ETV Bharat / bharat

Year Ender 2022: ED ରାଡାରକୁ ଆସିଥିଲେ ହାଇପ୍ରୋଫାଇଲ, କେତେ ହୋଇଥିଲେ ଜେରା କେତେ ଯାଇଥିଲେ ଜେଲ୍‌

author img

By

Published : Dec 29, 2022, 9:51 PM IST

୨୦୨୨ରେ ଇଡି ରାଡାରକୁ ଆସିଥିଲେ ଅନେକ ହାଇପ୍ରୋଫାଇଲ ନେତା ତଥା ବ୍ୟବସାୟୀ । ଥରକୁ ଥରକୁ ଏମାନେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିଲେ । ଅର୍ଥ ହେରଫେର ନେଇ ପ୍ରମାଣ ପାଇବା ପରେ ଅନେକ ନେତାଙ୍କୁ ଜେଲ୍‌କୁ ପଠାଇଥିଲା ଇଡି । ଯାହାଫଳରେ ୨୦୨୨ରେ ଇଡି ନାଁ ଶୁଣିଲେ ଅର୍ଥ ହେରଫେର କରିଥିବା ନେତା ଓ ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଉଥିଲା, ପଢ଼ନ୍ତୁ ପୁରା ରିପୋର୍ଟ

high profile ED cases in 2022
ଇଡି ରାଡାରକୁ ଆସିଥିଲେ ହାଇପ୍ରୋଫାଇଲ

ହାଇଦ୍ରାବାଦ: ଶେଷ ହେବ ବର୍ଷ 2022 । ନୂଆ ଆରମ୍ଭ ଓ ନୂଆ ଉନ୍ମାଦନା ନେଇ ଆରମ୍ଭ ହେବ ନୂଆ ବର୍ଷ । କିନ୍ତୁ ବର୍ଷ 2022ରେ ବିଭିନ୍ନ ମାମଲାରେ ତଦନ୍ତ ଓ ତଦନ୍ତକାରୀ ସଂସ୍ଥାର ଗଭୀର ପ୍ରଭାବ ରହିଥିଲା । ଏଥିରେ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କଠାରୁ ଆରମ୍ଭ କରି ପଶ୍ଚମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟର୍ଜୀ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ତଦନ୍ତ ଘେରକୁ ଟାଣିଥିଲା ଏହି ତଦନ୍ତକାରୀ ସଂସ୍ଥା। ଥରେ ନଜର ପକାନ୍ତୁ ଚଳିତ ବର୍ଷ କେଉଁମାନେ ଇଡି ରାଡାରକୁ ଆସି ଘାଣ୍ଟି ହୋଇଥିଲେ...

ନ୍ୟାସନାଲ ହେରାଲ୍ଡ ମାମଲା-ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ
ନ୍ୟାସନାଲ ହେରାଲ୍ଡ ମାମଲା-ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ

ନ୍ୟାସନାଲ ହେରାଲ୍ଡ ମାମଲା-ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ

ନ୍ୟାସନାଲ ହେରାଲ୍ଡ ମାମଲାରେ କୋଟିକୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ଜାତୀୟ କଂଗ୍ରେସର ଦୁଇ ପୂର୍ବତନ ଅଧ୍ୟକ୍ଷଙ୍କ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ସମନ କରିଥିଲା ଇଡି । 2013 ମସିହାରେ ଏହି ମାମଲା ଆରମ୍ଭ ହୋଇଥିଲା। 2022ରେ ଏହି କେସକୁ ରିଓପନ କରିଥିଲା ଇଡି । ଗତ ଅଗଷ୍ଟ ମାସ 2 ଦୁଇ ତାରିଖରେ ଏହି ମାମଲାକୁ ନେଇ ମୋଟ 12ଟି ସ୍ଥାନରେ ଚଢ଼ାଉ କରିଥିଲା ଇଡି । ନ୍ୟାସନାଲ ହେରାଲ୍ଡ ମାମଲାରେ ଅର୍ଥ ହେରଫେର ହୋଇଥିବା ନେଇ ପୂର୍ବତନ ବିଜେପି ସାଂସଦ ସୁବ୍ରମଣିୟମ ସ୍ବାମୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଚଳିତ ବର୍ଷ ସମନ ପରେ ଏକାଧିକ ଥର ଉଭୟ ଇଡି ଅଫିସରେ ହାଜର ହୋଇଥିଲେ। ଏହାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ନିନ୍ଦା କରାଯାଇଥିଲା ସାରା ଦେଶ ଇଡି ଅଫିସ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

