ETV Bharat / bharat

XE Covid variant: ଭବିଷ୍ୟତରେ ହୋଇପାରେ ଭୟଙ୍କର, ଭାରତରୁ ଜଣେ ସଂକ୍ରମିତ

author img

By

Published : Apr 7, 2022, 5:38 PM IST

କୋଭିଡ଼ ମହାମାରୀ ଏହି ନୂଆ ଭାରିଏଣ୍ଟ XE ଆଗକୁ ଭୟଙ୍କର ହୋଇପାରେ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଅଧିକ ପଢନ୍ତୁ

XE Covid variant: ଭବିଷ୍ୟତରେ ହୋଇପାରେ ଭୟଙ୍କର, ଭାରତରୁ ଜଣେ ସଂକ୍ରମିତ
XE Covid variant: ଭବିଷ୍ୟତରେ ହୋଇପାରେ ଭୟଙ୍କର, ଭାରତରୁ ଜଣେ ସଂକ୍ରମିତ

ହାଇଦ୍ରାବାଦ: ଚିହ୍ନଟ ହୋଇଛି କୋଭିଡ଼-୧୯ର ଆଉ ଏକ ନୂଆ ଷ୍ଟ୍ରେନ । ଯାହାର ନାମ ରଖାଯାଇଛି XE କୋଭିଡ଼ ଭାରିଏଣ୍ଟ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ଗତ ସପ୍ତାହରେ ଏହି ନୂଆ ଭାରିଏଣ୍ଟ ସମ୍ପର୍କରେ ସତର୍କ କରାଯାଇଛି । ଏହି ନୂଆ ଭାରିଏଣ୍ଟଟି ଓମିକ୍ରନ ଭାରିଏଣ୍ଟର BA.1 ଓ BA.2 ଭର୍ସନର ୨ ଥର ରୂପାନ୍ତରଣ ପରେ ଏହାର ସୃଷ୍ଟି ହୋଇଛି । ଏହା ଏବେ ସାରା ବିଶ୍ବରେ ବ୍ୟାପୁଥିବା ବେଳେ ପ୍ରଥମେ ଇଂଲଣ୍ଡରେ ଚିହ୍ନଟ ହୋଇଥିଲା ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଏହି ନୂଆ ଷ୍ଟ୍ରେନ ମଧ୍ୟ BA.2 ସବଭାରିଏଣ୍ଟ ପରି ସଂକ୍ରମିତ । ଏହି ନୂଆ ଭାରିଏଣ୍ଟ ଆଗାମୀ ଭବିଷ୍ୟତରେ ଅଧିକ କ୍ଷତିକାରକ ହୋଇପାରେ ବୋଲି ଡବ୍ଲୁଏଚଓ ଆଶଙ୍କା କରିଛି । ଏହି ନୂଆ ଭାରିଏଣ୍ଟ ଦ୍ବାରା ଜଣେ ବ୍ୟକ୍ତି ସଂକ୍ରମିତ ହେଲେ ଛିଙ୍କିବା, ନାକରୁ ପାଣି ବାହାରିବା ଓ ଗଳାରେ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଦେଉଛି । ରିପୋର୍ଟ ଅନୁସାରେ ଭାରତରେ ଜଣେ ମହିଳା କୋଭିଡ଼ର ଏହି ନୂଆ ଭାରିଏଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ତେବେ ସେ ଦକ୍ଷିଣ ଆଫ୍ରିକୀୟ ମହିଳା ହୋଇଥିବା ବେଳେ ମୁମ୍ବାଇରେ ବାସ କରନ୍ତି ।

ସେପଟେ ନ୍ୟାସନାଲ ହେଲ୍‌ଥ ସର୍ଭିସ(NHS) କହିଛି ଯେ ଏହି ନୂଆ ଷ୍ଟ୍ରେନ ଦ୍ବାରା ସଂକ୍ରମିତ ରୋଗୀ ଅନ୍ୟ କିଛି ଲକ୍ଷଣ ମଧ୍ୟ ଦେଖାଦେଉଛି । ଯେପରିକି ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା, କ୍ଳାନ୍ତ ଅନୁଭବ କରିବା, ସ୍ବାଦ ବାରିନପାରିବା, ମୁଣ୍ଡ ବିନ୍ଧିବା, ନାକ ବନ୍ଦ ହୋଇଯିବା, ଭୋକ ନ କରିବା, ଝାଡା ହେବା, ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଦେଉଛି । ଏକ ଏଜେନ୍ସିର ରିପୋର୍ଟ ଅନୁସାରେ ଇଂଲଣ୍ଡରେ ଗତ ମାର୍ଚ୍ଚ ୨୨ ତାରିଖରେ ୬୩୭ଟି ମାମଲା ଦେଖିବାକୁ ମିଳିଥିଲା । ଏହାପରେ ଥାଇଲାଣ୍ଡ, ନ୍ୟୁଜିଲାଣ୍ଡ ଭଳି ଦେଶଗୁଡ଼ିକରେ ମଧ୍ୟ ଏହାକୁ ଚିହ୍ନଟ କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.