ETV Bharat / bharat

ବେଲଗାମ ତେଲ ଦର, ଏମିତି କହିଲେ ଗୋଆ ମନ୍ତ୍ରୀ ନିଲେଶ କାବରାଲ

author img

By

Published : Apr 7, 2022, 1:50 PM IST

Updated : Apr 7, 2022, 2:24 PM IST

ଦେଶରେ ହୁ ହୁ ବଢୁଛି ପେଟ୍ରୋଲ ଡିଜେଲ ଦର । ଲିଟର ପିଛା ୧୦୦ ପାର ହୋଇଛି ମୂଲ୍ୟ । ବର୍ଦ୍ଧିତ ଦରକୁ ନେଇ ସାଧାରଣ ଲୋକଟିର ଜୀବନ ପ୍ରଭାବିତ ହୋଇଛି । ଏହାରି ଭିତରେ ଗୋଆର ବିଜେପି ମନ୍ତ୍ରୀ ନିଲେଶ କାବରାଲଙ୍କ ବୟାନ ଚର୍ଚ୍ଚାକୁ ଆସିଛି । ଅଧିକ ପଢନ୍ତୁ

ଗୋଆ ମନ୍ତ୍ରୀ ନିଲେଶ କାବରାଲ
ଗୋଆ ମନ୍ତ୍ରୀ ନିଲେଶ କାବରାଲ

ପାଣାଜୀ: ଦେଶରେ ହୁ ହୁ ବଢୁଛି ପେଟ୍ରୋଲ ଡିଜେଲ ଦର । ଲିଟର ପିଛା ୧୦୦ ପାର ହୋଇଛି ମୂଲ୍ୟ । ବର୍ଦ୍ଧିତ ଦରକୁ ନେଇ ସାଧାରଣ ଲୋକଟିର ଜୀବନ ପ୍ରଭାବିତ ହୋଇଛି । ଏହାରି ଭିତରେ ଗୋଆର ବିଜେପି ମନ୍ତ୍ରୀ ନିଲେଶ କାବରାଲଙ୍କ ବୟାନ ଚର୍ଚ୍ଚାକୁ ଆସିଛି । ସେ କହିଛନ୍ତି ଯଦି ପେଟ୍ରୋଲ ଡିଜେଲ ସୁଲଭ ମୂଲ୍ୟରେ ମିଳୁନାହିଁ ତେବେ ଇ-ଯାନ କିଣିନିଅ ଭଳି ଅଦ୍ଭୂତ ପରାମର୍ଶ ଦେଇଛନ୍ତି ବିଜେପି ମନ୍ତ୍ରୀ ।

ବିଧାନସଭା ନିର୍ବାଚନ ପରେ ପେଟ୍ରୋଲ ଏବଂ ଡିଜେଲ ପୁଣି ଥରେ ରାଜ୍ୟରେ 100 ଅତିକ୍ରମ କରିଛି । ଯେତେବେଳେ ପେଟ୍ରୋଲ ଏବଂ ଡିଜେଲ ସହିତ ଗାଡି ଚଳାଇବା ସମ୍ଭବ ନୁହେଁ ତେବେ ଲୋକଙ୍କୁ ବିଦ୍ୟୁତ ସ୍କୁଟର-କାର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ନୀଲେଶ ବିଜେପି କ୍ୟାବିନେଟରେ ଜନସମ୍ପର୍କ ମନ୍ତ୍ରୀ ଅଛନ୍ତି ।

ଏହା ବି ପଢନ୍ତୁ...କଶ୍ମୀର ପଣ୍ଡିତଙ୍କ ମୁଦ୍ଦାରେ କମ୍ପିଲା ସଂସଦ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଉଭୟ ସଦନ ମୁଲତବୀ

ପ୍ରକାଶ ଥାଉ ବର୍ତ୍ତମାନ ବର୍ଦ୍ଧିତ ତୈଳ ଦର ଖବର ଶିରୋନାମା ପାଲଟିଛି । ୧୬ ଦିନରେ ୧୪ ଥର ବଢିଲାଣି ଦର । ମାର୍ଚ୍ଚ 22 ପରଠାରୁ ଲଗାତର ବଢିଚାଲିଛି ଦର । ଯାହା ସାଧାରଣ ଲୋକର ମୁଣ୍ଡବିନ୍ଧାର କାରଣ ହୋଇଛି । ଏପରି ସ୍ଥିତିରେ ମନ୍ତ୍ରୀଙ୍କର ଏପରି ବୟାନ ଚର୍ଚ୍ଚାର ବିଷୟ ହୋଇଛି ।

Last Updated : Apr 7, 2022, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.