ବାଲି ଚାଲାଣ ମାମଲା- ଭୁପିନ୍ଦର ସିଂହ ହନି
ବାଲି ଚାଲାଣ ମାମଲା- ଭୁପିନ୍ଦର ସିଂହ ହନି

ବାଲି ଚାଲାଣ ମାମଲା- ଭୁପିନ୍ଦର ସିଂହ ହନି

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀଙ୍କ ଭଣଜା ହେଉଛନ୍ତି ଭୁପିନ୍ଦର ସିଂହ ହନି । ତାଙ୍କ ବିରୋଧରେ ବେଆଇନ ଭାବରେ ବାଲି ଚାଲାଣ କରୁଥିବା ନେଇ ମାମଲା ରୁଜୁ ହୋଇଥିଲା। ଗତ ଫେବ୍ରୁଆରୀ 3 ତାରିଖରେ ଭୁପିନ୍ଦର ହନିଙ୍କ 10 କୋଟି 21 ଲକ୍ଷ ଟଙ୍କାର ସମ୍ପତ୍ତିକୁ ଜବତ କରିଥିଲା ଇଡି। ଏହି ମାମଲାରେ ଚରଣଜିତ ସିଂହ ଚନ୍ନୀଙ୍କୁ ମଧ୍ୟ ପଚରାଉଚରା କରିଥିଲା ଇଡି। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନାମ ଜଡ଼ିତ ଥିବାରୁ ଏହି ମାମଲା ସେହି ସମୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ରହିଥିଲା।

ଝାଡ଼ଖଣ୍ଡ ମନରେଗା(MGNREGA) ଦୁର୍ନୀତି- IAS ପୂଜା ସିଂଘଲ
ଝାଡ଼ଖଣ୍ଡ ମନରେଗା(MGNREGA) ଦୁର୍ନୀତି- IAS ପୂଜା ସିଂଘଲ

ଝାଡ଼ଖଣ୍ଡ ମନରେଗା(MGNREGA) ଦୁର୍ନୀତି- IAS ପୂଜା ସିଂଘଲ

ଝାଡ଼ଖଣ୍ଡ କ୍ୟାଡରର ଏହି ଆଇଏଏସ ଅଧିକାରୀ ମନରେଗା ଯୋଜନାରେ ଅର୍ଥ ହେରଫେର ମାମଲାରେ ଫସିଥିଲେ । ଇଡି ଏହି ମାମଲା ରୁଜୁ କରି ତଦନ୍ତ କରିଥିଲା । ଚଢାଉ ବେଳେ ଆଇଏଏସ ଅଧିକାରୀଙ୍କ ଘରୁ 20 କୋଟି ନଗଦ ଟଙ୍କା ଜବତ ହୋଇଥିଲା । ଖାଲି ସେତିକ ନୁହେଁ ଏହି ଦୁର୍ନୀତି ମାମଲାରେ ତାଙ୍କ ସ୍ବାମୀ ଅଭିଶେକ ଝାଙ୍କ ପଲସ ହସ୍ପିଟାଲରେ ତାଲା ପକାଇଥିଲା ଇଡି। ଏହାପରେ ପୂଜା ସିଂଘଲଙ୍କ ସହ ତାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ ହୋଇଥିଲେ। ହେମନ୍ତ ସୋରେନଙ୍କ ଶାସନ କଳରେ ଖଣି ବିଭାଗର ସଚିବ ଥିଲେ ପୂଜା ସିଂଘଲ । ଖାଲି ସେତିକି ନୁହେଁ ସେ ଝାଡ଼ଖଣ୍ଡ ଖଣି ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବରେ ମଧ୍ୟ ରହିଥିଲେ । ଝାଡ଼଼ଖଣ୍ଡର ଚତ୍ରା ଓ ଖୁଣ୍ଟି ଜିଲ୍ଲାରେ ମନରେଗା ଯୋଜନାରେ ଆଇଏସ ପୂଜା ସିଂଘଲ ଅର୍ଥ ହଡ଼ପ କରିଥିବା ଇଡି ତଦନ୍ତରୁ ଜଣା ପଡ଼ିଥିଲା।

