ETV Bharat / bharat

ହରିଦ୍ୱାର କୁମ୍ଭ: କୋଭିଡ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ

author img

By

Published : Mar 15, 2021, 6:07 PM IST

ଦେବଭୂମି ଉତ୍ତରାଖଣ୍ଡର ହରିଦ୍ୱାରରେ ଆରମ୍ଭ ହୋଇଯାଇଛି କୁମ୍ଭମେଳା । ଗଲା ଶିବରାତ୍ରୀରେ କୁମ୍ଭମେଳାର ପ୍ରଥନ ସାହୀ ସ୍ନାନ ଅନୁଷ୍ଠିତ ହୋଇଛି । ବିଶ୍ୱରେ ସନାତନ ଧର୍ମରେ ବିଶ୍ୱାସ ରଖୁଥିବା ଲୋକେ କୁମ୍ଭମେଳାରେ ସାମିଲ ହୁଅନ୍ତି । ଭାରତର ବିଭିନ୍ନ ରାଜ୍ୟ ଓ ବିଶ୍ୱର ବିଭିନ୍ନ ଦେଶରୁ ଲୋକେ କୁମ୍ଭମେଳାରେ ଭିଡ ଜମାନ୍ତି । ପବିତ୍ର ଗଙ୍ଗା ନଦୀରେ ସେମାନେ ସ୍ନାନ କରନ୍ତି । କୁମ୍ଭମେଳା ବେଳେ ସମଗ୍ର ହରିଦ୍ୱାର ଲୋକାରଣ୍ୟ ହୋଇଯାଏ । ଏଥର କିନ୍ତୁ କୋଭିଡ-୧୯ ମହାମାରୀ ଆତଙ୍କ କୁମ୍ଭମେଳା ଉପରେ ପ୍ରଭାବ ପକାଇଛି । ଅଧିକ ପଢନ୍ତୁ...

ହରିଦ୍ୱାର କୁମ୍ଭ: କୋଭିଡ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ
ହରିଦ୍ୱାର କୁମ୍ଭ: କୋଭିଡ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ

ଦେବଭୂମି ଉତ୍ତରାଖଣ୍ଡର ହରିଦ୍ୱାରରେ ଆରମ୍ଭ ହୋଇଯାଇଛି କୁମ୍ଭମେଳା । ଗଲା ଶିବରାତ୍ରୀରେ କୁମ୍ଭମେଳାର ପ୍ରଥନ ସାହୀ ସ୍ନାନ ଅନୁଷ୍ଠିତ ହୋଇଛି । ବିଶ୍ୱରେ ସନାତନ ଧର୍ମରେ ବିଶ୍ୱାସ ରଖୁଥିବା ଲୋକେ କୁମ୍ଭମେଳାରେ ସାମିଲ ହୁଅନ୍ତି । ଭାରତର ବିଭିନ୍ନ ରାଜ୍ୟ ଓ ବିଶ୍ୱର ବିଭିନ୍ନ ଦେଶରୁ ଲୋକେ କୁମ୍ଭମେଳାରେ ଭିଡ ଜମାନ୍ତି । ପବିତ୍ର ଗଙ୍ଗା ନଦୀରେ ସେମାନେ ସ୍ନାନ କରନ୍ତି । କୁମ୍ଭମେଳା ବେଳେ ସମଗ୍ର ହରିଦ୍ୱାର ଲୋକାରଣ୍ୟ ହୋଇଯାଏ । ଏଥର କିନ୍ତୁ କୋଭିଡ-୧୯ ମହାମାରୀ ଆତଙ୍କ କୁମ୍ଭମେଳା ଉପରେ ପ୍ରଭାବ ପକାଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ପରିମଳ ଓ ସ୍ୱଚ୍ଛତା ବଜାୟ ରଖିବା ସହ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସଂକ୍ରମଣ ରୋକିବାକୁ ନିଆଯାଇଛି କଡା ଓ ସୁରକ୍ଷିତ ପଦକ୍ଷେପ । ନଦୀରେ ସ୍ନାନ କରିବାକୁ ଆସୁଥିବା ଲୋକଙ୍କୁ ମଧ୍ୟ କିଛି ନିୟମ ମାନିବା ପାଇଁ ପରାମର୍ଶ ଦିଆଯାଉଛି ।

