ETV Bharat / bharat

G20 Summit: ମୋଦି ବାଇଡେନ ଦ୍ବିପାକ୍ଷିକ ବୈଠକ, ଏକାଧିକ ପ୍ରସଙ୍ଗରେ ଆଲୋଚନା

author img

By ETV Bharat Odisha Team

Published : Sep 8, 2023, 11:06 PM IST

Updated : Sep 9, 2023, 8:05 AM IST

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦିଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଉଭୟ ନେତାଙ୍କ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

G20 Summit: ମୋଦି ବାଇଡେନ ଦ୍ବିପାକ୍ଷିକ ବୈଠକ, ଏକାଧିକ ପ୍ରସଙ୍ଗରେ ଆଲୋଚନା
G20 Summit: ମୋଦି ବାଇଡେନ ଦ୍ବିପାକ୍ଷିକ ବୈଠକ, ଏକାଧିକ ପ୍ରସଙ୍ଗରେ ଆଲୋଚନା

G20 Summit: ମୋଦି ବାଇଡେନ ଦ୍ବିପାକ୍ଷିକ ବୈଠକ, ଏକାଧିକ ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭାରତରେ ସ୍ବାଗତ କରି ବହୁତ ଖୁସି । ଆମର ସାକ୍ଷାତ ଆଲୋଚନା ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା । ଆମର ବୈଠକ ଖାଲି ଉଭୟ ଦେଶ ପାଇଁ ନୁହେଁ, ପୁରା ବିଶ୍ବ ପାଇଁ । ଆମେ ବହୁ ପ୍ରସଙ୍ଗରେ ଆଲୋଚାନ କରିଛୁ । ଯାହା ଭାରତ ଆମେରିକାର ଆର୍ଥିକ ପ୍ରଗତିକୁ ଆହୁରି ଆଗକୁ ନେବାରେ ସହାୟକ ହେବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ବିପାକ୍ଷିକ ବୈଠକ ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

  • Happy to have welcomed @POTUS @JoeBiden to 7, Lok Kalyan Marg. Our meeting was very productive. We were able to discuss numerous topics which will further economic and people-to-people linkages between India and USA. The friendship between our nations will continue to play a… pic.twitter.com/Yg1tz9kGwQ

    — Narendra Modi (@narendramodi) September 8, 2023 " class="align-text-top noRightClick twitterSection" data=" ">

ଏହାବି ପଢନ୍ତୁ- G-20 Summit: ଭାରତରେ ପହଞ୍ଚିଲେ ବାଇଡେନ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଗତକାଲି(ଶୁକ୍ରବାର) ସଂଧ୍ୟା 6.50ରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲେ ଆମେରିକା ରାଷ୍ଟ୍ରପତି । ବିମାନ ବନ୍ଦରରେ ବାଇଡେନଙ୍କୁ ଭବ୍ୟ ସ୍ବାଗତ ପରେ, ସେଠାରୁ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରୀ ବାସଭବନ (7 ଲୋକ କଲ୍ୟାଣ) କୁ ଆସିଥିଲା ବାଇଡେନଙ୍କ କାର୍ରକେଡ । ନିଜ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦି ବାଇଡେନଙ୍କୁ ଭବ୍ୟ ସ୍ବାଗତ କରି ପାଛୋଟି ଆଣିଥିଲେ । ମୋଦିଙ୍କୁ ଦେଖିବା ମାତ୍ରେ ବାଇଡେନ ହାଚ ମିଳାଇବା ସହ ଆଲିଙ୍ଗନ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଦ୍ବିପାକ୍ଷିକ ବୈଠକ ।

ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, ‘‘ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭାରତରେ ସ୍ବାଗତ କରି ବହୁତ ଖୁସି । ଆମର ସାକ୍ଷାତ ଆଲୋଚନା ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା । ଆମର ବୈଠକ ଖାଲି ଉଭୟ ଦେଶ ପାଇଁ ନୁହେଁ, ପୁରା ବିଶ୍ବ ପାଇଁ । ଆମେ ବହୁ ପ୍ରସଙ୍ଗରେ ଆଲୋଚନା କରିଛୁ । ଯାହା ଭାରତ ଆମେରିକାର ଆର୍ଥିକ ପ୍ରଗତିକୁ ଆହୁରି ଆଗକୁ ନେବାରେ ସହାୟକ ହେବ ।’’

ମିଳିଥିବା ଖବର ଅନୁସାରେ ଆମେରିକା ଭାରତ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ଔଷଧ, ଖାଦ୍ୟ ସୁରକ୍ଷା, ଗବେଷଣା, ମହାକାଶ ଗବେଷଣା କେନ୍ଦ୍ର, ପୁଞ୍ଜି ନିବେଶ 5ଜି, 6ଜି ଭଳି କ୍ଷେତ୍ରରେ ଆଲୋଚନା ହେବା ସହିତ ବୁଝାମଣା ହୋଇଛି । ଏତତ ବ୍ୟତୀତ ଏନଏସଜି ସଂଗଠନରେ ଭାରତକୁ ସାମିଲ କରିବା ପାଇଁ ଜାତିସଂଘରେ ଆମେରିକା ସମର୍ଥନ କରିବ ବୋଲି ପୁଣି ଥରେ ଘୋଷଣା କରିଛନ୍ତି । ଏତତ ବ୍ୟତୀତ ନିକଟରେ ଭାରତର ଚନ୍ଦ୍ରାୟନ ସଫଳତାକୁ ନେଇ ବାଇଡେନ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ 50 ମିନିଟ ଧରି ବୈଠକ ହୋଇଥିଲା ।

ଏହାବି ପଢନ୍ତୁ- President Biden in Delhi: ଭାରତରେ ଆମେରିକା ରାଷ୍ଟ୍ରପତି ବାଇଡେନ, କିଛି ସମୟ ପରେ ଦ୍ବିପାକ୍ଷିକ ବୈଠକ

ଆସନ୍ତା ରବିବାର ଭାରତ ଛାଡିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଜଘାଟ ଯାଇ ମାହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ଜି20 ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ 3 ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି । ଏହା ବ୍ୟତୀତ ଜି20 ଜେଶର ରାଷ୍ଟ୍ରମୁଖ୍ୟ ଓ ସେମାନଙ୍କ ପ୍ରତିନିଧି ସମେତ ଭାରତର ବନ୍ଧୁ ରାଷ୍ଟ୍ରମାନେ ମଧ୍ୟ ଭାରତରେ ପହଞ୍ଚିଛନ୍ତି । ଆଜି ଠାରୁ ଦୁଇ ଦିନ ଧରି ଭାରତ ମଣ୍ଡପମ ଠାରେ ଚାଲିବ G20 ଲିଡର୍ସ ସମିଟ ।

Last Updated : Sep 9, 2023, 8:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.