଲାନି ମନ୍ଦିର

ଚେନ୍ନାଇ: ଅଣ-ହିନ୍ଦୁମାନଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବା ମନା । ତାମିଲନାଡ଼ୁର ପାଲାନି ପର୍ବତ ପାଦଦେଶରେ ଥିବା ଦଣ୍ଡାୟୁଥାପାନୀ ମନ୍ଦିରରେ ଏଭଳି ନିୟମ କରାଯାଇଛି । ତେବେ ଏହି ମନ୍ଦିରକୁ ପ୍ରତି ଦିନ ଶହଶହ ଶ୍ରଦ୍ଧାଳୁ ପୂଜା କରିବାକୁ ଆସୁଥିବା ବେଳେ ପର୍ବପର୍ବାଣୀ ସମୟରେ ଲକ୍ଷ ଲକ୍ଷ ଭକ୍ତମାନଙ୍କର ଆଗମନ ହୋଇଥାଏ । କିନ୍ତୁ ଏଠାରେ ହିନ୍ଦୁମାନଙ୍କ ବ୍ୟତୀତ ଅନ୍ୟ କୌଣସି ଧର୍ମର ଲୋକମାନଙ୍କୁ ମନ୍ଦିର ଭିତରକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଏକ ବ୍ୟାନର ଲଗାଯାଇଛି, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି ।

ହିନ୍ଦୁ ଧାର୍ମିକ ଅନୁଦାନ ବିଭାଗ ନିୟମ ଅନୁଯାୟୀ, ଅଣ-ହିନ୍ଦୁମାନେ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ତେବେ ହିନ୍ଦୁ ଧାର୍ମିକ ଚାରିଟି ବିଭାଗ ଅଧିନରେ ଆସୁଥିବା ସମସ୍ତ ମନ୍ଦିରରେ ଏହି ନିୟମ ପାଳନ କରାଯିବ । ଏଥିପାଇଁ ମନ୍ଦିରର ପାଦଦେଶରେ ଥିବା ବୈଦ୍ୟୁତିକ ଟ୍ରାକ୍ସନ ରେଳ ଷ୍ଟେସନରେ ବହୁବର୍ଷ ଧରି ମନ୍ଦିର ପ୍ରଶାସନ ତରଫରୁ କେବଳ ହିନ୍ଦୁମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ଏକ ବ୍ୟାନର ଲଗାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ ପୋଲିସର ପାତରଅନ୍ତର ନୀତି, ଦର୍ଶନ ନକରି ଫେରିଗଲେ ଭକ୍ତ

ତେବେ ଗତ ମାସରେ ମନ୍ଦିରର କୁମ୍ବାଭିଷେଖ କାମ ଚାଲିଥିବା ବେଳେ ବ୍ୟାନରଟି କଢାଯାଇଥିଲା । ଏହି ସମୟରେ ଏକ ମୁସଲମାନ ପରିବାର ବୈଦ୍ୟୁତିକ ଟ୍ରାକ୍ସନ ରେଳ ଷ୍ଟେସନରେ ଟିକେଟ କରି ମନ୍ଦିର ପରିସର ଭିତରକୁ ଯାଇଥିଲେ । ତେବେ ସେମାନେ ମୁସ୍‌ଲିମ୍‌ ପୋଷାକ ପରିଧାନ କରିଥିବାରୁ ସେମାନଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇନଥିଲା । ଏହାସହ ସେମାନଙ୍କ ଟିକେଟ୍‌ ଫେରାଇବା ପାଇଁ ମନ୍ଦିର କର୍ତ୍ତୃପକ୍ଷ ଦାବି କରିଥିଲେ । ଏହାକୁ ନେଇ ବିବାଦୀୟ ପରିବେଶ ସୃଷ୍ଟି ହୋଇଥିଲା । ଘଟଣା ବିଷୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ହିନ୍ଦୁ ସଂଗଠନ ପକ୍ଷରୁ ଓ୍ବିଞ୍ଚ୍‌ ଷ୍ଟେସନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏହା ମଧ୍ୟ ପଢ଼ନ୍ତୁ...Urus Celebration: 200ବର୍ଷ ଧରି ମୁସଲମାନଙ୍କ ପର୍ବ ପାଳୁଛନ୍ତି ହିନ୍ଦୁ ଧର୍ମାବଲମ୍ବୀ, ଗାଁରେ ଜଣେ ବି ନାହାନ୍ତି ଇସଲାମ ଧର୍ମୀ

ତେବେ ଏଭଳି ପରିସ୍ଥିତିରେ, ପାଲାନିର ସେନ୍ଥିଲକୁମାର ଏନେଇ ମାଡ୍ରାସ ହାଇକୋର୍ଟରେ ଏକ ମାମଲା ଦାଖଲ କରିଥିଲେ । ହିନ୍ଦୁ ଧାର୍ମିକ ଅନୁଦାନ ନିୟମ ଅନୁଯାୟୀ, ବ୍ୟାନର କାହିଁକି ହଟାଗଲା ଏକାକୁ ନେଇ ଜଜ୍‌ ଶୁଣାଣି କରିଥିଲେ । ଏହାସହ ପୁଣିଥରେ ଏହି ନାମ ଫଳକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଅଗଷ୍ଟ 28କୁ ସ୍ଥଗିତ ରଖିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ପାଦଦେଶରେ ଥିବା ବୈଦ୍ୟୁତିକ ଟ୍ରାକ୍ସନ ରେଳ ଷ୍ଟେସନଠାରେ କେବଳ ହିନ୍ଦୁ ମାନେ ପ୍ରବେଶ କରିପାରିବା ନେଇ ପୁଣି ଥରେ ଏକ ବୋର୍ଡ ଲଗାଯାଇଥିବାରୁ ଏହାକୁ ନେଇ ପୁଣି ଉତ୍ତେଜନା ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.