କୋଭିଡ-୧୯ ଓ କୁମ୍ଭ

କୋଭିଡ ପରିସ୍ଥିତି ମଧ୍ୟରେ କୁୁମ୍ଭମେଳା ଆୟୋଜନ ହେଉଥିବାରୁ ଏଥର କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବାବଦରେ ଇଟିଭି ଭାରତ ସୁଖିଭବଃ ପକ୍ଷରୁ ମେଳାର ସ୍ୱାସ୍ଥ୍ୟ ଓ ମେଡିସିନ ଦାୟିତ୍ୱରେ ଥିବା ଅଧିକାରୀ ଡକ୍ଟର ଅର୍ଜୁନ ସିଂହ ସେନଗରଙ୍କ ସହ ଆଲୋଚନା କରାଯାଇଥିଲା । କୋଭିଡ-୧୯ ସ୍ଥିତିକୁ ଦେଖି ଏଥର କୁମ୍ଭମେଳାରେ ଅଲଗା ବ୍ୟବସ୍ଥା କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି । କୁମ୍ଭ ସ୍ନାନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲଗାତର ସ୍କ୍ରିନିଂ ଓ ମନିଟରିଂ କରାଯାଉଛି ବୋଲି ଡକ୍ଟର ସେନେଗର ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ସରକାର ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ସବୁ ମାର୍ଗଦର୍ଶିକା କଡାକଡି ଭାବେ ପାଳନ କରାଯାଉଛି ବୋଲି ଡକ୍ଟର ସେନେଗର କହିଛନ୍ତି । କୁମ୍ଭ ପାଇଁ ହରିଦ୍ୱାରରେ ଏଥର ୧୦୭ଟି ଗାଧୁଆ ଘାଟ ସ୍ଥାପନ କରାଯାଇଛି ।

ତେବେ, ରାଜକୀୟ ବା ସାହୀ ସ୍ନାନବେଳେ ହର କି ପୌରୀ ଓ ଅନ୍ୟାନ୍ୟ ଘାଟରେ ଅସମ୍ଭବ ଭିଡ ହେଉଥିବାରୁ, ତାହା ନିୟନ୍ତ୍ରଣ କରିବା ବଡ ଚ୍ୟାଲେଞ୍ଜ ହୋଇଛି । ଭିଡ ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବା ସହ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ଡକ୍ଟର ସେନେଗର । ହରିଦ୍ୱାରର ଅଣଓସାରିଆ ଗଳିରେ ୮ଟି ବାଇକ ଆମ୍ବୁଲାନଓ ବ୍ୟବସ୍ଥା କରାଯାଇଛି । ଯଦି କୌଣସି ଶ୍ରଦ୍ଧାଳୁଙ୍କଠାରେ କୋଭିଡ-୧୯ ଲକ୍ଷମ ପ୍ରକାଶ ପାଏ, ତାହା ହେଲେ ତାଙ୍କୁ ତୁରନ୍ତ ହସପିଟାଲ ପଠାଯାଇପାରିବ । ଏହାଛଡା ୧୨୨ଟି ଆମ୍ବୁଲାନ୍ସ ମଧ୍ୟ ରଖାଯାଇଛି । ଶ୍ରଦ୍ଧାଳୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହରିଦ୍ୱାରର ସମସ୍ତ ସୀମାରେ ବ୍ୟବସ୍ଥା କରାଯାଇଛି । ହରିଦ୍ୱାରରେ ପହଂଚିବା ପାଇଁ ୬ଟି ରୋଡ୍ ଓ ୫ଟି ରେଳପଥ ରହିଛି ।

ଯେକୌଣସି ରୋଡୱେଜ୍ ରୁଟ ଜରିଆରେ ପଂହଚିଲେ ଭ୍ରମଣକାରୀଙ୍କ ସ୍କ୍ରିନିଂ କରାଯିବ । ଏଥିପାଇଁ ଛୋଟ ଛୋଟ ଫ୍ଲୁ ହସପିଟାଲ ଓ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ହେଲା ପରେ ହିଁ ଲୋକଙ୍କୁ ହରିଦ୍ୱାରରେ ପ୍ରବେଶ ପାଇଁ ଅନୁମତି ମିଳିବ । ସ୍କ୍ରିନିଂ ପରେ ଯଦି ଆବଶ୍ୟକ ପଡେ, ରାପିଡ ଆଂଟିଜେନ୍ ଟେଷ୍ଟ,ଆରଟି-ପିସିଆର୍ ଟେଷ୍ଟ ଆଦି କରାଯିବ । ଏହାଛଡା କୋଭିଡ-୧୯ ସ୍ଥିତିକୁ ଦେଖି ୧୦୦୦ ବେଡ୍ ବିଶିଷ୍ଟ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏ ବର୍ଷ ପ୍ରାରମ୍ଭରୁ ମାର୍ଗଦର୍ଶିକା ଜାରି କରାଯାଇଥିଲେ ମଧ୍ୟ କୁମ୍ଭମେଳାକୁ ଆସୁଥିବା ଯାତ୍ରୀମାନେ କୋଭିଡ ନେଗେଟିଭ ରିପୋର୍ଟ ଆଣିବେ ବୋଲି ସ୍ପଷ୍ଟ କରିଦିଆଯାଇଥିଲା । କିନ୍ତୁ ବହୁସଂଖ୍ୟକ ଶ୍ରଦ୍ଧାଳୁ ବିନା କୋଭିଡ ନେଗେଟିଭ ରିପୋର୍ଟରେ ହରିଦ୍ୱାରରେ ପହଂଚିଯାଇଥିଲେ । ତେଣୁ ହରିଦ୍ୱାରରେ ହିଁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାପାଇଁ ବ୍ୟବସ୍ଥା କରାଗଲା ।

