ETV Bharat / bharat

ବିବାହର 3ସପ୍ତାହ ପରେ ପସନ୍ଦ ଆସିଲେନି ସ୍ୱାମୀ, ହତ୍ୟା କଲା ସ୍ତ୍ରୀ !

author img

By

Published : Nov 14, 2022, 11:05 PM IST

ମହାରାଷ୍ଟ୍ରର ବିଡ ଜିଲ୍ଲାର ନାବେକା ତାଲୁକାରେ ବିବାହର 22ଦିନରେ ଯୁବକଙ୍କ ମୃତ୍ୟୁ(wife killed husband in beed) । ଏନେଇ ସ୍ତ୍ରୀ ଙ୍କ ବିରୋଧରେ ମାମଲା ରୁଜୁ। ଅଧିକ ପଢନ୍ତୁ

ବିବାହର ଅଳ୍ପ ଦିନର ଯୁବକଙ୍କ ମୃତ୍ୟୁ,ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ
ବିବାହର ଅଳ୍ପ ଦିନର ଯୁବକଙ୍କ ମୃତ୍ୟୁ,ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ବିବାହର 22ଦିନରେ ଯୁବକଙ୍କ ମୃତ୍ୟୁ ! ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ବିଡ ଜିଲ୍ଲାର ନାବେକା ତାଲୁକାରେ । ଏନେଇ ପରିବାର ଲୋକେ ବୋହୁ ଉପରେ ହତ୍ୟାକୁ ନେଇ ସନ୍ଦେହ କରିଥିବା ବେଳେ ପୋଲିସ ମୃତ ବ୍ୟକ୍ତି ଙ୍କ ସ୍ତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି (wife killed husband in beed) । ତେବେ ନବ ବିବାହିତ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର ଝଗଡା ଲାଗୁଥିବା ଏବଂ ସ୍ୱାମୀ ପସନ୍ଦ ନଥିଲେ ବୋଲି କହୁଥିଲା ପତ୍ନୀ । ଏହିି ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।

ତେବେ ସୂଚନା ଅନୁଯାୟୀ, ପାଣ୍ଡୁରାଙ୍ଗ ରାଜଭାଉ ଚହ୍ବାନ (22) ଏବଂ ଶିତଲ 14 ଅକ୍ଟୋବର 2022 ରେ ବିବାହ କରିଥିଲେ। 7 ନଭେମ୍ବର 2022 ର ରାତିରେ ପାଣ୍ଡୁରାଙ୍ଗ ଏବଂ ଶିତଲ ଏକାଠି ରୁମରେ ଥିବା ବେଳେ ଶିତଲ ଶୋଇବା ଘରୁ ହଠାତ ବାହାରି ଆସି ପରିବାର ଲୋକଙ୍କୁ ଚିତ୍କାର କରି ଡାକି କହିଥିଲେ ଯେ ସ୍ବାମୀଙ୍କ ଶରୀର ଥଣ୍ଡା ହୋଇଯିବା ସହିତ ସେ ବେହୋଶ ହୋଇଯାଇଛନ୍ତି ।

ଏନେଇ ଶିତଲଙ୍କ ଶାଶୁ ତାଙ୍କ ପୁଅକୁ ବହୁ ମାରିଥିବା ନେଇ ସନ୍ଦେହ କରିଛନ୍ତି । ଅନ୍ୟପଟେ ପରିବାର ଲୋକେ । ଅନ୍ୟପେଟ ମୃତ ରାଜଭାଉଙ୍କ ବେକରେ ଆଘାତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ମାମଲାରେ ପୋଲିସ ଆଇପିସିର ଧାରା 302 ଅନୁଯାୟୀ ଶୀତଲଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅନ୍ୟପଟେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.