ETV Bharat / bharat

ମୁକ୍ତ ଅଭିବ୍ୟକ୍ତିର ଅର୍ଥ ଘୃଣା ସୃଷ୍ଟି କରିବା ନୁହେଁ: ମାଡ୍ରାସ ହାଇକୋର୍ଟ

author img

By ETV Bharat Odisha Team

Published : Sep 16, 2023, 4:58 PM IST

ସନାତନ ଧର୍ମ ବିବାଦୀୟ ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ବଡ ଟିପ୍ପଣୀ । କହିଲେ ସମ୍ବିଧାନ ପ୍ରଦତ୍ତ ମୁକ୍ତ ଅଭିବ୍ୟକ୍ତି ଅଧିକାରର ଅର୍ଥ ନୁହେଁ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଦେବା ନୁହେଁ । ଧର୍ମ ଆସ୍ଥା ଉପରେ ଆଧାରିତ । ଅଧିକ ପଢନ୍ତୁ

ମୁକ୍ତ ବ୍ୟକ୍ତବ୍ୟ ହେଟସ୍ପିଚ ନୁହେଁ: ମାଡ୍ରାସ ହାଇକୋର୍ଟ
ମୁକ୍ତ ବ୍ୟକ୍ତବ୍ୟ ହେଟସ୍ପିଚ ନୁହେଁ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ମନ୍ତବ୍ୟ ନେଇ ସାରା ଦେଶରେ ବିବାଦ ଜାରି ରହିଥିବା ବେଳେ ଏହି ସମ୍ପର୍କିତ ଏକ ବଡ ଟିପ୍ପଣୀ ପ୍ରକାଶ କରିଛନ୍ତି ମାଡ୍ରାସ ହାଇକୋର୍ଟ । ସମ୍ବିଧାନ ଅଧିକାର ବଳରେ ମିଳିଥିବା ମୁକ୍ତ ବକ୍ତବ୍ୟ ଅର୍ଥ ଘୃଣା ସୃଷ୍ଟିକାରୀ ମନ୍ତବ୍ୟ ଦେବା ନୁହେଁ ବୋଲି କୋର୍ଟ କହିଛନ୍ତି । ସମସ୍ତ ଧର୍ମ ଆସ୍ଥା ଉପରେ ଆଧାରିତ, ତେଣୁ ଧାର୍ମିକ ପ୍ରସଙ୍ଗରେ ମନ୍ତବ୍ୟ ଦେବା ବେଳେ ଏହା କୌଣସି ସମ୍ପ୍ରଦାୟକୁ ଯେପରି ଆଘାତ ନଦିଏ, ସେଥିପ୍ରତି ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଥିବା କୋର୍ଟ କହିଛନ୍ତି ।

କୋର୍ଟ କହିଛନ୍ତି ସନାତନ ଧର୍ମ ଏକ ଶାଶ୍ବତ କର୍ତ୍ତବ୍ୟର ଏକ ସମୂହ ପରି । ଏଥିରେ ଏକାଧିକ ନୈତିକ ଧାରା ରହିଛି । ଯେଉଁଥିରେ ରାଷ୍ଟ୍ର, ରାଜା, ପିତା-ମାତା, ଗୁରୁଜନଙ୍କ ପ୍ରତି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସହ ଗରିବଙ୍କ ପ୍ରତି ଉଦାରତା ମଧ୍ୟ ସାମିଲ ରହିଛି । ହେଲେ ଜାତିବାଦ ପ୍ରଥା ଗ୍ରହଣୀୟ ନୁହେଁ । ଏହାକୁ ସମ୍ବିଧାନର ଅନୁଚ୍ଛେଦ 17 ରେ ବାରଣ କରାଯାଇଛି । ଏବେ ଏହି ପ୍ରକାର ଏକ ସ୍ଥିତି ସୃଷ୍ଟି କରାଯାଇଛି ଯେ, ସନାତନ ଧର୍ମ ଏକ ଜାତିବାଦ ଆଧାରିତ ଧର୍ମ ବୋଲି ମଧ୍ୟ ଏକ ସାମାଜିକ ଧାରଣା ସୃଷ୍ଟି ହେବାରେ ଲାଗିଲାଣି । ଯାହା ଉଚିତ ନୁହେଁ ।

ଏହା ମଧ୍ୟ ପଢନ୍ତୁ :- ଆଜିଠୁ ହାଇଦ୍ରାବାଦରେ କଂଗ୍ରେସ CWC ବୈଠକ, ୫ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ଉପରେ ହେବ ମାନସ ମନ୍ଥନ

ଏହି ମାମାଲର ଶୁଣାଣି କରି କୋର୍ଟ କହିଛନ୍ତି, ସମ୍ବିଧାନରେ ମୁକ୍ତ ଅଭିବ୍ୟକ୍ତିର ଅଧିକାର ପ୍ରଦାନ କରାଯାଇଛି । ହେଲେ ଏହାର ଅର୍ଥ ଘୃଣାସୃଷ୍ଟି କରିବା ପରି ମନ୍ତବ୍ୟ ଦେବା ଉଚିତ ନୁହେଁ । ଯେତେବେଳେ କୌଣସି ବକ୍ତବ୍ୟ ଧର୍ମ ସହ ସମ୍ପୃକ୍ତ ତେବେ ଏହା ପ୍ରତି ଅଧିକ ଯତ୍ନଶୀଳ ହେବାର ଆବଶ୍ଯକତା ରହିଛି । ଧର୍ମ ବିଶ୍ବାସ ଉପରେ ଆଧାରିତ । କୌଣସି ଧର୍ମର ବ୍ୟକ୍ତିବିଶେଷଙ୍କୁ ଏହା ଯେପରି କଷ୍ଟ ନଦିଏ, ସେଥିପ୍ରତି ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି । ସ୍ପଷ୍ଟ ବା ମୁକ୍ତ ଅଭିବ୍ୟକ୍ତିର ଅର୍ଥ କେବେ ଘୃଣାସୃଷ୍ଟି କରିବା ହୋଇପାରିବ ନାହିଁ ବୋଲି କୋର୍ଟ କହିଥିଲେ । ତାମିଲନାଡୁର ଏକ କଲେଜରେ ସନାତନ ଧର୍ମ ସମ୍ପର୍କରେ ଆୟୋଜିତ କାର୍ଯ୍ୟକ୍ରମକୁ ଚ୍ୟାଲେଞ୍ଜ କରି ଏହି ଆବେଦନ କରାଯାଇଥିଲା । ଯେଉଁ କାର୍ଯ୍ୟକ୍ରମରେ ରାଜ୍ୟମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ବିବାଦୀୟ ବୟାନ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.