ETV Bharat / bharat

Rajiv Murder Case: ନଳିନୀ ରବିଚନ୍ଦ୍ରନଙ୍କ ଜାମିନ ଆବେଦନ ଖାରଜ

author img

By

Published : Jun 17, 2022, 6:50 PM IST

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲା । ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଓ ରବିଚନ୍ଦ୍ରନ ସମୟ ପୂର୍ବରୁ ଜେଲରୁ ମୁକୁଳିବା ଲାଗି ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ । ଏହାକୁ କୋର୍ଟ ଖାରଜ କରିଛନ୍ତି । ଅଧିକ ପଢନ୍ତୁ

Rajiv murder case: ନଳିନୀ ରବିଚନ୍ଦ୍ରନଙ୍କ ଆବେଦନ ଖାରଜ କଲେ ମାଡ୍ରାସ ହାଇକୋର୍ଟ
Rajiv murder case: ନଳିନୀ ରବିଚନ୍ଦ୍ରନଙ୍କ ଆବେଦନ ଖାରଜ କଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ (Rajiv murder case) ମାମଲାର ଦୋଷୀ ନଳିନୀ ଶ୍ରୀହରନ ଓ ରବିଚନ୍ଦ୍ରନଙ୍କ ଆବେଦନକୁ ଖାରଜ କରିଛନ୍ତି ମାଡ୍ରାସ ହାଇକୋର୍ଟ (Madras High Court) । ମୁଖ୍ୟ ବିଚାରପତି ମୁନୀଶ୍ବର ନାଥ ଭଣ୍ଡାରୀ ଓ ଜଷ୍ଟିସ ଏନ. ମାଲା ବେଞ୍ଚ କହିଛନ୍ତି ଯେ ହାଇକୋର୍ଟ ନିକଟରେ ସମ୍ବିଧାନର ଧାରା ୧୪୨ ଆଧାରରେ ସ୍ପେଶାଲ ପାୱାର ନାହିଁ । ଏଥିଲାଗି ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ଦୋଷୀଙ୍କ ମୁକ୍ତିକୁ ନେଇ କୋର୍ଟ ନିର୍ଦ୍ଦେଶ ଦେଇପାରିବ ନାହିଁ । ଏଣୁ ସେମାନଙ୍କ ଆବେଦନ ଯୋଗ୍ୟ ହୋଇନଥିବାରୁ ଏହାକୁ କୋର୍ଟ ଖାରଜ କରିଛନ୍ତି ।

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ
ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ

ନଳିନୀ ଓ ରବିଚନ୍ଦ୍ରନ ଦଣ୍ଡର ସମୟସୀମା ଶେଷ ହେବା ପୂର୍ବରୁ ଜେଲରୁ ମୁକୁଳିବା ଲାଗି ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ । ସେ ଏଥିରେ ଉଲ୍ଲେଖ କରିଥିଲେ ଯେ ମନ୍ତ୍ରୀପରିଷଦରେ କାର୍ଯ୍ୟ କରିବାରେ ବିଫଳ ହେବାରୁ ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ଅସମ୍ବିଧାନିକ । ଏଥିଲାଗି ତାମିଲନାଡୁ ରାଜ୍ୟପାଳଙ୍କ ମଞ୍ଜୁରି ବିନା ଆବେଦନକାରୀଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରାଯାଉ ବୋଲି ଆବେଦନ ହୋଇଥିଲା ।

ସୁପ୍ରିମକୋର୍ଟ ମାମଲାର ଅନ୍ୟ ଜଣେ ଦୋଷୀ ଏ.ଜି ପେରାରିଭାଲାନଙ୍କୁ ସମ୍ବିଧାନର ଧାରା ୧୪୨ ଆଧାରରେ ସ୍ପେଶାଲ ପାୱାର ବ୍ୟବହାର କରି ମୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହିପରି ଭାବରେ ସେମାନଙ୍କୁ ମଧ୍ୟ ମୁକ୍ତ କରାଯିବା ପାଇଁ ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଥିଲା । ଏହି ମାମଲାରେ ପେରାରିଭାଲାନ, ମୁର୍ଗନ, ସାନ୍ଥନ, ରର୍ବଟ ପାୟସ, ରବିଚନ୍ଦ୍ରନ, ଜୟକୁମାର ଓ ନଳିନୀ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.