ପଶ୍ଚିମବଙ୍ଗ  SSC ନିଯୁକ୍ତି ଘୋଟାଲା-ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ
ପଶ୍ଚିମବଙ୍ଗ SSC ନିଯୁକ୍ତି ଘୋଟାଲା-ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ

ପଶ୍ଚିମବଙ୍ଗ SSC ନିଯୁକ୍ତି ଘୋଟାଲା-ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ

ଚଳିତ ବର୍ଷ ଜୁଲାଇ ମାସରେ ପଶ୍ଚିମବଙ୍ଗର ମମତା ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ଇଡି ରାଡାରକୁ ଆସି ଘାଣ୍ଟି ହୋଇଛନ୍ତି । ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ବଙ୍ଗଳା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ଇଡି ଗିରଫ କରିଥିଲା । ପଶ୍ଚିମବଙ୍ଗ SSC ନିଯୁକ୍ତି ଦୁର୍ନୀତି ମାମଲାରେ ଛାନଭିନ କରି ଇଡି ଦକ୍ଷିଣ ପୂର୍ବ କୋଲକାତା, ବେଲଘରିଆରେ ଥିବା ଅର୍ପିତା ମୁଖାର୍ଜୀଙ୍କ ବାସଭବନରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଅର୍ପିତା ମୁଖାର୍ଜୀଙ୍କ ପାଖରୁ 21 କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଥିଲା ଇଡି । ଖାଲି ସେତିକି ନୁହେଁ କୋଟିଏରୁ ଅଧିକ ମୂଲ୍ୟର ଗହଣା ମଧ୍ୟ ଜବତ କରାଯାଇଥିଲା । ସେହି ସମୟରେ ପଶ୍ଚିମବଙ୍ଗର ଶିକ୍ଷାମନ୍ତ୍ରୀ ପଦରେ ଥିଲେ ପାର୍ଥ ଚାଟାର୍ଜୀ । ପଶ୍ଚିମବଙ୍ଗ SSC ନିଯୁକ୍ତି ଘୋଟାଲାରେ ତାଙ୍କର ସମ୍ପୃକ୍ତି ନେଇ ତାଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରିଥିଲା ଇଡି । ଏହାପରେ ପାର୍ଥ ଚାଟାର୍ଜୀଙ୍କୁ ଗିରଫ ବି କରାଯାଇଛି । ଏହି ମାମଲା ପରେ ତୃଣମୂଳ କଂଗ୍ରେସରୁ ବିଦା ହୋଇଥିଲେ ପାର୍ଥ ଚାଟାର୍ଜୀ, ତା ସହିତ ତାଙ୍କୁ ମନ୍ତ୍ରୀ ପଦରୁ ମଧ୍ୟ ବହିଷ୍କାର କରାଯାଇଥିଲା । ସେପଟେ ଜବତ ହୋଇଥିବା ଟଙ୍କା ମୋର ନୁହେଁ ବୋଲି କହି ଆସିଛନ୍ତି ପାର୍ଥ ଚାଟାର୍ଜୀ। ମାମଲାର ତଦନ୍ତ ଜାରି ରଖିଛି ଇଡି।

