ETV Bharat / bharat

300 ବର୍ଷର ପ୍ରାଚୀନ ମସଜିଦର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ହିନ୍ଦୁ

author img

By

Published : Jun 16, 2022, 12:29 PM IST

ମୋଗଲ ସାମ୍ରାଜ୍ୟ ଇତିହାସ ସହ ଜଡିତ ୩୦୦ ବର୍ଷ ପ୍ରାଚୀନ ମସଜିଦର ସୁରକ୍ଷା ପାଇଁ ଆଗେଇ ଆସିଲେ ହିନ୍ଦୁ । ଅଧିକ ପଢନ୍ତୁ

ପ୍ରାଚୀନ ମସଜିଦର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ହିନ୍ଦୁ
ପ୍ରାଚୀନ ମସଜିଦର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ହିନ୍ଦୁ

ଲକ୍ଷ୍ନୌ: ଧର୍ମନିରପେକ୍ଷ ରାଷ୍ଟ୍ର ଭାରତ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏଠାରେ ସମସ୍ତେ ସମାନ । କିନ୍ତୁ କିଛି ଦିନ ହେଲା ବିଭିନ୍ନ ରାଜ୍ୟରେ ଘଟୁଥିବା ସାମ୍ପ୍ରଦାୟିକ ହିଂସା ଭାରତର ଏହି ଗାରିମାରେ କାଳିମା ଲଗାଇଛି । ମନ୍ଦିର ଓ ମସଜିଦକୁ ନେଇ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଜାରି ରହିଛି ସଂଘର୍ଷ । ବିଭିନ୍ନ ସ୍ଥାନରେ ପୋଡାଜଳା ଲାଗି ରହିଥିବା ବେଳେ ଉତ୍ତରପ୍ରଦେଶ ଶାମଲିରୁ ଭାଇଚାରା ଏବଂ ସାମ୍ପ୍ରଦାୟିକ ସଦଭାବନାର ଏକ ଅନନ୍ୟ ନିଦର୍ଶନ ସାମ୍ନାକୁ ଆସିଛି ।

ପ୍ରାଚୀନ ମସଜିଦର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ହିନ୍ଦୁ
ପ୍ରାଚୀନ ମସଜିଦର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ହିନ୍ଦୁ
ଏଠାରେ ମୁସଲିମ ସମ୍ପ୍ରଦାୟ ବିହୀନ ଗୌସଗଡ ଗାଁରେ ମୋଗଲ ସାମ୍ରାଜ୍ୟ ସହ ଜଡିତ ୩୦୦ ବର୍ଷ ପୁରୁଣା ମସଜିଦ ରହିଛି । ଯାହାର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଅଣ୍ଟା ଭିଡିଛନ୍ତି ହିନ୍ଦୁ ସମ୍ପ୍ରଦାୟ । ଶାମଲିର ଏହି ଗାଁରେ ଗୋଟିଏ ବି ମୁସଲମାନ ପରିବାର ନାହିଁ । ଫଳରେ ରକ୍ଷଣାବେକ୍ଷଣ ଅଭାବରୁ ମସଜିଦ୍‌ଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ୧୭୬୦ରୁ ୧୮୦୫ ମସିହା ମଧ୍ୟରେ ଗୌସଗଡ ଏକ ସମୃଦ୍ଧ ସାମ୍ରାଜ୍ୟର ଅଂଶ ଥିଲା । ହେଲେ ୩୦୦ ବର୍ଷ ପରେ ଏଠାରେ କେବଳ ପରିତ୍ୟକ୍ତ ମସଜିଦ ସହ ମୋଗଲ ବଂଶର କିଛି ଚିହ୍ନ ରହିଛି ।

ଗାଁରେ କୌଣସି ମୁସଲିମ ନ ରହୁଥିବାରୁ ୧୯୪୦ ମସିହା ପରଠୁ ଏହି ମସଜିଦରେ ଅଜାନ, ନମାଜ ପାଠ ହୋଇନାହିଁ । ବର୍ତ୍ତମାନ ଗାଁର ହିନ୍ଦୁ ପରିବାର ଏହି ଜରାଜୀର୍ଣ୍ଣ ମସଜିଦରେ ଜୀବନ ଭରିବାକୁ ପଦକ୍ଷେପ ନେଇଛନ୍ତି । ଗାଁର ସାମାଜିକ କର୍ମୀ ଚୌଧୁରୀ ନୀରଜଙ୍କ ତତ୍ତ୍ବବଧାନରେ ମସଜିଦକୁ ଏକ ଧାର୍ମିକ ପର୍ଯ୍ୟଟନ ସ୍ଥଳ ରୂପେ ରୂପାନ୍ତରିତ କରିବା ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ମସଜିଦ ପରିସରରେ ଥିବା ଜବରଦଖଲ ହଟାଇବାକୁ ଗାଁ ଲୋକେ ସହମତି ହୋଇଛନ୍ତି ।

ମସଜିଦ ସହ ଏହି ଗୌରବମୟ ଇତିହାସ ଯୋଡି ହୋଇରହିଛି । ତେଣୁ ଏହାର ସଂରକ୍ଷଣର ଆବଶ୍ୟକତା ରହିଥିବା ଗ୍ରାମ ପଞ୍ଚାୟତ ମଧ୍ୟ କହିଛି । ବର୍ତ୍ତମାନ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ମୁସଲମାନ ସମ୍ପ୍ରଦାୟ ଏହି ମସଜିଦ ଦେଖିବାକୁ ଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.