ETV Bharat / bharat

ହିଜାବ କାରଣରୁ ମୁସଲିମ କଲେଜ ଅଧ୍ୟକ୍ଷାଙ୍କ ଇସ୍ତଫା !

author img

By

Published : Mar 26, 2022, 9:36 PM IST

ମହାରାଷ୍ଟ୍ରର ବିରାର ଅଞ୍ଚଳରେ ଅଚାନକ ଇସ୍ତଫା ଦେଲେ ଜଣେ ମୁସଲିମ କଲେଜ ଅଧ୍ୟକ୍ଷା । ହିଜାବ କାରଣରୁ ଇସ୍ତଫା ସନ୍ଦେହ । ଇସ୍ତଫାପତ୍ରରେ ନାହିଁ ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଉଲ୍ଲେଖ । ଅଧିକ ପଢନ୍ତୁ

ହିଜାବ କାରଣରୁ ମୁସଲିମ କଲେଜ ଅଧ୍ୟକ୍ଷାଙ୍କ ଇସ୍ତଫା !
ହିଜାବ କାରଣରୁ ମୁସଲିମ କଲେଜ ଅଧ୍ୟକ୍ଷାଙ୍କ ଇସ୍ତଫା !

ମୁମ୍ବାଇ: ହିଜାବ କାରଣରୁ ଇସ୍ତଫା ଦେଲେ ମୁସଲିମ କଲେଜ ଅଧ୍ୟକ୍ଷା !। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ହିରାବର ଏକ ସ୍ଥାନୀୟ କଲେଜରେ । ସ୍ଥାନୀୟ ଭିଭା କଲେଜର ଆଇନ ବିଭାଗର ପ୍ରିନ୍ସିପାଲ ଭାବରେ କାର୍ଯ୍ୟ କରୁଥିବା ମୁସଲିମ ମହିଳା ବାତୁଲ ହମିଦ ନିଜ ଦାୟିତ୍ବରୁ ଅଚାନକ ଇସ୍ତଫା ଦେଇଛନ୍ତି ।

ହିଜାବ କାରଣରୁ ମୁସଲିମ କଲେଜ ଅଧ୍ୟକ୍ଷାଙ୍କ ଇସ୍ତଫା !
ହିଜାବ କାରଣରୁ ମୁସଲିମ କଲେଜ ଅଧ୍ୟକ୍ଷାଙ୍କ ଇସ୍ତଫା !

ମିଳିଥିବା ସୂଚନା ଅନୁସାରେ ହମିଦ, ୨୦୧୯ରୁ ଉକ୍ତ କଲେଜର ଅଧ୍ୟକ୍ଷା ଭାବେ ଦ୍ବାୟିତ୍ବରେ ରହିଆସିଥିଲେ । ତେବେ ସେ ଆଜି ମେଲ ଜରିଆରେ ନିଜ ଇସ୍ତଫାପତ୍ର କଲେଜ ପରିଚାଳନା କମିଟିକୁ ପଠାଇ ଦେଇଛନ୍ତି । ଗତ କିଛି ଦିନ ଧରି ସେ ନିଜ ଚାରିପାଖର ଅବସ୍ଥାରେ ସୁରକ୍ଷିତ ମନେ କରୁନଥିବା ଯୋଗୁଁ ଇସ୍ତଫା ଦେଉଥିବା ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ହମିଦ ।

ଅନ୍ୟପଟେ ହିଜାବ ନେଇ ଏପରି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । କିନ୍ତୁ ଇସ୍ତଫା ପତ୍ରରେ କାରଣ ସମ୍ପର୍କରେ ସେ ପ୍ରତ୍ୟେକ୍ଷ ଭାବେ ହିଜାବ କିମ୍ବା ସେହି ସମ୍ପର୍କିତ କୌଣସି ଘଟଣାକୁ ଦାୟୀ କରିନଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଜଣେ ମୁସଲିମ କଲେଜ ଅଧ୍ୟକ୍ଷାଙ୍କ ଅଚାନକ ଇସ୍ତଫାକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି । ପ୍ରତିକ୍ରିୟା ପାଇଁ ସମ୍ପୃକ୍ତ ମହିଳାଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ଆଗ୍ରହ ପ୍ରକାଶ କରିନଥିବା ବେଳେ ଘଟଣା ତାହା ନୁହେଁ ବୋଲି କହିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.