ଆୟ ବହିର୍ଭୁତ ସମ୍ପତ୍ତି- ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର ଜୈନ
ଆୟ ବହିର୍ଭୁତ ସମ୍ପତ୍ତି- ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର ଜୈନ

ଆୟ ବହିର୍ଭୁତ ସମ୍ପତ୍ତି- ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର ଜୈନ

ଚଳିତ ବର୍ଷ ମେ ମାସରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର ଜୈନଙ୍କୁ ଗିରଫ କରିଥିଲା ଇଡି। ପ୍ରଥମେ ସିବିଆଇ ମନ୍ତ୍ରୀଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ନେଇ 2017 ଅଗଷ୍ଟ 24 ତାରିଖରେ ମାମଲା ରୁଜୁ କରିଥିଲା। ଏହି ମାମଲାରୁ ରିଓପନ କରି ଇଡି ତଦନ୍ତ ହାତକୁ ନେଇଥିଲା । ଏହାପରେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଖରେ ଥିବା ସମ୍ପତ୍ତିର ହିସାବ ଦେବାରେ ସେ ଫେଲ ମାରିଥିଲେ । ଖାଲି ସେତିକି ନୁହେଁ, ତାଙ୍କ ନିକଟରୁ ଅନେକ ସନ୍ଦେହଜନକ ଡିଜିଟାଲ ରେକର୍ଡ ମଧ୍ୟ ଜବତ ହୋଇଥିଲା। ତାଙ୍କ ବାସଭବନରେ ଚଢ଼ାଉ ବେଳେ ମୋଟ 2 କୋଟି ଟଙ୍କା ଓ 1.8 କେଜି ସୁନା ଜବତ ହୋଇଥିଲା । ଏହାକୁ ନେଇ ସତ୍ୟେନ୍ଦର ଜୈନଙ୍କ ପତ୍ନୀଙ୍କୁ ପଚରାଉଚରା କରିଥିଲା ଇଡି । ଏତଲାରେ ତାଙ୍କ ନାମ ମଧ୍ୟ ସାମିଲ ରହିଥିଲା । ବର୍ତ୍ତମାନ ତିହାରେ ଜେଲରେ ବନ୍ଦ ଅଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର ଜୈନ।

ଚୀନ ଭସା- କାର୍ତ୍ତି ଚିଦାମ୍ବରମ
ଚୀନ ଭସା- କାର୍ତ୍ତି ଚିଦାମ୍ବରମ

ଚୀନ ଭସା- କାର୍ତ୍ତି ଚିଦାମ୍ବରମ

ଏକ ଅର୍ଥ ହେରଫେର ମାମଲାରେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଗିରଫ କରିଥିଲା ଇଡି । ମୁମ୍ବାଇସ୍ଥିତ ଏକ କମ୍ପାନୀ ସହାୟତା କିଛି ଚୀନ ନାଗରିକଙ୍କୁ ବେଆଇନ ତରିକା ଭିସା ପ୍ରଦାନ କରାଯାଇଥିଲା। ଏଥିରେ କିଛି ସରକାରୀ ଅଧିକାରୀ ମଧ୍ୟ ସାମିଲ ରହିଥିଲେ। ଏହାର ଲିଙ୍କ୍ ପାଇବା ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ଚୀନ ନାଗରିକଙ୍କୁ ଭିସା ଦେବା ପାଇଁ କାର୍ତ୍ତି ବେଦାନ୍ତ ଗ୍ରୁପଠାରୁ 50 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଯାହାଦ୍ବାରା 300 ଚୀନ ନାଗରିକଙ୍କୁ ଭିସା ପ୍ରଦାନ କରାଯାଇଥିଲା। ଏମାନେ ବେଦାନ୍ତ ସବସିଡାଏରୀ କମ୍ପାନୀର ଏକ ପାୱାର ପ୍ରୋଜେକ୍ଟରେ କାମ କରୁଥିଲେ । ଏହି ଅର୍ଥ ନେଣଦେଣ ମାମଲାରେ ପି ଚିଦାମ୍ବରମଙ୍କୁ ମଧ୍ୟ ପଚରାଉଚରା କରିଥିଲା ଇଡି ।