ଏଥର କୁମ୍ଭମେଳାରେମକର ସଂକ୍ରାନ୍ତିଠାରୁ ନିୟମ ପାଳନ ହେଉଥିଲେ ମଧ୍ୟ ମହାଶିବରାତ୍ରୀଠାରୁ ରାଜକୀୟ ସ୍ନାନଯୋଗ ଆରମ୍ଭ ହୋଇଛି । ତେଣୁ କୋଭିଡ ନିୟମ ଆହୁରି କଡାକଡି ହୋଇଛି । ସବୁ ହୋଟେଲ,ରେଷ୍ଟୁରାଂଟ, ଧର୍ମଶାଳା ଓ ବିଶ୍ରାମାଗାର ଓ ଆଖଡାକୁ ମଧ୍ୟ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ପାଇଁ ପ୍ରସ୍ତୁତି

ଡକ୍ଟର ସେନେଗାର କହିଛନ୍ତି ଯେ, କୁମ୍ଭମେଳାରେ ସମ୍ଭାବ୍ୟ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥର ୬ ଶହରୁ ଅଧିକ ଅସ୍ଥାୟୀ ବେଡ୍‌ର ବ୍ୟବସ୍ଥା କରାଯାଇଛି । ଏହାଛଡା ଅଲଗା ଭାବେ ୧୦୦ ବେଡ୍ ବିଶିଷ୍ଟ ଅସ୍ଥାୟୀ ହସପିଟାଲ ନିର୍ମାଣ କରାଯାଇଛି । ୨୦ ବେଡ୍ ବିଶିଷ୍ଟ ୫୦ଟି ହସପିଟାଲ, ୧୦ ବେଡ୍ ବିଶିଷ୍ଟ ୨୨ଟି ହସପିଟାଲ୍ ଅସ୍ଥାୟୀ ଭାବେ ପ୍ରତିଷ୍ଠା କରାଯାଇଛି । ଜରୁରୀ ପରିସ୍ଥିତିରେ ଏସବୁ କାମରେ ଲାଗିପାରିବ । କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ-ଡିଆରଡିଓ ପକ୍ଷରୁ ୨ ହଜାର ବେଡ୍ ବିଶିଷ୍ଟ ଏକ ଅସ୍ଥାୟୀ ହସପିଟାଲ ନିର୍ମାଣ କରାଯାଇଛି । ସମସ୍ତ ଅସ୍ଥାୟୀ ହସପିଟାଲରେ ସବୁ ପ୍ରକାର ଅତ୍ୟାବଶ୍ୟକ ବ୍ୟବସ୍ଥା ରହିଛି । ଇମର୍ଜେନସୀ ୱାର୍ଡ, ଆଇସିୟୁ ଓ ବର୍ଣ୍ଣ ୱାର୍ଡ ରହିଛି । ଏହାଛଡା ହରିଦ୍ୱାର, ରିଶିକେଷ ଓ ଡେରାଡୁନରେ ଥିବା ହସପିଟାଲଗୁିକରେ ଆଇସିୟୁ ବେଡ୍ ଓ ୱାର୍ଡ ରିଜର୍ଭ ରଖାଯାଇଛି । କୁମ୍ଭମେଳା ଏକ ବିରାଟ ଆୟୋଜନ ହୋଇଥିବା କାରଣରୁ ଏଠାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସମସ୍ତଙ୍କର କର୍ତ୍ତବ୍ୟ । ଜିଲ୍ଲା ପ୍ରଶାସନ ଏଦିଗରେ ଯଥାସମ୍ଭବ ପ୍ରୟାସ କରୁଛି । କୋରୋନା ଭାଇରସ ସଂକ୍ରମଣ ରୋକିବା ହିଁ ସର୍ବୋଚ୍ଚ ପ୍ରାଥମିକତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.