ETV Bharat / bharat

Omicron Fear: IGI airportରେ ଟେଷ୍ଚିଂ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

author img

By

Published : Dec 6, 2021, 8:33 AM IST

ଦିଲ୍ଲୀ IGI ବିମାନ ବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ RTPCR ପରୀକ୍ଷା ସୁବିଧାକୁ ନେଇ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

Omicron Fear, IGI airportରେ ଟେଷ୍ଚିଂକୁ ନେଇ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
Omicron Fear, IGI airportରେ ଟେଷ୍ଚିଂକୁ ନେଇ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ବବାସୀଙ୍କୁ ଡରାଇଲାଣି ଓମିକ୍ରନ (omicron) । ଦେଶରେ ଓମିକ୍ରନ ( India in omicron) ଆକ୍ରାନ୍ତ ଚିହ୍ନଟ ପରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମଧ୍ୟ ଏହା ବ୍ୟାପିବା ଆରମ୍ଭ ହୋଇଗଲାଣି । ଏନେଇ ବିଦେଶ ଫେରନ୍ତାଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗର ନଜର ରହିଥିବା ବେଳେ ବିମାନ ବନ୍ଦର ଗୁଡିକରେ RTPCR ବାଧ୍ୟତାମୂଳକ କରାଯାଇଛି । ଏନେଇ ଗତକାଲି ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦର (IGI airport)ରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ RTPCR ପରୀକ୍ଷା ସୁବିଧାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ (Union Health Minister Mansukh Mandaviya)ସମୀକ୍ଷା କରିଛନ୍ତି। ଟେଷ୍ଟ ପାଇଁ ମୋଟ ୩୫ଟି RTPCR ପରୀକ୍ଷା ମେସିନ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଯାତ୍ରୀଙ୍କ ସ୍କ୍ରିନିଂ ଏବଂ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ପରୀକ୍ଷା ସମୟକୁ ୩୦ ମିନିଟକୁ ହ୍ରାସ କରାଯାଇଛି ।

ତେବେ ଦେଶରେ ଏବେ ମୋଟ ୨୧ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରେ ୯ ଜଣ ମହାରାଷ୍ଟ୍ରରେ ୮ ଜଣ, କର୍ଣ୍ଣାଟକରେ ଜଣେ, ଦିଲ୍ଲୀରେ ଜଣେ ଓ ଗୁଜୁରାଟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶାଗତ ରହିଛନ୍ତି । ତେବେ ଭାରତରେ ପ୍ରଥମ omicron ସଂକ୍ରମିତ କର୍ଣ୍ଣାଟକରେ ସାମ୍ନାକୁ ଆସିଥିଲା । ଏକକାଳୀନ ଦୁଇ ଦକ୍ଷିଣ ଆଫ୍ରିକା ଫେରନ୍ତା ଏହି ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.