ପାତ୍ର ଚାଲ ଜମି ଦୁର୍ନୀତି- ଶିବସେନା ସାଂସଦ ସଞ୍ଜୟ ରାଉତ
ପାତ୍ର ଚାଲ ଜମି ଦୁର୍ନୀତି- ଶିବସେନା ସାଂସଦ ସଞ୍ଜୟ ରାଉତ

ପାତ୍ର ଚାଲ ଜମି ଦୁର୍ନୀତି- ଶିବସେନା ସାଂସଦ ସଞ୍ଜୟ ରାଉତ

ପାତ୍ର ଚାଲ ଜମି ଦୁର୍ନୀତି ମାମଲାରେ ପ୍ରଥମେ ସାଂସଦ ସଞ୍ଜୟ ରାଉତଙ୍କ ନାମ ଆସିବା ପରେ ତାଙ୍କୁ ପଚରାଉଚରା କରିଥିଲା ଇଡି। ଏହାପରେ ଚଳିତ ବର୍ଷ ଅଗଷ୍ଟ ମାସରେ ତାଙ୍କୁ ଗିରଫ କରିଥିଲା। ପ୍ରାୟ 672 ଜଣଙ୍କୁ ଫ୍ଲାଟ ଯୋଗାଇ ଦେବାକୁ ପିଏମସି କୋପରେଟିଭ ବ୍ୟାଙ୍କରୁ ଋଣ ଆକାର 6700 ଟଙ୍କା ନେଇଥିଲା HDIL କମ୍ପାନୀ ତେବେ 2700 କୋଟି ଟଙ୍କା ହେରଫେର ହେବାରୁ ବ୍ୟାଙ୍କ ବୁଡ଼ି ଯାଇଥିଲା। ଏହି ଅର୍ଥକୁ କମ୍ପାନୀ ସହ ମିଶି ସଞ୍ଜୟ ରାଉତ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଏହି ଟଙ୍କାରୁ 100 କୋଟି ସଞ୍ଜୟ ରାଉତଙ୍କ ଘନିଷ୍ଠଙ୍କୁ ବଣ୍ଟନ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ଚଢାଉ ବେଳେ ସଞ୍ଜୟ ରାଉତଙ୍କ ଘରୁ କେବଳ 11ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହାସହ ଅଲିବାଗରେ 10 ପ୍ଲଟ ବାବଦକୁ 3 କୋଟି ଟଙ୍କା ଖର୍ଚ୍ଚ କରିଥିବା ତଥ୍ୟ ସାମ୍ନାକୁ ଆସିଥିଲା । ଏହାପରେ ତାଙ୍କୁ ଇଡି ଗିରଫ କରିଥିଲା। ତେବେ ପରବର୍ତ୍ତୀ ସମୟରେ ସେ ଜାମିନ ପାଇଛନ୍ତି।

