ETV Bharat / bharat

ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ଗୁଗଲ ସିଇଓ, ଦେଶରେ ଡିଜିଟାଲ ଶିକ୍ଷା ନେଇ ଆଲୋଚନା

author img

By

Published : Dec 19, 2022, 4:46 PM IST

ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭେଟିଛନ୍ତି ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ (Google CEO met President Of India) । ଏନେଇ ରାଷ୍ଟ୍ରପତି ଭବନର ଅଫିସିଆଲ ଆକାଉଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Google CEO met President Of India
ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ଗୁଗଲ ସିଇଓ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍‌ର ସିଇଓ ସୁନ୍ଦର ପିଚାଇ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି (Google CEO met President Of India) । ଏନେଇ ରାଷ୍ଟ୍ରପତି ଭବନର ଅଫିସିଆଲ ଆକାଉଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ସୁନ୍ଦର ପିଚାଇ (Sundar Pichai) ଭାରତର ଗର୍ବ ଗୌରବ । ଭାରତର ଡିଜିଟାଲ ଶିକ୍ଷା ଦିଗରେ ତାଙ୍କୁ କାମ କରିବା ପାଇଁ କହିଛନ୍ତି ରାଷ୍ଟ୍ରପତି (President Draupadi Murmu) । ଆଜି ଗୁଗଲ୍‌ 'ଗୁଗଲ୍‌ ଫର୍‌ ଇଣ୍ଡିଆ ୨୦୨୨' କାର୍ଯ୍ୟକ୍ରମର ଆୟୋଜନ କରିଥିବା ଜଣାପଡ଼ିଛି ।

  • CEO of Google and Alphabet Sundar Pichai called on President Droupadi Murmu at Rashtrapati Bhavan. The President described Shri Pichai, a recipient of Padma Bhushan, as a symbol of Indian talent and wisdom and urged him to work for universal digital literacy in India. pic.twitter.com/1pfm1xNUd7

    — President of India (@rashtrapatibhvn) December 19, 2022 " class="align-text-top noRightClick twitterSection" data=" ">

ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ରାଷ୍ଟ୍ରପତି କହିଛନ୍ତି, " ସୁନ୍ଦର ପିଚାଇ ହେଉଛନ୍ତି ଜଣେ ପଦ୍ମଭୂଷଣର ପ୍ରାପ୍ତକର୍ତ୍ତା । ଏହାସହିତ ଭାରତର ଗର୍ବ ଗୌରବ ।" ତେବେ ଭାରତୀୟ ପ୍ରତିଭା ଏବଂ ଜ୍ଞାନର ପ୍ରତୀକ ଭାବରେ ତାଙ୍କୁ ଭାରତରେ ସର୍ବଭାରତୀୟ ଡିଜିଟାଲ ସାକ୍ଷରତା ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ ମଧ୍ୟ କରିଥିଲେ । ସେପଟେ ଭାରତରେ ଅଧିକରୁ ଅଧିକ ଲୋକଙ୍କ ସହିତ ଯୋଡ଼ି ହେବା ପାଇଁ ଗୁଗଲ୍‌ ଦେଶରେ କିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିକୁ ନେଇ କାମ ଆରମ୍ଭ କରିଛି ।

ଏହା ବି ପଢନ୍ତୁ-ନବଜାତକ ସନ୍ତାନକୁ ଧରି ବିଧାନସଭାରେ ବିଧାୟିକା, କହିଲେ ଆଗ ଜନତା

ଭାରତ ଏକ ବହୁ ଭାଷାଭାଷୀ ରାଷ୍ଟ୍ର ହୋଇଥିବାରୁ ଏହା ଉପରେ ଗୁଗଲ୍‌ କାମ କରୁଛି । ଯାହାଦ୍ବାରା ଯେପରି ସବୁ ଭାଷାଭାଷୀ ଲୋକେ ଗୁଗଲ୍‌ର ବ୍ୟବହାର କରିପାରିବେ । ଗତ ୨ ଦଶନ୍ଧି ଧରି ଭାରତରେ ଡିଜିଟାଲରେ ପରିବର୍ତ୍ତନ ଲାଗି ଗୁଗଲ୍‌ ସହାୟକ ହେଉଛି । ଗୁଗଲ୍‌ରେ ରହିଥିବା ଭଏସ ସର୍ଚ୍ଚ ଅପସନକୁ ଏକାଧିକ ଭାଷାରେ ଉପଲବ୍ଧ କରିବା ଲାଗି ଓ ଏହି ସର୍ଚ୍ଚକୁ ଅଧିକ ସହଜ କରିବା ଲାଗି କମ୍ପାନୀ କାମ କରୁଥିବା କହିଛନ୍ତି ଗୁଗଲ ସର୍ଚ୍ଚର ଉପସଭାପତି ଲିଜ ରିଡ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.