ETV Bharat / bharat

ଶେଷକୃତ୍ୟ ସାରି ଫେରିବାବେଳେ ଫାଟିଲା ଟାୟାର, ୪ କନଷ୍ଟେବଳ ମୃତ

author img

By

Published : Aug 23, 2021, 7:36 PM IST

Updated : Aug 23, 2021, 7:56 PM IST

ଆନ୍ଧ୍ର ପ୍ରଦେଶରେ ସେନା ଯବାନଙ୍କ ଅନ୍ତିମ ସଂସ୍କାର କରି ଫେରିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଲେ ୪ ପୋଲିସ କନଷ୍ଟେବଳ । ଅଧିକ ପଢନ୍ତୁ...

Four constables dead in a road accident in Srikakulam District
ଦୁର୍ଘଟଣାରେ ପ୍ରାଣ ହରାଇଲେ ଆନ୍ଧ୍ରପ୍ରଦେଶର ୪ ପୋଲିସ କନଷ୍ଟେବଳ

ଅମରାବତୀ: ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଲେ ୪ ପୋଲିସ କନଷ୍ଟେବଳ । ଶ୍ରୀକାକୁଲମ ସହରରୁ ଜଣେ ଯବାନଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ସାରି ଜିଲ୍ଲା ମୁଖ୍ୟାଳୟ ଅଭିମୁଖେ ଆସୁଥିବା ବେଳେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଏହି ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ ।

ସୂଚନାଅନୁସାରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲା ପଲାସା ନିକଟବର୍ତ୍ତୀ ଇଚ୍ଛାପୁରମରେ ଏହି ମର୍ମନ୍ତୁଦ ଦୁର୍ଘଟଣା । ଆନ୍ଧ୍ରପ୍ରଦେଶ ପୋଲିସର ୪ ଜଣ କନଷ୍ଟେବଳ ଜଣେ ସେନା ଯବାନଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ଯାଇଥିଲେ । ସେଠାରୁ ଫେରୁଥିବାବେଳେ ପୋଲିସ ଗାଡିର ସାମ୍ନା ଟାୟାର ଫାଟିଯିବାରୁ ଡିଭାଇଡରରେ ପିଟି ହୋଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୪ ଜଣ ପୋଲିସ କନଷ୍ଟେବଳ ପ୍ରାଣ ହରାଇଥିଲେ।

ଘଟଣାସ୍ଥଳରେ ତୁରନ୍ତ ପୋଲିସ ବିଭାଗର ଉଚ୍ଚସ୍ତରୀୟ ଅଧିକାରୀ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରି ତୁରନ୍ତ ଶ୍ରୀକାକୁଲାମ ସରକାରୀ ମେଡିକାଲକୁ ପଠାଇଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ ଦୁଃଖପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 23, 2021, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.