YES Bank-DHFL ଦୁର୍ନୀତି ମାମଲା
YES Bank-DHFL ଦୁର୍ନୀତି ମାମଲା

YES Bank-DHFL ଦୁର୍ନୀତି ମାମଲା

YES Bank-DHFL ବିରୁଦ୍ଧରେ ଇଡି ମୋଟ 415 କୋଟି ଟଙ୍କାର ଅର୍ଥ ହେରଫେର ମାମଲା ରୁଜ କରିଥିଲା ଇଡି। ଏଥିରେ ସଞ୍ଜୟ ଛାବ୍ରିଆଙ୍କ ନାମରେ 251 କୋଟି ଟଙ୍କା ଓ ଅବିନାଶ ଭୋସଲେଙ୍କ ନାମରେ 164 କୋଟି ଟଙ୍କା ଅର୍ଥ ହେରଫେର କରିଥିବା ଇଡି ଏଫଆଇଆରରେ ଦର୍ଶାଇଥିଲା। ଏହି ଦୁଇଜଣ ମୁମ୍ବାଇର ଜଣାଶୁଣା ବିଲଡର। ରାଡିଅସ ଗ୍ରୁପର ଇକ୍ୟୁଟି ସେୟାରରେ ଟଙ୍କା ବିନିଯୋଗ କରିଥିଲେ ସଞ୍ଜୟ ଛାବ୍ରିଆ। ଏହି କ୍ରମରେ ଅବିନାଶ ମଧ୍ୟ ନିଜ କମ୍ପାନୀ ଅବିନାଶ ଭୋସଲେ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡରେ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ମାମଲାରେ ଉଭୟଙ୍କ 1827 କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି ଇଡି ।

ଅର୍ଥ ହେରଫେର ମାମଲା-ନୱାବ ମଲିକ
ଅର୍ଥ ହେରଫେର ମାମଲା-ନୱାବ ମଲିକ

ଅର୍ଥ ହେରଫେର ମାମଲା-ନୱାବ ମଲିକ

ନୱାବ ମଲିକଙ୍କ ଗ୍ୟଙ୍ଗଷ୍ଟାର ଦାଉଦ ଇବ୍ରାହିମ ସହ ସମ୍ପର୍କ ଥିବା ନେଇ ପ୍ରଥମେ ଅଭିଯୋଗ ରହିଥିଲା । ତେବେ ଏହି ଅଭିଯୋଗର ଛାନଭିନ ବେଳେ ନୱାବ ମଲିକ ଅର୍ଥ ହେରଫେର କରଥିବା ନେଇ ଲିଙ୍କ ପାଇଥିଲା ଇଡି। ଏହାପରେ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା ଇଡି । ଡି କମ୍ପାନୀ ସହ ଲିଙ୍କ ରଖି ନୱାବ ମଲିକ ଅର୍ଥ ହେରଫେର କରିଥିବା ନେଇ ଇଡି ଚାର୍ଜସିଟ ଦାଖଲ କରିଥିଲା।

ଜମ୍ମୁ କାଶ୍ମୀର କ୍ରିକେଟ ସଂଘ ଦୁର୍ନୀତି- ଫାରୁକ ଅବଦୁଲ୍ଲା
ଜମ୍ମୁ କାଶ୍ମୀର କ୍ରିକେଟ ସଂଘ ଦୁର୍ନୀତି- ଫାରୁକ ଅବଦୁଲ୍ଲା

ଜମ୍ମୁ କାଶ୍ମୀର କ୍ରିକେଟ ସଂଘ ଦୁର୍ନୀତି- ଫାରୁକ ଅବଦୁଲ୍ଲା

ଜମ୍ମୁ କାଶ୍ମୀର କ୍ରିକେଟ ସଂଘ ଅର୍ଥ ହେରଫେର ମାମଲାରେ ଫାରୁକ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ବିରୁଦ୍ଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରିଥିଲା ଇଡି । କ୍ରିକେଟ ସଂଘର ଟଙ୍କା ବେଆଇନ ତରିକା ଅଜଣା ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟରୁ ଏହି ସବୁ ଟଙ୍କା ମଧ୍ୟ ଉଠାଯାଇଥିଲା। ମୋଟ 51.90 କୋଟି ଟଙ୍କା ଅର୍ଥ ହେରଫେର ମାମଲା ସାମ୍ନାକୁ ଆସିଥିବା ବେଳେ ଇଡି ବର୍ତ୍ତମାନ ସୁଦ୍ଧା କେବଳ 22 କୋଟି ଟଙ୍କା ଆଟାଚ କରି ପାରିଛି ।

