ETV Bharat / bharat

ଅନ୍ତର୍ଜାତୀୟ ବିମାନ ଶୌଚାଳୟରୁ ୨ କୋଟିର ସୁନା ବିସ୍କୁଟ ଜବତ

author img

By

Published : Mar 5, 2023, 9:07 PM IST

ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ଏକ ବିମାନର ଶୌଚାଳୟରୁ ୩୯୬୯ ଗ୍ରାମର ସୁନା ବିସ୍କୁଟ ଜବତ କରାଯାଇଛି । ଏହାର ମୂଲ୍ୟ ପାଖାପାଖି 12 କୋଟି ଟଙ୍କା ହେବ । ଅଧିକ ପଢ଼ନ୍ତୁ

ଇନ୍ଦିରା ଗାନ୍ଧି ବିମାନବନ୍ଦରରୁ ସୁନା ବିସ୍କୁଟ ଜବତ
gold bars seized from igi airport

ନୂଆଦିଲ୍ଲୀ: ଦିନକୁ ଦିନ ବେଆଇନ ସୁନା ଚାଲାଣ ବୃଦ୍ଧି ପାଉଛି । ବିମାନ ଯୋଗେ ସୁନା ଚାଲାଣ କରୁଛନ୍ତି ମାଫିଆ । ତେବେ ରବିବାର ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ୪ଟି ସୁନା ବିସ୍କୁଟ ଜବତ ହୋଇଛି । ଅନ୍ତର୍ଜାତୀୟ ବିମାନର ଶୌଚାଳୟରୁ କଷ୍ଟମ ଅଧିକାରୀମାନେ ସୁନା ବିସ୍କୁଟ ଜବତ କରିଛନ୍ତି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ହେବ ବୋଲି ସୂଚନା ମିଳିଛି ।

କଷ୍ଟମ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ଯାଉଥିବା ଏକ ବିମାନକୁ ହଠାତ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଏହା ପୂର୍ବରୁ ବିମାନଟି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରର ୨ ନମ୍ବର ଟର୍ମିନାଲରେ ତାର ଆଭ୍ୟନ୍ତରୀଣ ଉଡ଼ାଣ ଶେଷ କରିସାରିଥିଲା । ଯାଞ୍ଚ ବେଳେ କଷ୍ଟମ ଅଧିକାରୀମାନେ ବିମାନର ଶୌଚାଳୟରେ ଲାଗିଥିବା ସିଙ୍କ ତଳେ ଅଠା ସାହାଯ୍ୟରେ ଲଗାଯାଇଥିବା ଏକ ଧୂସର ରଙ୍ଗର ପ୍ୟାକେଟ ପାଇଥିଲେ । ସେଥିରୁ ୪ଟି ଆୟତାକାର ସୁନା ବିସ୍କୁଟ ଜବତ କରାଯାଇଥିଲା । ଯାହାର ଓଜନ ପ୍ରାୟ ୩୯୬୯ ହେବ ବୋଲି ସୂଚନା ମିଳିଛି । ଏକ ବିବୃତ୍ତିରେ କୁହାଯାଇଛି ଯେ, ଜବତ ସୁନା ବିସ୍କୁଟର ଆନୁମାନିକ ମୂଲ୍ୟ ୧ କୋଟି ୯୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ । ଉଦ୍ଧାର ହୋଇଥିବା ସୁନା ବିସ୍କୁଟକୁ କଷ୍ଟମ ଆକ୍ଟ ୧୯୧୨ ଧାରା ୧୧୦ ଅନୁଯାୟୀ ଜବତ କରାଯାଇଛି ଏବଂ ଏହାର ତଦନ୍ତ ଜାରି ରହିଥିବା କଷ୍ଟମ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି, ଗତ ବର୍ଷ ମେ ମାସରେ ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧,୬୮୦ ଗ୍ରାମର ସୁନା ବିସ୍କୁଟ ଜବତ ହୋଇଥିଲା । କତାର ରାଜଧାନୀ ଦୋହାରୁ ଦୁଇ ଜଣ ପୁରଷ ଯାତ୍ରୀ ସୁନା ବିସ୍କୁଟ ନେଇ ହାଇଦ୍ରାବାଦ ଏୟାରପୋର୍ଟ ଆସୁଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ କଷ୍ଟମ ବିଭାଗକୁ ସୂଚନା ଦିଆଯାଇଥିଲା । ସୂଚନା ଆଧାରରେ କଷ୍ଟମ ବିଭାଗ ଫ୍ଲାଇଟ୍‌ ନମ୍ବର 6E1714ର ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିଲା । ଏହାପରେ ଏହି ୨ ଯାତ୍ରୀଙ୍କ ନିକଟରୁ ସୁନା ବିସ୍କୁଟ ଜବତ କରିଥିଲା କଷ୍ଟମ ବିଭାଗ । ଜବତ ହୋଇଥିବା ସୁନା ବିସ୍କୁଟର ଆନୁମାନିକ ମୂଲ୍ୟ ୮୯.୭୪ ଲକ୍ଷ ହେବ ବୋଲି କଷ୍ଟମ ବିଭାଗ ସୂଚନା ଦେଇଥିଲା । ଏହି ଘଟଣାରେ ଉକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଦୁଇ ଜଣ ରେକ୍ଟମ(ମଳଦ୍ବାରର ଉପରି ଭାଗରେ) ପୂରାଇ ଏହି ସୁନା ବିସ୍କୁଟ ଆଣୁଥିବା ବେଳେ କଷ୍ଟମ ବିଭାଗ ଧରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.