ଦିଲ୍ଲୀ ମଦ ଦୋକାନ ଲାଇସେନ୍ସ ଆବଣ୍ଟନ ଦୁର୍ନୀତି- ମନୀଷ ସିସୋଦିଆ
ଦିଲ୍ଲୀ ମଦ ଦୋକାନ ଲାଇସେନ୍ସ ଆବଣ୍ଟନ ଦୁର୍ନୀତି- ମନୀଷ ସିସୋଦିଆ

ଦିଲ୍ଲୀ ମଦ ଦୋକାନ ଲାଇସେନ୍ସ ଆବଣ୍ଟନ ଦୁର୍ନୀତି- ମନୀଷ ସିସୋଦିଆ

ଦିଲ୍ଲୀ ମଦ ଦୋକାନ ଲାଇସେନ୍ସ ଆବଣ୍ଟନ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରିଥିଲା ଇଡି । ତେବେ ତାଙ୍କ ବାସଭବନରୁ କୌଣସି ଜିନିଷ ଜବତ କରି ପାରିନଥିଲା ଇଡି। ତେବେ ତଦନ୍ତ ବେଳେ ମନୀଷ ସିସୋଦିଆ ବିଗତ ଦିନରେ 11ଟି ମୋବାଇଲ ଫୋନ ବ୍ୟବହାର କରିଥିବା କଥା ପଦାକୁ ଆସିଥିଲା । ଏହି ମାମଲାରେ ମନୀଷ ସିସୋଦିଆଙ୍କ ପିଏଙ୍କୁ ଗିରଫ କରିଥିଲା ଇଡି। ଏହାପରେ ଅମିତ ଅରୋରା ନାମକ ବ୍ୟବସାୟୀଙ୍କୁ ମଧ୍ୟ କରିଥିଲା ଇଡି। ଇଡି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ହାଜର ହୋଇଥିଲେ ମନୀଷ ସିସୋଦିଆ।

ଅର୍ଥ ହେରଫେର ମାମଲା-ରାଣା ଆୟୁବ
ଅର୍ଥ ହେରଫେର ମାମଲା-ରାଣା ଆୟୁବ

ଅର୍ଥ ହେରଫେର ମାମଲା-ରାଣା ଆୟୁବ

ଜଣାଶୁଣା ଡେଲି ପେପର ୱାଶିଂଟନ ପୋଷ୍ଟର ସ୍ତମ୍ବକାର ରାଣା ଆୟୁବଙ୍କୁ ମଧ୍ୟ ଇଡି ଚଳିତ ବର୍ଷ ଘାଣ୍ଟିଥିଲା । ଏକ ବେସରକାରୀ ସଂସ୍ଥାଠାରୁ ୧୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ତାଙ୍କୁ ଇଡି ଜେରା କରିଥିଲା । ଏହି ମାମଲାର ଇଡି ମୋଟ 1.77 କୋଟି ଟଙ୍କା ଆଟାଚ କରିଛି। ପ୍ରଥମେ ରାଣା ଆୟୁବଙ୍କ ଭିସା ବରଖାସ୍ତ ହୋଇଥିଲା । ବେଆଇନ ତରିଆରେ ରାଣା ଆୟୁବ ଡୋନେସନ ଆଣିଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରୁ ଅନୁମତି ଆଣି ବିଦେଶ ଗସ୍ତ କରିଛନ୍ତି ରାଣା ଆୟୁବ।

ଗତ 8 ବର୍ଷ ମଧ୍ୟରେ ଇଡି ମୋଟ 3010ଟି ଚଢ଼ାଉ କରିଛି । ଯାହାଫଳରେ ମୋଟ 99356 କୋଟି ଟଙ୍କାର ଅର୍ଥ ହେରଫେର ମାମଲା ରୁଜୁ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା କେବଳ 888ଟି ଚାର୍ଜସିଟ ଦାଖଲ କରିବାରେ ସକ୍ଷମ ହୋଇଛି ଇଡି । ମୋଟ 28 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଇ ପାରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.